IND vs WI: ପ୍ରଥମ ODI ଏହି ଖେଳାଳିଙ୍କ ସହ ଖେଳିବେ ଧାୱନ, ଜାରି ହେଲା ସମ୍ଭାବ୍ୟ ପ୍ଲେଇଁ ଇଲେଭେନ

ବ୍ୟୁରୋ ରିପୋର୍ଟ:ଭାରତୀୟ ଟିମ ୨୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଖେଳିବାର ଅଛି। ଏହି ସିରିଜରେ ଧାୱନଙ୍କୁ ଅଧିନାୟକ କରାଯାଇଛି। ଧାୱନ ଯୁବ ଖେଳାଳିଙ୍କୁ ନେଇ ଅଧିନାୟକତ୍ୱ କରିବାକୁ ଯାଉଛନ୍ତି ତେଣୁ ଦେଖିବା ରୋମାଞ୍ଚକ ହେବକି କେଉଁ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ମୌକା ମିଳିବ।

Google

ଓପନିଙ୍ଗ:

ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ପ୍ରଥମ ଏକଦିବସିୟରେ ଧାୱନ ପାରିର ଓପନିଙ୍ଗ କରିବେ ଓ ତାଙ୍କ ସହ ଡାହାଣ ହାତୀ ବ୍ୟାଟ୍ସମ୍ୟାନ ଋତୁରାଜ ଗାୟକୱାଡ଼ ଓପନିଙ୍ଗ କରିପାରନ୍ତି। ଦୁହିଁଙ୍କର ଲେପଟ ରାଇଟ ଯୋଡି ଟିମ ଇଣ୍ଡିଆ ପାଇଁ ଫାଇଦା ସାବ୍ୟସ୍ତ ହୋଇପାରେ।

ମିଡ଼ିଲ ଅର୍ଡର:

ମିଡ଼ିଲ ଅର୍ଡରରେ ଇସାନ କିସାନ ତିନି ନମ୍ବରରେ ବ୍ୟାଟିଙ୍ଗ କରିପାରନ୍ତି। ସେ ପୂର୍ଵରୁ ମଧ୍ୟ ଟିମ ଇଣ୍ଡିଆ ପାଇଁ ତିନି ନମ୍ବରରେ ବ୍ୟାଟିଙ୍ଗ କରିଛନ୍ତି। ଚତ୍ରୁର୍ଥ ନମ୍ବରରେ ବ୍ୟାଟ୍ସମ୍ୟାନ ଦୀପକ ହୁଡ୍ଡା ଓହ୍ଲାଇ ପାରନ୍ତି। ସୂର୍ଯ୍ୟ କୁମାର ପଞ୍ଚମ ଓ ଶ୍ରେୟସ ଅୟର ୬ ନମ୍ବରରେ ଖେଳିପାରନ୍ତି।

Google

ଅଲରାଉଣ୍ଡର:

ସେହିପରି ଅଲରାଉଣ୍ଡରରେ ରବିନ୍ଦ୍ର ଜାଡେଜା ଓ ସାରଦୁଲ ଠାକୁରଙ୍କୁ ମୌକା ମିଳିବାର ସମ୍ଭାବନା ଅଛି। ଜାଡେଜା ସ୍ପିନ ଵୋଲିଙ୍ଗ ସହିତ ଦମଦାର ବ୍ୟାଟିଙ୍ଗ କରିପାରିବେ ଓ ସାରଦୁଲ ମଧ୍ୟ ବୋଲିଙ୍ଗ ସହିତ ତଳକ୍ରମରେ ବ୍ୟାଟିଙ୍ଗ କରିବେ।

ବୋଲିଙ୍ଗ ଦାୟିତ୍ୱ:

ଵୋଲିଙ୍ଗରେ ପେସର ରୂପରେ ଆଭେଶ ଖାନ ଓ ପ୍ରସିଦ୍ଧ କ୍ରିଷ୍ଣା ଖେଳିପାରନ୍ତି। ଚାହଲ ଏକାକି ସ୍ପିନର ରହିପାରନ୍ତି ଓ ସେ ପୂର୍ଵ କିଛି ସମୟରେ ସୁନ୍ଦର ପ୍ରଦର୍ଶନ କରି ଆସୁଛନ୍ତି।

Google

ପ୍ରଥମ ଏକଦିବସିୟ ପାଇଁ ସମ୍ଭାବିତ ଚୂଡାନ୍ତ ଏକାଦଶ:

ଶିଖର ଧାୱନ(ଅଧିନାୟକ),ଋତୁରାଜ ଗାୟକୱାଡ଼, ଇସାନ କିସନ,ଦୀପକ ହୁଡ୍ଡା, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଅୟର, ରବିନ୍ଦ୍ର ଜାଡେଜା,ସାରଦୁଲ ଠାକୁର, ଆଭେଶ ଖାନ, ୟୁଜବେନ୍ଦ୍ର ଚାହଲ ଓ ପ୍ରସିଦ୍ଧ କ୍ରିଷ୍ଣା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *