ଅର୍ସଦୀପ ସିଂଙ୍କୁ ମିଳିବ ODI ଏବଂ T-20 ରେ ଡେବ୍ୟୁର ସୁଯୋଗ! ଜାରି ହେଲା ଟିମ, ଦେଖନ୍ତୁ କେଉଁ କେଉଁ ଖେଳାଳି ସାମିଲ

ବ୍ୟୁରୋ ରିପୋର୍ଟ: ବିସିସିଆଇ ତରଫରୁ ଗୁରୁବାର ସନ୍ଧ୍ୟାରେ ଇଂଲଣ୍ଡ ବିରୁଦ୍ଧରେ ଏକଦିବସିୟ ଟି-୨୦ ଟିମର ଘୋଷଣା କରିଦିଆଯାଇଛି। ରୋହିତ ଶର୍ମା କରୋନା ସଂକ୍ରମଣ କାରଣରୁ ଆଜିଠୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିରୁଦ୍ଧରେ ଏକମାତ୍ର ଟେଷ୍ଟ ମ୍ୟାଚରେ ଖେଳିବେ ନାହିଁ କିନ୍ତୁ ସୀମିତ ଓଭରର ଦୁଇଟି ଯାକ ସିରିଜରେ ତାଙ୍କୁ ଅଧିନାୟକ କରାଯାଇଛି। ବିରାଟ କୋହଲି, ରିଷଭ ପନ୍ତ ଓ ଯଶପ୍ରୀତ ବୁମରାଙ୍କ ପରି ସିନିୟର ଖେଳାଳି ପ୍ରଥମ ଟି-୨୦ରେ ଖେଳିବେ ନାହିଁ। କିନ୍ତୁ ସେ ଶେଷ ଦୁଇଟି ଟି-୨୦ରେ ଖେଳିବା ପାଇଁ ଚୟନ ହୋଇଛନ୍ତି। ଟି-୨୦ ଓ ଏକଦିବସିୟ ସିରିଜ ୭ ଜୁଲାଇରୁ ୧୭ ଜୁଲାଇ ପର୍ଯ୍ୟନ୍ତ ଚାଲିବ। ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ଏବେ ୨-୧ରେ ଆଗୁଆ ଅଛି ଓ ଆଜି ଭଲ ଆରମ୍ଭ କରିବାକୁ ଚାହିଁବ।

Google

ଇଂଲଣ୍ଡ ସିରିଜ ପାଇଁ ଚୟନ ଟିମକୁ ଦେଖିବାତ ବୋଲର ଉମରାନ ମଲିକଙ୍କୁ ତିନୋଟି ଯାକ ଟି-୨୦ ପାଇଁ ଟିମରେ ଚୟନ କରାଯାଇଛି। କିନ୍ତୁ ଏକ ଦିବସିୟ ସିରିଜରେ ତାଙ୍କୁ ଜାଗା ମିଳିନାହିଁ। ଏହା ଦ୍ଵାରା ତାଙ୍କୁ ସଂକେତ ଦିଆଯାଇଛିକି ଏହି ଫର୍ମାଟ ପାଇଁ ତାଙ୍କୁ ନିଜକୁ ପ୍ରସ୍ତୁତ କରିବାକୁ ହେବ। ସେହିପରି ବାମହାତୀ ବୋଲର ଅର୍ସଦୀପ ସିଂହ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଓ ଆୟରଲ୍ୟାଣ୍ଡ ବିରୁଦ୍ଧରେ ଟି-୨୦ ଟିମରେ ଥିଲେ କିନ୍ତୁ ତାଙ୍କୁ ଖେଳିବାକୁ ମୌକା ମିଳିଲା ନାହିଁ।

ଶେଷ ଦୁଇ ଟି-୨୦ରୁ ବାହାର:

ଅର୍ସଦୀପ ସିଂହଙ୍କୁ ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଟି-୨୦ ପାଇଁ ଚୟନ କରାଯାଇଛି କିନ୍ତୁ ଶେଷ ଦୁଇ ଟି-୨୦ରୁ ସେ ବାହାର ଅଛନ୍ତି। କିନ୍ତୁ ତାଙ୍କୁ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ପାଇଁ ଚୟନ କରାଯାଇଛି। ମାନେ ସେ ଲମ୍ବା ଫର୍ମାଟ ପାଇଁ ଚୟନକର୍ତ୍ତାଙ୍କ ପସନ୍ଦ ଅଟନ୍ତି। ସେହିପରି ସଞ୍ଜୁ ସାମସନ ଓ ଋତୁରାଜ ଗାୟକୱାଡ଼ଙ୍କୁ ପ୍ରଥମ ଟି-୨୦ ପାଇଁ ଚୟନ କରାଯାଇଛି କିନ୍ତୁ ଶେଷ ଦୁଇ ଟି-୨୦ ରେ ତାଙ୍କୁ ଜାଗା ମିଳିନାହିଁ। ମାନେ ସେ ଚୟନକର୍ତାଙ୍କୁ ନିଜ ପ୍ରଦର୍ଶନରେ ଏବେ ପର୍ଯ୍ୟନ୍ତ ପ୍ରଭାବିତ କରିପାରିନାହଁନ୍ତି। ଦୁହିଁଙ୍କୁ ଏକଦିବସିୟ ସିରିଜରେ ଜାଗା ମିଳିନାହିଁ। ସେହିପରି ଦୀପକ ହୁଡ୍ଡା ଓ ଇସାନ କିସାନଙ୍କୁ ତିନୋଟି ଯାକ ଟି-୨୦ରେ ଜାଗା ମିଳିଛି। ଇସାନଙ୍କୁ ଏକଦିବସିୟ ସିରିଜରେ ମଧ୍ୟ ଟିମରେ ଜାଗା ମିଳିଛି।

Google

ଭେଙ୍କଟେସ ଅୟରଙ୍କୁ ତ ମୌକା ହିଁ ମିଳିନାହିଁ:

ଅଲରାଉଣ୍ଡର ଭେଙ୍କଟେସ ଅୟରଙ୍କୁ ହାର୍ଦିକ ପାଣ୍ଡ୍ୟା ଆସିବା ପରେ ମୌକା ହିଁ ମିଳିନାହିଁ। ସେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଓ ଆୟରଲ୍ୟାଣ୍ଡ ବିରୁଦ୍ଧରେ ଟି-୨୦ ଟିମରେ ଚୟନ କରାଯାଇଥିଲେ କିନ୍ତୁ ତାଙ୍କୁ କୌଣସି ମ୍ୟାଚରେ ଖେଳିବାର ମୌକା ମିଳିପାରିନାହିଁ। ଇଂଲଣ୍ଡ ବିରୁଦ୍ଧରେ ସେ କେବଳ ପ୍ରଥମ ଟି-୨୦ ପାଇଁ ଚୟନ କରାଯାଇଛନ୍ତି। ଏକଦିବସିୟ ଟିମରେ ତାଙ୍କୁ ଚୟନ କରାଯାଇନାହିଁ ତେଣୁ ଇଂଲଣ୍ଡ ସିରିଜରେ ସେ ଖେଳିବାର ସମ୍ଭାବନା କମ।

ଏକଦିବସିୟ ସିରିଜ ପାଇଁ ଟିମ: ରୋହିତ ଶର୍ମା(ଅଧିନାୟକ),ଶିଖର ଧାୱନ, ଇସାନ କିସାନ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଅୟର,ରିଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା,ସାରଦୁଲ ଠାକୁର,ୟୁଜବେନ୍ଦ୍ର ଚାହଲ, ଅକ୍ସର ପଟେଲ, ଯଶପ୍ରୀତ ବୁମରା,ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସାମୀ, ମହମ୍ମଦ ସିରାଜ ଓ ଅର୍ସଦୀପ ସିଂ।

Google

ପ୍ରଥମ ଟି-୨୦ ପାଇଁ ଟିମ: ରୋହିତ ଶର୍ମା(ଅଧିନାୟକ), ଇସାନ କିସନ, ଋତୁରାଜ ଗାୟକୱାଡ଼, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ ,ଦୀପକ ହୁଡା, ରାହୁଲ ତ୍ରିପାଠୀ, ଦିନେସ କାର୍ତିକ,ହାର୍ଦିକ ପାଣ୍ଡ୍ୟା, ଭେଙ୍କଟେସ ଅୟର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିସ୍ନୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଆବେଶ ଖାନ, ଅର୍ସଦୀପ ସିଂହ ଓ ଉମରାନ ମଲ୍ଲିକ।

ଦ୍ୱିତୀୟ ଓ ତୃତୀୟ ଟି-୨୦ ପାଇଁ ଟିମ: ରୋହିତ ଶର୍ମା (ଅଧିନାୟକ),ଇସାନ କିସନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଶ୍ରେୟସ ଅୟର, ଦିନେସ କାର୍ତ୍ତିକ,ରିଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚାହଲ, ଅକ୍ସର ପଟେଲ, ରବି ବିସ୍ନୋଇ, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର,ହର୍ଷଲ ପଟେଲ, ଆଭେଶ ଖାନ ଓ ଉମରାନ ମଲ୍ଲିକ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *