ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜ ଜିତିଯାଇଛି। ଶୁକ୍ରବାରକୁ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚକୁ ଭାରତ ୮ ରନରେ ଜିତିଯାଇଛି।ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମେ ଏକଦିବସିୟ ଓ ଟି-୨୦ ସିରିଜରେ ୱେଷ୍ଟଇଣ୍ଡିଜକୁ ହରାଇଛି। ଭାରତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଙ୍ଗ କରି ୫ ୱିକେଟ ହରାଇ ୧୮୬ ରନ କରିଥିଲା। ଜବାବରେ କାୟରନ ପୋଲାଡ଼ଙ୍କ ଅଧିନାୟକତ୍ୱ ୱେଷ୍ଟଇଣ୍ଡିଜ ଟିମ ୩ ୱିକେଟ ହରାଇ ୧୭୮ ରନ ହିଁ କରିପାରିଲା। ଏହା ଭାରତର ଟି-୨୦ ଇଣ୍ଟରନେସନାଲରେ ୧୦୦ ତମ ବିଜୟ ଅଟେ। ଭାରତ ଏପରି କରିବା ଵାଲା ଦ୍ୱିତୀୟ ଟିମ ଅଟେ। ଏହା ସହିତ ଭାରତ ପାକିସ୍ତାନର ବଡ଼ ରେକର୍ଡକୁ ଭାଙ୍ଗିଦେଇଛି। ଟି-୨୦ ସିରିଜର ଶେଷ ମ୍ୟାଚ ୨୦ ଫେବୃଆରୀକୁ ଖେଳାଯିବାର ଅଛି।

ଭାରତର ଟି-୨୦ ଇଣ୍ଟରନେସନାଲ ରେକର୍ଡକୁ ଦେଖିବା ତ ଭାରତ ଏବେ ପର୍ଯ୍ୟନ୍ତ ୧୫୫ ମ୍ୟାଚ ଖେଳିଛି। ଏଥିରେ ଭାରତକୁ ୯୭ ଟି ମ୍ୟାଚରେ ବିଜୟ ମିଳିଥିବା ବେଳେ ତିନୋଟି ମ୍ୟାଚ ଟାଇ ରହିଛି। ମୁଖ୍ୟ କଥା ଏହା କି ଯେଉଁ ତିନୋଟି ମ୍ୟାଚ ଟାଇ ରହିଛି ତାକୁ ଭାରତ ସୁପର ଓଭର ବା ବଲ ଫିଙ୍ଗାରେ ଜିତିଯାଇଛି। ମାନେ ସର୍ଵମୋଟ ଭାରତ ୧୦୦ ମ୍ୟାଚ ଜିତିଛି ଓ ୫୧ ମ୍ୟାଚ ହାରିଥିବା ବେଳେ ୪ ଟି ମ୍ୟାଚ ରଦ୍ଦ ହୋଇଯାଇଛି। ଟିମ ଇଣ୍ଡିଆ ସବୁଠୁ କମ ମ୍ୟାଚରେ ୧୦୦ ବିଜୟ ହାସଲ କରିଛି। ଏହା ପୂର୍ବରୁ ପାକିସ୍ତାନ ୧୬୪ ମ୍ୟାଚରେ ଏହି କାରନାମା କରିଥିଲା। ଏପରି କରିଥିବା ପ୍ରଥମ ଟିମ ପାକିସ୍ତାନ ଅଟେ। ଅନ୍ୟ କୌଣସି ଟିମ ଏହି ରେକର୍ଡ ପର୍ଯ୍ୟନ୍ତ ପହଁଚିନାହାଁନ୍ତି।ପାକିସ୍ତାନ ସବୁଠୁ ଅଧିକ ୧୧୭ ମ୍ୟାଚ ଜିତିଛି।
ଧୋନିଙ୍କ ଠୁ ନେଇ ରୋହିତ କଲେ ରେକର୍ଡ:
ଟିମ ଇଣ୍ଡିଆର ଟି-୨୦ ରେକର୍ଡକୁ ଦେଖିବା ତ ୭ ଟି ଖେଳାଳି ଅଧିନାୟକତ୍ୱ କରିଛନ୍ତି। ମାନେ ୭ ଖେଳାଳି ଟିମକୁ ଏହି ପର୍ଯ୍ୟନ୍ତ ପହଁଞ୍ଚାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି।ମହେନ୍ଦ୍ର ସିଂହ ଧୋନି ଅଧିନାୟକ ରୂପରେ ଭାରତ ପାଇଁ ସବୁଠୁ ଅଧିକ ୪୨ ଟି-୨୦ ମ୍ୟାଚ ଜିତିଛନ୍ତି। ବିରାଟ କୋହଲି ୩୨,ରୋହିତ ଶର୍ମା ୨୦,ସୁରେଶ ରାଇନା ୩,ଶିଖର ଧାୱନ, ବିରେନ୍ଦ୍ର ସେହ୍ଵାଗ ଓ ଅଜିଙ୍କ୍ୟ ରାହାଣେ ଗୋଟେ ଲେଖା ମ୍ୟାଚ ଜିତିଛନ୍ତି।

୧୯୯୩,୨୦୦୯ ଓ ୨୦୨୨:
ଟିମ ଇଣ୍ଡିଆର ତିନୋଟି ଯାକ ଫର୍ମାଟରେ ୧୦୦ ବିଜୟ କଥା କହିବାତ ୨୯ ବର୍ଷ ପଛକୁ ଯିବାକୁ ପଡିବ। ଭାରତକୁ ଏକଦିବସିୟରେ ୧୦୦ ତମ ବିଜୟ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୧୯୯୩ରେ ମିଳିଥିଲା। ଏହା ପରେ ଟିମ ୨୦୦୯ରେ ଶ୍ରୀଲଙ୍କାକୁ ହରାଇ ଟେଷ୍ଟରେ ୧୦୦ ତମ ବିଜୟ ହାସଲ କରିଥିଲା। ଏବେ ୱେଷ୍ଟଇଣ୍ଡିଜକୁ ହରାଇ ଭାରତ ଟି-୨୦ରେ ୧୦୦ ବିଜୟ ହାସଲ କରିଛି। ଭାରତ ଏବେ ପର୍ଯ୍ୟନ୍ତ ୫୬୦ ଟେଷ୍ଟ ମ୍ୟାଚରେ ୧୬୬,୧୦୦୨ ଏକଦିବସିୟରେ ୫୨୧ ବିଜୟ ହାସଲ କରିଛି।
ରୋହିତଙ୍କର ଅଧିନାୟକ ରୂପରେ ଲଗାତର ୮ମ ବିଜୟ:
ରୋହିତ ଶର୍ମାଙ୍କୁ ପୂର୍ଵ ଟି-୨୦ ସିରିଜ ପରେ ଏକଦିବସିୟର ନୂତନ ଅଧିନାୟକ କରାଯାଇଥିଲା। ସେ ଅଧିନାୟକ ହେବା ପରଠୁ ଲଗାତର ୮ ଟି ଯାକ ସବୁ ମ୍ୟାଚ ଜିତିଛନ୍ତି ଗୋଟେ ମଧ୍ୟ ମ୍ୟାଚ ହାରିନାହାଁନ୍ତି। ରୋହିତ ଅଧୀନରେ ହେବା ପରେ ପ୍ରଥମେ ନ୍ୟୁଜଲ୍ୟାଣ୍ଡକୁ ତିନୋଟି ମ୍ୟାଚର ଟି-୨୦ ସିରିଜରେ ୩-୦ରେ ହରାଇଥିଲା। ଏହା ପରେ ୱେଷ୍ଟଇଣ୍ଡିଜକୁ ଏକଦିବସିୟ ସିରିଜରେ ୩-୦ରେ ହରାଇଥିଲେ ଓ ଟି-୨୦ ସିରିଜରେ ୨-୦ରେ ଆଗୁଆ ଅଛନ୍ତି। ଟିମ ଇଣ୍ଡିଆ ଟି-୨୦ ଉପରେ ପ୍ରାୟ ଅଧିକ ଫୋକସ୍ କରୁଛି କାରଣ ଏହି ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯିବାର ଅଛି। ଭାରତୀୟ ଟିମ ୨୦୦୭ ପରଠୁ ଟି-୨୦ ବିଶ୍ୱକପ ଜିତିପାରିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।