ଜିମ୍ବାୱେକୁ ପରାସ୍ତ କରି ଭାରତ ରଚିଲା ଇତିହାସ, ଜୋର ଧରିଲା ଖବର! ରାହୁଲଙ୍କ ଦମଦାର କ୍ୟାପଟେନସି

ଭାରତ ଜିମ୍ବାୱେ ବିପକ୍ଷରେ ଧମାକାଦାର ଅନ୍ଦାଜରେ ବିଜୟ ଲାଭ କରିଛି। ଏହି ମ୍ୟାଚକୁ ଭାରତ ୧୦ ୱିକେଟରେ ଜିତି ନେଇଛି। ଏଥିସହିତ ଭାରତ ଅନେକ ରେକର୍ଡ ସୃଷ୍ଟି କରିଛି। ଶିଖର ଧାୱନ ଏବଂ ଶୁଭମନ ଗିଲଙ୍କ ଯୋଡିର ଅତି ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଭାରତୀୟ ବୋଲରଙ୍କ ପ୍ରଦର୍ଶନ ମଧ୍ୟ ଅତି ଚମତ୍କାର ରହିଥିଲା। ଏଥିସହିତ ଭାରତ ୧-୦ ରେ ସିରିଜରେ ଅଗ୍ରଣୀ ହାସଲ କରିଛି।

Google

ଭାରତ ଜିମ୍ବାୱେ ଦଳକୁ ୧୦ ୱିକେଟରେ ହରାଇ ଦେଇଛି। ଏମିତି ପ୍ରଥମ ଥର ହୋଇଛି ଯେ, ଏକ ବର୍ଷ ମଧ୍ୟରେ ଭାରତୀୟ ଦଳ ଦୁଇଟି ଟିମ ବିପକ୍ଷରେ ୧୦ ୱିକେଟରେ ବିଜୟ ହାସଲ କରିଛି। ପୂର୍ବରୁ ଭାରତୀୟ ଦଳ ଇଂଲଣ୍ଡକୁ ୧୦ ୱିକେଟରେ ହରାଇ ଦେଇଥିଲା। ଗତକାଲି ଜିମ୍ବାୱେକୁ ହରାଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଜିମ୍ବାୱେ ଦଳ ପ୍ରଥମ ବ୍ୟାଟିଂ କରି ଭାରତ ସମ୍ମୁଖରେ ୧୯୦ ରନର ଲକ୍ଷ୍ୟ ରଖିଥିଲେ। ଭାରତ ଏହାକୁ ବିନା କୌଣସି ୱିକେଟ ହରାଇ ହାସଲ କରି ନେଇଥିଲା।

ଟିମ ଇଣ୍ଡିଆ ଜିମ୍ବାୱେ ବିପକ୍ଷରେ ୨୦୧୩ ପର ଠାରୁ ଗୋଟିଏ ମଧ୍ୟ ମ୍ୟାଚ ହାରି ନାହିଁ। ଲଗାତାର ୧୩ ତମ ବିଜୟ ହାସଲ କରିଛି ଭାରତୀୟ ଦଳ। ଏଥିସହିତ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହା ପୂର୍ବରୁ ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ୧୯୮୮ ରୁ ୨୦୦୪ ମଧ୍ୟରେ ୧୨ ଥର ଲଗାତାର ବିଜୟ ହାସଲ କରିଥିଲା। ବର୍ତ୍ତମାନ ଭାରତୀୟ ବ୍ୟାଟିଂକୁ ବିଶ୍ୱର ଶ୍ରେଷ୍ଠ ବ୍ୟାଟିଂ ବୋଲି ଅନୁମାନ କରାଯାଉଛି।

Google

ଜିମ୍ବାୱେ ବିପକ୍ଷ ପ୍ରଥମ ଏକ ଦିନିକିଆ ମ୍ୟାଚରେ କେ ଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଭାରତୀୟ ବୋଲରଙ୍କ ଦ୍ୱାରା ଅତି ଜବରଦସ୍ତ ବୋଲିଂ ମଧ୍ୟ ଦେଖିବାକୁ ମିଳିଥିଲା। ଜିମ୍ବାୱେ ବ୍ୟାଟ୍ସମ୍ୟାନ୍ ମାନେ ଦୀପକ ଚାହର , ଅକ୍ସର ପଟେଲ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସାମ୍ନା କରି ପାରିନଥିଲେ। ଏହି ତିନି ଜଣ ପ୍ରତ୍ୟେକ ତିନୋଟି ଲେଖାଏଁ ୱିକେଟ ହାସଲ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *