ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ କୋହଲିଙ୍କୁ ଲାଗିଲା ବିରାଟ ଝଟକା! ଉଠିଲା ବଡ଼ ପ୍ରଶ୍ନ, କିଏ ନେବ ଏହି ପଦ ପାଇଁ କାର୍ଯ୍ୟଭାର?

ସାଉଥ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଦଳ ଘୋଷଣା ହୋଇ ସାରିଛି। ଏଥିରେ ବିରାଟ କୋହଲି ଅଧିନାୟକ ପଦ ସମ୍ଭାଳିଛନ୍ତି। ମାତ୍ର ଭାରତକୁ ଲାଗିଛି ବଡ଼ ଝଟକା। ସିରିଜ ଆରମ୍ଭରେ ଚାଲିଥିବା ନେଟ ପ୍ରାକ୍ଟିସ ସମୟରେ ରୋହିତ ଶର୍ମା ଆହତ ହୋଇଛନ୍ତି। ସମ୍ଭବତଃ ସେ ସାଉଥ ଆଫ୍ରିକା ଗସ୍ତରେ ହେବାକୁ ଥିବା ଟେଷ୍ଟ ଦଳରୁ ବାଦ ପଡି ଯାଇଛନ୍ତି।

ସୂଚନାଯୋଗ୍ୟ ଯେ ସାଉଥ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଦଳ ଘୋଷଣା ହୋଇ ସାରିଛି। ଆଗାମୀ ୧୬ ତାରିଖରେ ଭାରତୀୟ ଦଳ ସାଉଥ ଆଫ୍ରିକା ଗସ୍ତ କରିପାରେ। ସେଠି ଭାରତୀୟ ଦଳ ତିନୋଟି ଟେଷ୍ଟ ଖେଳିବାର ଚାନ୍ସ ଅଛି। ପ୍ରଥମ ଟେଷ୍ଟ ଡିସେମ୍ବର ୨୬ ରୁ ୩୦ ହେବାର ଚାନ୍ସ ଥିବା ବେଳେ ଦ୍ଵିତୀୟ ଟେଷ୍ଟ ଜାନୁଆରୀ ୩ ଓ ତୃତୀୟ ଟେଷ୍ଟ ଜାନୁଆରୀ ୧୧ ରେ ଖେଳାଯିବାର ଅଛି। ଏଥିରେ ବିରାଟ କୋହଲି ଅଧିନାୟକ ପଦ ସମ୍ଭାଳିଛନ୍ତି। ଏହା ସହିତ ଟିମ ଇଣ୍ଡିଆର ନୂତନ ୫୦ ଓଭର ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ଘୋଷଣା କରାଯାଇଛି। ହଠାତ ଟିମ ମ୍ୟାନେଜମେଣ୍ଟର ଏପରି ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାତ୍ର ପୂର୍ବତନ ଖେଳାଳିଙ୍କ ମତରେ ଏହା ଉତ୍ତମ ନିର୍ଣ୍ଣୟ ଅଟେ।

ମୁମ୍ବାଇରେ ରୋହିତ ନିଜ ସାଥି ଖେଳାଳିଙ୍କ ସହ ବାୟୋ ବବଲରେ ଥିଲେ। ଏହା ସହିତ ସେ କ୍ରିକେଟ ଗ୍ରାଉଣ୍ଡରେ ନିଜ ବ୍ୟଟିଂ ପ୍ରାକ୍ଟିସ ମଧ୍ୟ ଜାରି ରଖିଥିଲେ। ପ୍ରାକ୍ଟିସ ସମୟରେ ଏକ ବଲ ତାଙ୍କ ଆଙ୍ଗୁଳିରେ ବାଜିଥିଲା। ମାତ୍ର ସେ ପ୍ରାକ୍ଟିସ କରି ଚାଲିଥିଲେ। ପରେ ଏହା ହାର୍ମଷ୍ଟ୍ରିଙ୍ଗ ବୋଲି ଜଣା ପଡିଥିଲା। ମ୍ୟାନେଜମେଣ୍ଟ ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ୩ ରୁ ୪ ସପ୍ତାହ ବିଶ୍ରାମ ନେବା ଆବଶ୍ୟକ। ଏହା ତାଙ୍କ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ।

Google

ତେବେ ଏହା ବଡ଼ ପ୍ରଶ୍ନ କି କିଏ ହେବେ ଉପ ଅଧିନାୟକ? କାରଣ ଆଜିଙ୍କ୍ୟ ରାହାଣେଙ୍କୁ ଉପ ଅଧିନାୟକ ପଦରୁ ହଟାଇ ରୋହିତ ଶର୍ମାଙ୍କୁ କରାଯାଇଥିଲା ହେଲେ ଏପରି ପରିସ୍ଥିତିରେ କିଏ ହେବ ନୂଆ ଅଧିନାୟକ? କଣ ପୁଣି ରାହାଣେ ହେବେ ନା କେ ଏଲ ରାହୁଲ?

ରୋହିତ ଶର୍ମାଙ୍କ ଆହତ ଖବର କ୍ରିକେଟପ୍ରେମୀଙ୍କୁ ଚିନ୍ତିତ କରିଛି। ସମ୍ଭବତଃ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିବା ମୟଙ୍କ ଓ ଗିଲ ଯୋଡି ଦଳର ପ୍ରମୁଖ ଭାଗ ସମ୍ଭାଳି ପାରନ୍ତି। ତେଣୁ ଟେଷ୍ଟରେ ଉପ ଅଧିନାୟକ କିଏ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିରାଟ କୋହଲି ମଧ୍ୟ ଏଥି ନେଇ ସମସ୍ୟାରେ ଅଛନ୍ତି। ଏହି ନୂତନ ଦଳ କିପରି ପ୍ରଦର୍ଶନ କରୁଛି ତାହା ଦେଖିବା ବାକି ରହିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.