ଟିମ ଇଣ୍ଡିଆର ବଡ଼ କୀର୍ତ୍ତିମାନ, ସାଉଥ ଆଫ୍ରିକା ଉପରେ ବଡ଼ ବିଜୟ! ଅଷ୍ଟ୍ରେଲିଆ ଉପରେ ନେଲା ବଦଲା

ଟିମ ଇଣ୍ଡିଆକୁ ବିଦେଶରେ ମିଳିଥିବା କିଛି ବିଜୟ ଖାସ ରହିଛି। ଏଥିରୁ ଦୁଇଟି ବିଜୟ ତ ଆଜିର ଦିନ ମାନେ ୨୯ ଡିସେମ୍ବରକୁ ଆସିଥିଲା। ସେହି ବିଜୟ ପୁଣି ଅଲଗା ଅଲଗା ଦେଶରେ। ଏହି ବିଜୟ ଏଥିପାଇଁ ମଧ୍ୟ ଖାସ କାରଣ ଟିମ ହାରିବା ପରେ ମଧ୍ୟ ପୁଣି ଭଲ ଖେଳି ଜିତିଥିଲା। ଟିମ ଗୋଟେ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଓ ଆଉ ଗୋଟେ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଟିମ ଡବରନ ଠୁ ନେଇ ମେଲବର୍ଣ ପର୍ଯ୍ୟନ୍ତ ବିଜୟ ହାସଲ କରିଥିଲା। ଆସନ୍ତୁ ଜାଣିବା ଏହି ବିଜୟ ଖାସ କଣ ପାଇଁ।

Google

ପ୍ରଥମ କଥା ଭାରତର ୨୦୧୦ର ଦକ୍ଷିଣ ଆଫ୍ରିକା ଗ୍ରସ୍ତର। ସେଂଚୁରିଆନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆକୁ ବଡ଼ ପରାଜୟ ମିଳିଥିଲା। କୁହାଯାଉଥିଲା ତିନୋଟି ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜ ଟିମ ଇଣ୍ଡିଆ ବଡ଼ ପରାଜୟ ସହ ହାରିବ। ଡ଼ବରନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତ ଆରମ୍ଭ ଭଲ କରିନଥିଲା ଓ ପ୍ରଥମ ପାରିରେ ମାତ୍ର ୨୦୮ ରନ କରିଥିଲା। କିନ୍ତୁ ଭାରତୀୟ ବୋଲର ଦକ୍ଷିଣ ଆଫ୍ରିକାର ପ୍ରଥମ।ପାରିକୁ ମାତ୍ର ୧୩୧ ରନରେ ଅଟକାଇଦେଇଥିଲେ।ଅଫ ସ୍ପିନର ହରଭଜନ ସିଂହ ୪ ଟି ୱିକେଟ ନେଇଥିଲେ।

ଭିଭିଏସ ଲକ୍ଷ୍ମଣ ଖେଳିଥିଲେ ମାରାଥନ ପାରି:ଦ୍ୱିତୀୟ ପାରିରେ ଭିଭିଏସ ଲକ୍ଷ୍ମଣ ସୁନ୍ଦର ପାରି ଖେଳି ଟିମ ଇଣ୍ଡିଆକୁ ସମ୍ଭାଳିଥିଲେ। ଭାରତୀୟ ଟିମ ଦ୍ୱିତୀୟ ପାରିରେ ମଧ୍ୟ ୨୨୮ ରନ ହିଁ କରିପାରିଥିଲା। ଭିଭିଏସ ସେଥିରୁ ୧୭୧ ବଲରେ ୯୬ ରନ କରିଥିଲେ। ଏହି ପାରିରେ ସେ ୧୨ ଟି ଚୌକା ମାରିଥିଲେ। ଭାରତୀୟ ଟିମ ଦ୍ୱିତୀୟ ପାରିରେ ୧୪୪ ରନରେ ୬ ଟି ୱିକେଟ ହରାଇଦେଇଥିଲା। ଲକ୍ଷ୍ମଣ ତଳ ବ୍ୟାଟ୍ସମ୍ୟାନଙ୍କ ସହିତ ସ୍କୋର ୨୦୦ ପାର କରାଇଥିଲେ। ଏହିପରି ଦକ୍ଷିଣ ଆଫ୍ରିକାକୁ ୩୦୩ ର ଟାର୍ଗେଟ ମିଳିଥିଲା କିନ୍ତୁ ଦକ୍ଷିଣ ଆଫ୍ରିକା ମାତ୍ର ୨୧୫ ରନ କରିପାରିଥିଲା। ଏହି ମ୍ୟାଚ ଭାରତ ୮୭ ରନରେ ଜିତିଯାଇଥିଲା। ଏହା ପରେ ଖେଳାଯାଇଥିବା ତୃତୀୟ ମ୍ୟାଚ ଡ୍ର ରହିଥିଲା ଓ ସିରିଜ ୧-୧ରେ ବରାବର ରହିଗଲା।

Google

୩୬ ରନରେ ଅଲଆଉଟ ଏହା ପରେ ମଧ୍ୟ ପୁଣି ଜିତିଲା ଭାରତ:ଏବେ କଥା ହେଉଛି ବର୍ଷ ୨୦୨୦ ଡିସେମ୍ବରର, ଏଡିଲେଡରେ ଖେଳାଯାଇଥିବା ଡେ ନାଇଟ ଟେଷ୍ଟରେ ଭାରତୀୟ ଦ୍ୱିତୀୟ ପାରି ମାତ୍ର ୩୬ ରନରେ ଅଟକିଯାଇଥିଲା। ଏହା ଭାରତର ଟେଷ୍ଟ ଇତିହାସର ସବୁଠୁ ଛୋଟ ସ୍କୋର ଥିଲା। ଏହା ପରେ କୁହାଯାଉଥିଲାକି ଟିମ ଇଣ୍ଡିଆ ଚାରିଟି ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜ ସହଜରେ ହାରିଯିବ। କିନ୍ତୁ ମେଲବର୍ଣରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ସୁନ୍ଦର ପ୍ରଦର୍ଶନ କଲା ଓ ଅଷ୍ଟ୍ରେଲିଆର ୧୯୫ ରନର ପ୍ରଥମ ପାରିର ଜବାବରେ ଟିମ ଇଣ୍ଡିଆ ପ୍ରଥମ ପାରିରେ ୩୨୬ ରନ କରିଥିଲେ। ଅଜିଙ୍କ୍ୟ ରାହାଣେ ସୁନ୍ଦର ଶତକ ମାରିଥିଲେ।

ସିରିଜକୁ ୨-୧ରେ ଜିତିଥିଲା: ପ୍ରଥମ ପାରିରେ ଅଳ୍ପ ରନ କରିଥିବା ଅଷ୍ଟ୍ରେଲିଆ ଟିମ ଦ୍ୱିତୀୟ ପାରିରେ ମଧ୍ୟ ଖାସ କରିପାରିନଥିଲା ଓ ମାତ୍ର ୨୦୦ ରନ କରିଥିଲା। ମହମ୍ମଦ ସିରାଜ ତିନୋଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ଏହିପରି ଭାରତକୁ ବିଜୟ ପାଇଁ ୭୦ ରନ ଲକ୍ଷ ମିଳିଥିଲା ଯାହାକୁ ଭାରତ ୨ ଟି ୱିକେଟ ହରାଇ ହାସଲ କରିନେଇଥିଲା। ଏହା ପରେ ଟିମ ଏହି ସିରିଜକୁ ୨-୧ରେ ଜିତିବାର ସଫଳ ରହିଲା। ଏହିପରି ଭାରତୀୟ ଟିମ ଦ୍ୱିତୀୟ ଥର ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିବାର ସଫଳ ରହିଲା। ଅନ୍ୟ କୌଣସି ଏସିଆନ ଟିମ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିବାର ସଫଳ ରହିନାହିଁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *