ବ୍ୟୁରୋ ରିପୋର୍ଟ: ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ କହିଛନ୍ତି ୮ ମାସ ପରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଟିମ ଅଧିକରୁ ଅଧିକ ବିକଳ୍ପର ଯୋଜନା କରିଛି। କେ ଏଲ ରାହୁଲଙ୍କ ଅନୁପସ୍ଥିତରେ ୱେଷ୍ଟଇଣ୍ଡିଜ ସହ ସିରିଜରେ ଉପଅଧିନାୟକ ହୋଇଥିବା ପନ୍ତ ଦ୍ୱିତୀୟ ଟି-୨୦ ମ୍ୟାଚରେ ସୁନ୍ଦର ଅର୍ଦ୍ଧଶତକ ମାରିଥିଲେ। ପନ୍ତଙ୍କୁ ଯେବେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଯୋଜନା ବିଷୟରେ ପଚରାଗଲା ପନ୍ତ କହିଲେ ବିଶ୍ୱକପ ପାଇଁ ଆହୁରି ବହୁତ ସମୟ ବାକି ଅଛି। ତେଣୁ ଆମ ଯୋଜନା ଅଧିକ ବିକଳ୍ପ କରିବା ଅଟେ।

ରିଷଭ ପନ୍ତ ୱେଷ୍ଟଇଣ୍ଡିଜ ତରଫରୁ ତୃତୀୟ ଟି-୨୦ ମ୍ୟାଚରେ ଖେଳିବେ ନାହିଁ କାରଣ ବିସିସିଆଇ ବିରାଟ କୋହଲି ଓ ରିଷଭ ପନ୍ତଙ୍କୁ ବିଶ୍ରାମ ଦେଇଛି। ସେ କହିଛନ୍ତି ଆମେ ଏହା ଜାଣିବା ପାଇଁ ଚେଷ୍ଟା କରୁଛୁ କେଉଁ ଖେଳାଳି କେଉଁ ସ୍ଥାନ ପାଇଁ ଉପଯୁକ୍ତ। ଆମେ ଅନେକ ବିକଳ୍ପକୁ ଆପଣାଉଛୁ। ଶେଷରେ ଟିମ ପାଇଁ ଯାହା ଭଲ ହେବ ତାହା ଶେଷ ଫଇସଲା ହେବ।
ସ୍ଥାନ ସୁରକ୍ଷିତ କରିବା ପାଇଁ ଭାବୁନାହାଁନ୍ତି ପନ୍ତ:
ଟି-୨୦ ସିରିଜରେ ଯସପ୍ରୀତ ବୁମରା ଓ ମହମ୍ମଦ ସାମୀଙ୍କ ଯୋଡିକୁ ବିଶ୍ରାମ ଦିଆଯାଇଛି। ତାଙ୍କ ଅନୁପସ୍ଥିତରେ ହର୍ଷଲ ପଟେଲ ଦୁଇଟି ଛକା ଖାଇ ମଧ୍ୟ ଧର୍ଯ୍ୟ ରଖି ଭାରତକୁ ବିଜୟ ଦେଲେ। ପନ୍ତ କହିଛନ୍ତି ଟିମର ଯୋଜନା ବଲକୁ ଅଫ ଷ୍ଟମ୍ପ ବାହାରେ ରଖିବାର ଥିଲା। ଆଘାତରେ ଥିବା ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତରେ ଭାରତ ଅଲରାଉଣ୍ଡର ଭେଙ୍କଟେସ ଅୟରଙ୍କୁ ଫିନିସର ରୂପରେ ବ୍ୟବହାର କରୁଛି।

ସେ ଦ୍ୱିତୀୟ ମ୍ୟାଚରେ ୧୮ ବଲରେ ୩୩ ରନର ପାରି ଖେଳିଥିଲେ ଓ ପନ୍ତଙ୍କ ସହ ୩୫ ବଲରେ ୭୬ ରନ ଯୋଡି ଟିମର ସ୍କୋର ୫ ୱିକେଟରେ ୧୮୬ ରନ ପର୍ଯ୍ୟନ୍ତ ପହଁଞ୍ଚାଇଥିଲା। ପଞ୍ଚମ ନମ୍ବରରେ ବ୍ୟାଟିଙ୍ଗ କରିବା ଦ୍ଵାରା ଟିମରେ ଜାଗା ସୁନିଶ୍ଚିତ ବିଷୟରେ ପଚରାଯିବାରୁ ପନ୍ତ କହିଛନ୍ତି ଏହା ଟିମର ଯୋଜନାର ଅଂଶ ଅଟେ। ବ୍ୟକ୍ତିଗତ ରୂପରେ ମୁଁ ଏହା ଭାବୁନାହିଁ କି ମତେ ଏହି ସ୍ଥାନ ସୁରକ୍ଷିତ କରିବା ଆବଶ୍ୟକ ନା ଅନ୍ୟ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।