ବ୍ୟୁରୋ ନ୍ୟୁଜ: ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଅଛି। ଯେଉଁଠି ଟିମ ଏବେ ଦକ୍ଷିଣ ଆଫ୍ରିକା ସହ ତିନୋଟି ମ୍ୟାଚର ଟେଷ୍ଟ ସିରିଜ ଖେଳିବାର ଅଛି। ଏହାର ଆରମ୍ଭ ୨୬ ଡିସେମ୍ବରରେ ହୋଇଥିଲା। ଏହାର ପ୍ରଥମ ମ୍ୟାଚ ସେଂଚୁରିଆନରେ ଖେଳାଯାଇଥିଲା ଯେଉଁ ମ୍ୟାଚକୁ ଭାରତ ୧୧୩ ରନରେ ଜିତିଯାଇଥିଲା। କହିରଖିବୁ ଭାରତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଜିତିନାହିଁ। ଏହି ଇତିହାସ ଭାରତୀୟ ଟିମ ବଦଳାଉଛି କାରଣ ସେଂଚୁରିଆନରେ ମଧ୍ୟ ଭାରତୀୟ ଟିମ କେବେ ଟେଷ୍ଟ ମ୍ୟାଚ ଜିତିନଥିଲା କିନ୍ତୁ ପ୍ରଥମ ଟେଷ୍ଟ ଭାରତୀୟ ଟିମ ସେଠାରେ ଜିତିବା ଦ୍ଵାରା ଭାରତୀୟ ଟିମର ଆତ୍ମବିଶ୍ୱାସ ବଢିଥାଇପାରେ।

ଗୋଟେ ଦିନ ଖେଳ ବର୍ଷା କାରଣରୁ ହୋଇପାରିନଥିଲେ ମଧ୍ୟ ଭାରତୀୟ ଟିମ ପ୍ରଥମ ଟେଷ୍ଟକୁ ଜିତିଯାଇଛି। ଏହା ସହିତ ଭାରତୀୟ ଟିମ ତିନୋଟି ମ୍ୟାଚର ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ଦ୍ୱିତୀୟ ଟେଷ୍ଟ ୩ ଜାନୁଆରୀ ୨୦୨୨ରୁ ଖେଳାଯିବାର ଅଛି ଏହା ପୂର୍ବରୁ କେଉଁ ଖେଳାଳିଙ୍କୁ ଦ୍ୱିତୀୟ ଟେଷ୍ଟରେ ଜାଗା ମିଳିବ ଓ କେଉଁ ଖେଳାଳି ଟିମରୁ ବାହାରିବେ ତାହା ରୋମାଂଚକର ହୋଇପାରେ। ସେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ପ୍ରେସ କନ୍ଫରେନ୍ସରେ ଏହା ଉପରେ ଆଲୋଚନା କରି କହିଛନ୍ତି।
ରାହୁଲ ଦ୍ରାଭିଡ ପ୍ରେସ କନ୍ଫରେନ୍ସରେ ପୂଜାରାଙ୍କ ଫର୍ମକୁ ନେଇ କହିଛନ୍ତି ଖେଳିବା ସମୟରେ ପୂଜାରାଙ୍କ ଉପରେ ବହୁତ ପ୍ରେସର ଥାଏ ଓ ସେ ଜଲ୍ଦି ନିଜ ପୂର୍ଵ ଫର୍ମକୁ ଫେରିବେ। ଦ୍ରାଭିଡଙ୍କ ଏହି କଥାରୁ ଜଣାପଡୁଛିକି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ପୂଜାରାଙ୍କୁ ଚୂଡାନ୍ତ ଏକାଦଶରେ ମୌକା ମିଳିବ ଯାହା ଦ୍ୱାରା ନୂତନ ଖେଳାଳିଙ୍କୁ ମୌକା ମିଳିପାରିବନି।

ପୂଜାରାଙ୍କ ଛଡା ଅନ୍ୟ କୌଣସି ଖେଳାଳି ପ୍ରଥମ ଟେଷ୍ଟରେ ଖରାପ ପ୍ରଦର୍ଶନ କରିନଥିଲେ ତେଣୁ ଅନ୍ୟ କୌଣସି ଖେଳାଳି ଦ୍ୱିତୀୟ ଟେଷ୍ଟରୁ ବାହାରିବା ସମ୍ଭାବନା କମ। ରାହୁଲ ଦ୍ରାଭିଡ କହିଛନ୍ତି ଦ୍ୱିତୀୟ ଟେଷ୍ଟରେ ବ୍ୟାଟ୍ସମ୍ୟାନ ମାନେ ଅଧିକ ଭଲ ବଡ଼ ପାରି ଖେଳିବାକୁ ଚେଷ୍ଟା କରିବେ। ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ନିଜକୁ ଅଧିକ ବିକଶିତ କରିବା ପାଇଁ ବ୍ୟାଟ୍ସମ୍ୟାନ ମାନଙ୍କ ପାଖରେ ମୌକା ଅଛି। ଦ୍ରାଭିଡ କହିଛନ୍ତି ଆମେ ଦ୍ୱିତୀୟ ଟେଷ୍ଟରେ ବ୍ୟାଟ୍ସମ୍ୟାନଙ୍କ ପାଖରୁ ଆହୁରି ବଡ଼ ପାରି ଓ ଭଲ ଆରମ୍ଭର ଆଶା କରିଚୁ।
ଦକ୍ଷିଣ ଆଫ୍ରିକାରେ ବଡ଼ ସ୍କୋର କରିବା କଷ୍ଟକର କିନ୍ତୁ ଭାରତ ପାଖରେ ଭଲ ବ୍ୟାଟ୍ସମ୍ୟାନ ଅଛି। ପ୍ରଥମ ମ୍ୟାଚରେ ଦୁଇ ଓପନର କେ ଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ଶତକୀୟ ପାର୍ଟନରସିପ କରିଥିଲେ ରାହୁଲ ସୁନ୍ଦର ଶତକ ମାରିଥିବା ବେଳେ ମୟଙ୍କ ସୁନ୍ଦର ଅର୍ଦ୍ଧଶତକ ମାରିଥିଲେ। ସେହିପରି ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି, ରାହାଣେ, ପୂଜାରା ଓ ରିଷଭ ପନ୍ତଙ୍କ ଉପରେ ବଡ଼ ସ୍କୋରର ଆଶା ରହିପାରେ।

ଦ୍ୱିତୀୟ ଟେଷ୍ଟ ପାଇଁ ଭାରତର ସମ୍ଭାବ୍ୟ ଚୂଡାନ୍ତ ଏକାଦଶ: କେ ଏଲ ରାହୁଲ,ମୟଙ୍କ ଅଗ୍ରୱାଲ, ବିରାଟ କୋହଲି(ଅଧିନାୟକ),ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ରିଷଭ ପନ୍ତ, ଆର ଅଶ୍ୱିନୀ, ସାରଦୁଲ ଠାକୁର, ମହମ୍ମଦ ସାମୀ,ଯଶପ୍ରୀତ ବୁମରା, ମହମ୍ମଦ ସିରାଜ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।