ବ୍ୟୁରୋ ରିପୋର୍ଟ: ଭାରତରେ ଆଇପିଏଲ ୨୦୨୨ ଚାଲିଛି,କିନ୍ତୁ ଭାରତୀୟ ଟେଷ୍ଟ ଟିମର ମହାନ ଖେଳାଳି ଚେତେଶ୍ୱର ପୂଜାରା ଏଥୁରୁ ହଟି ଏବେ ଇଂଲଣ୍ଡର ଘରୋଇ ଲିଗ କାଉଁଟି ସିଜନରେ ଅଂଶ ଗ୍ରହଣ କରିଛନ୍ତି। ସେଠାରେ ସେ ୧୪ ଏପ୍ରିଲରୁ ଖେଳାଯାଉଥିବା ଚାରିଦିବସିୟ ମ୍ୟାଚରେ ସସେକ୍ସ ପାଇଁ ଡେବ୍ୟୁ କରିଥିଲେ। ଏହି ମ୍ୟାଚ ପୂଜାରାଙ୍କ ପାଇଁ ଖାସ ରହିଥିଲା କାରଣ ଏହି ମ୍ୟାଚରେ ପୂଜାରା ଡବଲ ଶତକ ମାରିଥିଲେ।

ଆଇପିଏଲ ୨୦୨୨ ମେଗା ଅକ୍ସନରେ ପୂଜାରାଙ୍କୁ କୌଣସି ଟିମ କିଣିନଥିଲା। ସେ ଆଇପିଏଲ ୨୦୨୧ରେ ସିଏସକେ (ଚେନ୍ନାଇ ସୁପର କିଙ୍ଗସ) ଟିମର ଅଂଶ ଥିଲେ।କିନ୍ତୁ ଆଇପିଏଲରେ ତାଙ୍କୁ ଗୋଟେ ମଧ୍ୟ ମ୍ୟାଚ ଖେଳିବାର ସୁଯୋଗ ମିଳିନଥିଲା। ଏହି କାରଣ ଥିଲାକି ପୂଜାରା କାଉଁଟି କ୍ରିକେଟ ଖେଳିବାର ଫଇସଲା କରିଥିଲେ,ଯାହା ଦ୍ୱାରା ଯେପରି ସେ ପୁରୁଣା ଫର୍ମକୁ ଫେରିପାରିବେ।
ସସେକ୍ସକୁ ଫଲୋଅନ ଖେଳିବାକୁ ପଡିଲା:
ପୂଜାରା ନିଜ ଡେବ୍ୟୁ ମ୍ୟାଚ ଡ଼ବିସାୟର ବିରୁଦ୍ଧରେ ଖେଳିଲେ। ଏହିମ୍ୟାଚରେ ଡ଼ବିସାୟର ପ୍ରଥମେ ବ୍ୟାଟିଙ୍ଗ କରି ୮ ୱିକେଟରେ ୫୦୫ ରନର ପାରି ଘୋଷଣା କରିଥିଲା। ଏହା ପରେ ସସେକ୍ସ ୧୭୪ ରନରେ ଅଲଆଉଟ ହୋଇ ଫଲୋଅନ ଖେଳିବାକୁ ବାଧ୍ୟହେଲେ। ପ୍ରଥମ ପାରିରେ ପୂଜାରା ମାତ୍ର ୬ ରନ କରିଥିଲେ। ପାକିସ୍ତାନର ୱିକେଟକିପର ମହମ୍ମଦ ରିଜୱାନ ମଧ୍ୟ ପୂଜାରାଙ୍କ ସହ ଏହି ଟିମରେ ଖେଳୁଛନ୍ତି। ସେ ପ୍ରଥମ ପାରିରେ ମାତ୍ର ୨୨ ରନ କରିଥିଲେ।
There is atleast a couple of years left in him to play Test Match Cricket for Team India. A traditional n.o 3 isn't easy to find. Please don't drag him along Rahane. Excellent knock #Pujara 👏👏👏 https://t.co/OFvctnlgYD
— Namra Patel 🇮🇳 (@NamraPatel__) April 17, 2022
ଦ୍ୱିତୀୟ ପାରିରେ ପୂଜାରା ମାରିଲେ ଡବଲ ଶତକ:
ଫଲୋଅନ ଖେଳିସସେକ୍ସ ଭଲଆରମ୍ଭ କରିଥିଲା। ଦ୍ୱିତୀୟ ପାରିରେ ଅଧିନାୟକ ଟୋମ ହେନ୍ସ ୨୪୩ ରନ ଯେବେକି ଚେତେଶ୍ୱର ପୂଜାରା ୨୦୧ ରନର ପାରି ଖେଳିଥିଲେ। ରିଜୱାନଙ୍କ ପାଳି ହିଁ ଆସିନଥିଲା। ଏହିପରି ସସେକ୍ସ ଦ୍ୱିତୀୟ ପାରୀରେ ତିନୋଟି ୱିକେଟ ହରାଇ ୫୧୩ ରନ କରିଥିଲା।ଏହିପରିସସେକ୍ସ ଓ ଡ଼ବିସାୟର ମଧ୍ୟରେ ମ୍ୟାଚ ଡ୍ର ହୋଇଥିଲା।
ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟରେ ଜାଗା ମିଳିପାରେ:
ଚେତେଶ୍ୱର ପୂଜାରା ସସେକ୍ସ ତରଫରୁ ୬ ଟି କାଉଁଟି ମ୍ୟାଚରେ ଉପଲବ୍ଧରହିବେ। କାଉଁଟି ଚମ୍ପିୟାନସିପ ଛଡା ପୂଜାରା ରୟାଲ ଲଣ୍ଡନ କପ ଏକଦିବସିୟରେ ମଧ୍ୟ ଭାଗ ନେବେ। ପୂଜାରା ପୂର୍ଵ କିଛି ଦିନରୁ ଖରାପ ଫର୍ମ ଦେଇ ଗତିକରୁଛନ୍ତି। ଏହି କାରଣରୁ ଶ୍ରୀଲଙ୍କା ସହ ଘରୋଇ ଟେଷ୍ଟ ସିରିଜରେ ତାଙ୍କୁ ଭାରତୀୟ ଟିମରେ ଚୟନ କରାଯାଇନଥିଲା। ଭାରତୀୟ ଟିମ ଆଇପିଏଲ ପରେ ଇଂଲଣ୍ଡ ସହ ଗୋଟେ ଟେଷ୍ଟ ଜୁଲାଇରେ ଖେଳିବ। ତେଣୁ ପୂଜାରାଙ୍କୁ ସେହି ଟିମରେ ଜାଗା ମିଳିପାରେ।
Double Ton for @cheteshwar1 on his Sussex debut. Proves it once again why he is a World Class proper Test match batter.
The match ends in a draw. #CountyCricket2022 #Sussex #pujara #Cricket pic.twitter.com/Y8c5y1waMO— Sunil Joshi (@SunilJo44348679) April 17, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।