ବ୍ୟୁରୋ ରିପୋର୍ଟ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଶେଷ ହୋଇଯାଇଛି। ଭାରତ ୨-୧ ରେ ଏହି ସିରିଜ ଜିତିଯାଇଛି। ତେବେ ମଙ୍ଗଳବାର ଠୁ ଆରମ୍ଭ ହେବାକୁ ଯାଉଛି ODI ଲଢେଇ। ଏହି ଦିନିକିଆ ସିରିଜ ହେବ ୩ ମ୍ୟାଚ ବିଶିଷ୍ଟ।

ଇଂଲଣ୍ଡ ODI କ୍ରିକେଟରର ଦମଦାର ଖେଳର ପ୍ରଦର୍ଶନ କିଛି ସିରିଜରେ କରିଛି। ଜୋସ ବଟଲରଙ୍କ ଛଡା ଆଉ କେତେକ ଦମଦାର ଖେଳାଳି ଅଛନ୍ତି ଇଂଲଣ୍ଡ ଟିମରେ। ଇଂଲଣ୍ଡ ଦଳ ୨୦୧୯ ଦିନିକିଆ ବିଶ୍ୱକପ ଟ୍ରଫି ଜିତି ଚମ୍ପିୟନ ହୋଇଥିଲା। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୨,୧୪ ଓ ୧୭ ଜୁଲାଇକୁ ODI ମ୍ୟାଚ ଅଛି।
ତେବେ ଟିମ ଇଣ୍ଡିଆର ଜବରଦସ୍ତ ଓପ୍ନର ଶିଖର ଧାୱନ ଏଥିନିମନ୍ତେ ଦଳକୁ ଫେରିପାରନ୍ତି। ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜରେ ତାଙ୍କୁ କ୍ୟାପଟେନ ଘୋଷିତ କରା ଯାଇଛି। କୋହଲି ଏବଂ ରୋହିତଙ୍କ ଫର୍ମକୁ ଫେରିବା ଅଟେ ଆବଶ୍ୟକ।

୨ ଟିମର ରେକର୍ଡ:
ଦିନିକିଆରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଯାଏ ୧୦୩ ଟି ମୁକାବିଲା ଖେଳାଯାଇଛି। ଭାରତ ୫୫ ଟି ଜିତିଥିବା ବେଳେ ଇଂଲଣ୍ଡ ୪୩ ଟି ଜିତିଛି। ୨ଟି ମ୍ୟାଚ ଡ୍ର ଏବଂ ୩ଟି ମ୍ୟାଚର ଫଳାଫଳ ଆସିନି। ଶେଷ ODI ସିରିଜ ୨ ଦଳ ମଧ୍ୟରେ ୨୦୨୧ ରେ ଖେଳାଯାଇଥିଲା। ଭାରତ ସେହି ସିରିଜ ଜିତିଥିଲା। ୨-୧ ରେ ଜିତିଥିଲା ଟିମ ଇଣ୍ଡିଆ। ତେବେ ଆପଣଙ୍କ ଅନୁମାନରେ ଦିନିକିଆ ସିରିଜ କିଏ ଜିତିବ କମେଣ୍ଟରେ ଜଣେଇପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।