ପାକିସ୍ତାନକୁ ପଛରେ ପକାଇଲା ଟିମ ଇଣ୍ଡିଆ! ଧାୱନଙ୍କ ନାମରେ ସାମିଲ ବଡ଼ ରେକର୍ଡ

ବ୍ୟୁରୋ ରିପୋର୍ଟ: ଭାରତ ଶିଖର ଧାୱନଙ୍କ ଅଧିନାୟକତ୍ଵରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ନିଜର ଏକଦିବସିୟ ସିରିଜ ୨ଟି ଖେଳିସାରିଛି। ଏହି ତିନି ମ୍ୟାଚ ବିଶିଷ୍ଟ ଏକ ଦିବସିୟ ସିରିଜ ମଧ୍ୟରୁ ଭାରତ ବର୍ତ୍ତମାନ ୨ ଟି ମ୍ୟାଚ ଜିତି ନେଇଛି। ଏହି ଦୁଇଟି ମ୍ୟାଚ ଜିତିବା ପରେ ଶିଖର ଧାୱନ ଏକ ନୂତନ ରେକର୍ଡର ଅଧିକାରୀ ହୋଇ ଯାଇଛନ୍ତି। ସେ ଭାରତ ତରଫରୁ ପଞ୍ଚମ ଅଧିନାୟକ ହୋଇଛନ୍ତି ଯେଉଁମାନେ ଭାରତକୁ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଏକ ଦିବସିୟ ସିରିଜ ଜିତାଇଛନ୍ତି।

Google

ତାଙ୍କ ପୂର୍ବରୁ ବିରାଟ କୋହଲି ଦୁଇ ଥର,ମହେନ୍ଦ୍ର ସିଂ ଧୋନି ଗୋଟିଏ ଥର, ସୌରଭ ଗାଙ୍ଗୁଲି ଗୋଟିଏ ଥର ଏବଂ ସୁରେଶ ରାଇନା ଗୋଟିଏ ଥର ଭାରତକୁ ଏକ ଦିବସିୟସିରିଜ ଜିତାଇ ସାରିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ୱେଷ୍ଟ ଇଣ୍ଡିଜରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଭାରତ ୧୦ ଟି ସିରିଜରୁ ୬ ଟି ସିରିଜ ଜିତିଛି। ୱେଷ୍ଟ ଇଣ୍ଡିଜ ମାତ୍ର ୪ ଟି ସିରିଜରେ ବିଜୟ ଲାଭ କରିଛି। ସେହିପରି ଭାରତରେ ଉଭୟଙ୍କ ମଧ୍ୟରେ ୧୨ ଟି ସିରିଜ ଖେଳା ଯାଇଛି। ସେଥିମଧ୍ୟରୁ ଭାରତ ୮ ଟି ଜିତି ଥିବା ବେଳେ ୱେଷ୍ଟ ଇଣ୍ଡିଜ ୪ ଟି ସିରିଜ ଜିତିଛି।

Google

ଭାରତ ୨୦୦୭ ରୁ ୨୦୨୨ ମସିହା ମଧ୍ୟରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଲଗାତାର ୧୨ ଟି ସିରିଜରେ ବିଜୟ ହାସଲ କରିଛି। ଏଥିରେ ଉଭୟ ଦେଶରେ ଖେଳା ଯାଇଥିବା ସିରିଜ ସମିଲ ରହିଛି।

ଏହା ପୂର୍ବରୁ ପାକିସ୍ତାନ ନାମରେ ଏହି ରେକର୍ଡ ଥିଲା ଯେଉଁଥିରେ ପାକିସ୍ତାନ ଜିମ୍ବାୱେ ବିପକ୍ଷରେ ୧୯୯୬ ମସିହାରୁ ୨୦୨୧ ମସିହା ମଧ୍ୟରେ ୧୧ ଟି ସିରିଜର ବିଜୟ ହାସଲ କରି ଏହି ରେକର୍ଡ ସୃଷ୍ଟି କରିଥିଲା। ସେହିପରି ୧୯୯୯ ମସିହାରୁ ୨୦୨୨ ମସିହା ମଧ୍ୟରେ ପାକିସ୍ତାନର ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୧୦ ସିରିଜ, ୧୯୯୫ ମସିହାରୁ ୨୦୧୮ ମସିହା ମଧ୍ୟରେ ସାଉଥ ଆଫ୍ରିକାର ଜିମ୍ବାୱେ ବିପକ୍ଷରେ ୯ ଟି ସିରିଜ ଏବଂ ୨୦୦୭ ମସିହାରୁ ୨୦୨୧ ମସିହା ମଧ୍ୟରେ ଭାରତର ଶ୍ରୀଲଙ୍କା ବିପକ୍ଷରେ ୯ ଟି ସିରିଜର ବିଜୟ ଏହି ରେକର୍ଡ ତାଲିକାରେ କ୍ରମାନ୍ଵୟରେ ରହିଛି।

Google

ଯାହା ଦ୍ୱାରା ଭାରତ ବର୍ତ୍ତମାନ ଏକ ସର୍ବଶ୍ରେଷ୍ଠ ରେକର୍ଡର ଅଧିକାରୀ ହୋଇ ଯାଇଛି। କିଛି ସମୟ ଧରି ଭାରତର ଅଧିନାୟକ ପଦ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଭାରତର ବିଜୟ ଧାରା ଉପରେ ଏହାର କୌଣସି ପ୍ରଭାବ ପଡି ନାହିଁ। ସୂଚନାଯୋଗ୍ୟ ଯେ, ଭାରତର ଅଧିନାୟକ ରୋହିତ ଶର୍ମା ଏବଂ ଅନ୍ୟ କିଛି ବରିଷ୍ଠ ଖେଳାଳିଙ୍କ ବିଶ୍ରାମ କାରଣରୁ ଶିଖର ଧାୱନ ଏହି ଦଳର ଅଧିନାୟକ ପଦ ସମ୍ଭାଳିଛନ୍ତି। ତାଙ୍କ ଅଧିନୟକତ୍ୱରେ ମଧ୍ୟ ଭାରତ ଏହି ସିରିଜ ପୂର୍ଵ ଭଳି ଜିତି ନେଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *