IND vs WI: ରୋହିତଙ୍କ କ୍ୟାପଟେନସିରେ ଟିମ ଇଣ୍ଡିଆ ବନିବ ନମ୍ବର ୱାନ! ଆମେରିକାରେ ଥିବା ମ୍ୟାଚ ଜିତିଲେ ସିରିଜ ଜିତିବ ଭାରତ

ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜରେ କମାଲ ପ୍ରଦର୍ଶନ କରୁଛି। ଟିମ ୫ ଟି ମ୍ୟାଚର ଟି-୨୦ ସିରିଜରେ ୨-୧ରେ ଏବେ ଆଗୁଆ ଅଛି। ଆଗାମୀ ଦୁଇଟି ମ୍ୟାଚ ଆମେରିକାରେ ଅଛି। ଆସନ୍ତା କାଲି ମ୍ୟାଚ ଯଦି ଟିମ ଇଣ୍ଡିଆ ଜିତିବ ତେବେ ସିରିଜ ଜିତିଯିବ।

Google

ଏହା ପୂର୍ବରୁ ଟିମ ଇଣ୍ଡିଆ ଶିଖର ଧାୱନଙ୍କ ଅଧିନାୟକତ୍ୱରେ ୱେଷ୍ଟଇଣ୍ଡିଜ ସହ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ କ୍ଲିନ ସୁଇପ କରିଥିଲା। ଟି-୨୦ ସିରିଜର ପ୍ରଥମ ମ୍ୟାଚ ଭାରତୀୟ ଟିମ ୬୮ ରନରେ ଜିତିଥିଲା ଜେବେକି ଦ୍ୱିତୀୟ ମ୍ୟାଚ ୱେଷ୍ଟଇଣ୍ଡିଜ ଟିମ ୫ ୱିକେଟରେ ଜିତିଥିଲା। ଭାରତୀୟ ଟିମ ତୃତୀୟ ଟି-୨୦ ୭ ୱିକେଟରେ ଜିତିଥିଲା।

ଟିମ ଇଣ୍ଡିଆ ଯଦି ଚତ୍ରୁର୍ଥ ଟି-୨୦ ଜିତିଯିବ ତେବେ ସିରିଜ ଜିତିବା ସହିତ ପାକିସ୍ତାନର ଏକ ରେକର୍ଡ ଭାଙ୍ଗିଦେବ। ଏବେ ଭାରତ ଓ ପାକିସ୍ତାନ ଦୁହେଁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ସମାନ ୧୫-୧୫ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଜିତିଛନ୍ତି। ଏବେ ଭାରତ ପାଖରେ ନମ୍ବର ୧ ହେବାର ମୌକା ଅଛି।

Google

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏବେ ପର୍ଯ୍ୟନ୍ତ ମୋଟ ୨୩ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ହୋଇଛି ଯେଉଁଥିରୁ ଭାରତ ୧୫ ଟି ମ୍ୟାଚ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ ୭ ଟି ମ୍ୟାଚ ଜିତିଛି ଓ ଗୋଟେ ମ୍ୟାଚର ରେଜଲ୍ଟ ଆସିନାହିଁ। ପାକିସ୍ତାନ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୨୧ ଟି-୨୦ ମ୍ୟାଚରୁ ୧୫ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ ମାତ୍ର ୩ ଟି ମ୍ୟାଚ ଜିତିଛି ଓ .୩ ଟି ମ୍ୟାଚରେ ପରିଣାମ ବାହାରିନି।

ଏହି ଟି-୨୦ ସିରିଜର କଥା କହିବା ତ ସୂର୍ଯ୍ୟ କୁମାର ଯାଦବ ସୁନ୍ଦର ଫର୍ମରେ ଅଛନ୍ତି। ସେ ଏହି ସିରିଜରେ ଭାରତ ତରଫରୁ ସବୁଠୁ ଅଧିକ ୧୧୧ ରନ କରିଛନ୍ତି। ଏଥିରେ ତାଙ୍କର ଏକ ଅର୍ଦ୍ଧଶତକ ମଧ୍ୟ ସାମିଲ ଅଛି। ଅଧିନାୟକ ରୋହିତ ଗୋଟେ ଅର୍ଦ୍ଧଶତକ ଦ୍ଵାରା ୭୫ ଓ ରିଷଭ ପନ୍ତ ୭୧ ରନ କରିଛନ୍ତି।

Google

ପେସରଙ୍କ କଥା କହିବା ତ ବାମହାତୀ ଅର୍ସଦୀପ ସିଂ ସବୁଠୁ ଅଧିକ ୪ ଟି ୱିକେଟ ନେଇଛନ୍ତି। ୨୪ ରନ ଦେଇ ୨ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଅଫ ସ୍ପିନର ଅଶ୍ୱିନୀ ଓ ପେସର ଭୁବନେଶ୍ୱର କୁମାର ୩-୩ ୱିକେଟ ନେଇଛନ୍ତି।

ରୋହିତ ଶର୍ମା ନୂତନ ଅଧିନାୟକ ହେବା ପରେ ଗୋଟେ ମଧ୍ୟ ସିରିଜ ହାରିନାହାଁନ୍ତି। ସେ ଏହି ସିରିଜ ମଧ୍ୟ ଜିତିବାକୁ ଚାହିଁବେ। ତୃତୀୟ ଟି-୨୦ରେ ସେ ଆଘାତ ହୋଇଯାଇଥିଲେ ତେବେ ପରବର୍ତ୍ତୀ ମ୍ୟାଚରେ ତାଙ୍କ ଖେଳିବାର ଫଇସଲା ମ୍ୟାଚ ପୂର୍ବରୁ ନିଆଯିବ। ଟିମ ମ୍ୟାନେଜମେଣ୍ଟ ତାଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହିଁବନି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *