ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଟିମ ଇଣ୍ଡିଆ ଏକଦିବସିୟ ପରେ ଟି-୨୦ ସିରିଜରେ ମଧ୍ୟ ୱେଷ୍ଟଇଣ୍ଡିଜକୁ ହରାଇଦେଇଛି। ଭାରତ ତିନୋଟି ମ୍ୟାଚର ଟି-୨୦ ସିରିଜରେ ଏବେ ୨-୦ ରେ ଆଗୁଆ ଅଛି। ଶେଷ ଟି-୨୦ ମ୍ୟାଚରେ ବିରାଟ କୋହଲି ଏବଂ ରିଷଭ ପନ୍ତ ବିଶ୍ରାମ ପାଇ ପାରନ୍ତି। ତାଙ୍କ ଜାଗାରେ ଶ୍ରେୟାସ ଆୟର ଏବଂ ଋତୁରାଜ ଗାଏକୱାଡ଼ଙ୍କୁ ଚୂଡାନ୍ତ ଏକାଦଶରେ ମୌକା ମିଳିପାରେ।
Virat Kohli and Rishabh Pant have been given a short break following India's T20I series win over West Indies
Both players are also likely to be rested for the upcoming three T20Is against Sri Lanka ⤵ #INDvWI
— ESPNcricinfo (@ESPNcricinfo) February 19, 2022
ଭାରତୀୟ ଟିମର ନଜର ଏକଦିବସିୟ ପରି ଟି-୨୦ ସିରିଜ ମଧ୍ୟ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ଥାଇପାରେ। ଦୁହିଁଙ୍କ ମଧ୍ୟରେ ରବିବାରକୁ ସିରିଜର ଶେଷ ବା ତୃତୀୟ ମ୍ୟାଚ ଖେଳାଯିବାର ଅଛି। ପ୍ରଥମ ଟି-୨୦ ମ୍ୟାଚ ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କ ଆକର୍ଷଣୀୟ ବ୍ୟାଟିଂ ଫଳରେ ଦଳ ବିଜୟୀ ଦୌଡ଼ରେ ଥିଲା ଏବଂ ବୋଲର ମାନେ ମଧ୍ୟ ଭଲ ବୋଲିଂ କରି ଦଳକୁ ବିଜୟ ଦେଇଥିଲେ।
ଯଦି ରୋହିତଙ୍କ ଅଧିନାୟକତ୍ୱ ଟିମ ଇଣ୍ଡିଆ ଶେଷ ଟି-୨୦ ମ୍ୟାଚ ଜିତିଯିବ ତେବେ ନମ୍ବର ୧ ଟି-୨୦ ଟିମ ହୋଇଯିବ ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।

ଭାରତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ତୃତୀୟ ଟି-୨୦ ମ୍ୟାଚ ଜିତିବା ଦ୍ଵାରା ଇଂଲଣ୍ଡ ଠୁ ଟି-୨୦ର ନମ୍ବର ୧ ଟିମର ସ୍ଥାନ ଛଡାଇଆଣିବ। ଇଂଲଣ୍ଡର ରେଟିଙ୍ଗସ୍ ୨୬୯ ଥିବା ବେଳେ ଭାରତର ରେଟିଙ୍ଗସ୍ ୨୬୮ ଅଟେ।
ଟି-୨୦ ରାଙ୍କିଙ୍ଗସରେ ଇଂଲଣ୍ଡ ଓ ଭାରତ ପରେ ତୃତୀୟ ନମ୍ବରରେ ପାକିସ୍ତାନ ଅଛି। ପାକିସ୍ତାନର ରେଟିଙ୍ଗସ୍ ୨୬୬ ଅଟେ।

ଭାରତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ୮ ରନରେ ଜିତି ଇଂଲଣ୍ଡର ନମ୍ବର ୧ ସ୍ଥାନକୁ ହଲାଇଦେଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।