ବ୍ୟୁରୋ ରିପୋର୍ଟ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟ ସିରିଜ ଆୟୋଜନକୁ ନେଇ ବିପଦ ଦେଖାଯାଉଛି। ଟିମ ଇଣ୍ଡିଆର ଅନେକ ଖେଳାଳି କରୋନା ପଜିଟିଭ ଜଣାପଡିଛି। ସିନିୟର ଖେଳାଳି ଶିଖର ଧୱନ, ଯୁବ ଖେଳାଳି ଶ୍ରେୟସ ଅୟର ଓ ଋତୁରାଜ ଗାୟକବାଡ଼ ପଜିଟିଭ ଥିବା ଜଣାପଡିଛି। ଏକଦିବସିୟ ସିରିଜ ୬ ଫେବୃଆରୀରୁ ଆରମ୍ଭ ହେବାକୁ ଅଛି। ଏବେ ସିରିଜର ସିଡ୍ୟୁଲ ପରିବର୍ତ୍ତନ କରାଯାଇପାରେ। ବିସିସିଆଇ ପାଇଁ ଏହା ବଡ଼ ଚିନ୍ତାର କାରଣ ଅଟେ କାରଣ ୧୨ ଓ ୧୩ ଫେବୃଆରୀରେ ବାଙ୍ଗାଲୋରରେ ମେଗା ଅକ୍ସନ ହେବାକୁ ଅଛି।

ସ୍ପୋର୍ଟସଷ୍ଟାରର ଖବର ଅନୁସାରେ ଅନେକ ଭାରତୀୟ ଖେଳାଳି କରୋନା ପଜିଟିଭ ଜଣାପଡିଛି। ଦୁଇ ଦେଶର ଖେଳାଳି ଗୋଟିଏ ହୋଟେଲରେ ଅଲଗା ଅଲଗା ଅଛନ୍ତି। ସୂଚନା ଅନୁସାରେ ପ୍ରଥମେ ହୋଇଥିବା ଆରଟିପିସିଆର ଟେଷ୍ଟରେ ସବୁ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ବୁଧବାରକୁ ହେଇଥିବା ଟେଷ୍ଟରେ ଶିଖର ଧୱନଙ୍କ ସହ ଅନେକ ଖେଳାଳି ଓ ସପୋର୍ଟ ଷ୍ଟାପଙ୍କ ରିପୋର୍ଟ ପଜିଟିଭ ଆସିଛି। ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମଲ ଏଏନଆଇ ସହିତ କଥା ହୋଇ କିଛି ଖେଳାଳି ଓ ସପୋର୍ଟ ଷ୍ଟାପ ପଜେଟିଭ ହୋଇଥିବା କଥା ସ୍ୱିକାର କରିଥିଲେ। ସେ କହିଥିଲେ ଆମେ ସ୍ଥିତି ଉପରେ ନଜର ରଖିଛୁ। କହିରଖିବୁ କି କରୋନା କାରଣରୁ ହିଁ ସିରିଜ ଭେନ୍ୟୁ ପରିବର୍ତ୍ତନ ହୋଇଥିଲା।
ତିନୋଟି ଏକଦିବସିୟ ଓ ତିନୋଟି ଟି-୨୦ ମ୍ୟାଚର ସିରିଜ:
ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକଦିବସିୟ ସିରିଜ ୬ ଫେବୃଆରୀରୁ ଆରମ୍ଭ ହେବ। ଏକଦିବସିୟ ସିରିଜର ସବୁ ମ୍ୟାଚ ଅହମ୍ମଦାବାଦରେ ଖେଳାଯିବାର ଅଛି। ସେହିପରି ଟି-୨୦ ସିରିଜ ୧୬ ଫେବୃଆରୀରୁ କୋଲକତାରେ ଖେଳାଯିବାର ଅଛି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜରେ ଭାରତକୁ ୩-୦ରେ ପରାଜୟ ମିଳିଥିଲା। ଏକଦିବସିୟ ସିରିଜରେ ରୋହିତ ଶର୍ମା ଅଧିନାୟକତ୍ୱ ଦାୟୀତ୍ୱ ଆରମ୍ଭ କରିବାକୁ ଯାଉଛନ୍ତି।
IND vs WI: 7 members of Team India including Dhawan, Iyer and Gaikwad got corona, this player of the Test team got a chance https://t.co/e09SShXvwz
— news24buzz (@news24buzz1) February 3, 2022
ଭାରତକୁ ୱେଷ୍ଟଇଣ୍ଡିଜ ପରେ ଆଗାମୀ ଫେବୃଆରୀ-ମାର୍ଚ୍ଚରେ ଶ୍ରୀଲଙ୍କା ବିରୁଦ୍ଧରେ ମଧ୍ୟ ଓହ୍ଲାଇବାର ଅଛି। ଯଦି ୱେଷ୍ଟଇଣ୍ଡିଜ ସିରିଜର ସିଡ୍ୟୁଲ ବଦଳିବ ତେବେ ଏହାର ପ୍ରଭାବ ଶ୍ରୀଲଙ୍କା ସିରିଜରେ ମଧ୍ୟ ପଡିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।