IND vs NZ: ଏଜାଜଙ୍କ ଐତିହାସିକ ରେକର୍ଡ ପରେ ବି ନ୍ୟୁଜିଲାଣ୍ଡ ନାଁରେ ଲଜ୍ଜାଜନକ ରେକର୍ଡ, ୬୨ ରନରେ ଅଲଆଉଟ୍

ମୁମ୍ବାଇ ଟେଷ୍ଟ ମ୍ୟାଚରେ ଭାରତ ଟିମର ବୋଲର ଖୁବ ଉଚ୍ଚକୋଟିର ପଦର୍ଶନ କରିଛନ୍ତି। ନ୍ୟୁଜିଲାଣ୍ଡକୁ ପ୍ରଥମ ଇନିଂସରେ ମାତ୍ର ୬୨ ରନରେ ଆଉଟ କରିଦେଇଛନ୍ତି। ଏହା ଆଜି ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡର ଭାରତ ବିପକ୍ଷରେ ସବୁଠାରୁ କମ ରନ ଅଟେ। ଏହା ପୂର୍ବରୁ ସବୁଠାରୁ କମ ରନ ଥିଲା ୯୪ ରନ ଏବଂ ଭାରତୀୟ ଟିମ ତାହା ମଧ୍ୟ ଶେଷ କରିଦେଇଛି। ଭାରତ ପାଖରେ ୨୦୪ ରନରୁ ଅଧିକର ଲିଡ଼ ଅଛି।

Google

ପ୍ରଥମ ପାରିରେ ସବୁଠାରୁ ଅଧିକ ୱିକେଟ ଅଶ୍ୱିନ ଅକ୍ତିଆର କରିବାରେ ସଫଳ ରହିଛନ୍ତି, ସେ ୪ଟି ୱିକେଟ ଅକ୍ତିଆର କରିଛନ୍ତି। ମହମ୍ମଦ ସିରାଜ ୩ଟି, ଅକ୍ଷର ପଟେଲ ଦୁଇଟି ଏବଂ ଜୟନ୍ତ ଯାଦଭ ଗୋଟିଏ ୱିକେଟ ନିଜ ନାମରେ ନାମିତ କରିଛନ୍ତି। ଦ୍ୱିତୀୟ ଦିନ ହୋଇ ମଧ୍ୟ ଭାରତୀୟ ଟିମ ୬୨ ରନରେ ଅଲ ଆଉଟ କରିଦେଇଛି। ଏହାର କାରଣ ଅଧିକ ସ୍ପିନ ରହିଥିବାର ଜଣା ଯାଉଛି ଏବଂ ଭାରତୀୟ ବୋଲର ଅତ୍ୟନ୍ତ ଉଚ୍ଚ କୋଟିର ପଦର୍ଶନ କରିଛନ୍ତି।

ବର୍ତ୍ତମାନ ପୂଜାରାଙ୍କ ପାଇଁ ବହୁତ ଭଲ ଅଟେ। ସେ ଆସି ଚମତ୍କାର ବ୍ୟାଟିଂ କରିଛନ୍ତି। ସେ ୫୧ ବଲରେ ୨୯ କରି ନଟ ଆଉଟ ଅଛନ୍ତି। ସେ ୧ଟି ଛକା ଏବଂ ୩ଟି ଚୌକା ଲଗାଇଛନ୍ତି। ମୟଙ୍କ ମଧ୍ୟ ପ୍ରଥମ ପାରି ପରେ ଦ୍ୱିତୀୟ ପାରିରେ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୭୫ ବଲରେ ୩୮ କରି ନଟ ଆଉଟ ଅଛନ୍ତି। ତାଙ୍କର ଏହି ପାରିରେ ୬ ଟି ଚୌକା ସାମିଲ ଅଛି।

Google

ଗିଲଙ୍କ ଶାରୀରିକ ଆଘାତ ହୋଇଛି। ମହମ୍ମଦ ସିରାଜ ମଧ୍ୟ ବହୁତ ଭଲ ବୋଲିଙ୍ଗ କରିବାର ନଜର ଆସିଥିଲେ। ପ୍ରଥମରୁ ୱିକେଟ ସିରାଜ ନେଇଥିଲେ ଏବଂ ରସ ଟେଲରଙ୍କୁ ଯେଉଁ ବୋଲଡ଼ କରିଥିଲେ ତାହା ବହୁତ ଭଲ ଥିଲା। ଭାରତ ବ୍ୟାଟିଂ କରିବାକୁ ଆସିସାରିଛନ୍ତି। ଫଲୋ ଅନ ଦେଇନାହାନ୍ତି ନିଜେ ବ୍ୟାଟିଙ୍ଗ କରିବାକୁ ଆସିଛନ୍ତି।ବ୍ୟାଟିଙ୍ଗ ପାଇଁ ପୂଜାରା ଆସିଥିଲେ। କେତେକ ଲୋକ କହୁଛନ୍ତି ଫଲୋ ଅନ ଦେବାର ଥିଲା କିନ୍ତୁ ଭାରତ ଫଲୋ ଅନ ନଦେଇ ବ୍ୟାଟିଙ୍ଗ କରିବାକୁ ବାହାରିସାରିଛି। ମ୍ୟାଚ ଆଜିର ସରିବା ସୁଦ୍ଧା ଟିମ ଇଣ୍ଡିଆର ସ୍କୋର ଭଲ ଅଛି। ଦଳର ସ୍କୋର ୬୯ ରନ ହୋଇଛି ଏବଂ ୱିକେଟ ଯାଇ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *