ବ୍ୟୁରୋ ରିପୋର୍ଟ: ଶିଖର ଧାୱନ ଭାରତର ରେଗୁରାଲ ଅଧିନାୟକ ନୁହଁନ୍ତି। ତାଙ୍କୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୨୨ ଜୁଲାଇରୁ ଆରମ୍ଭ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ପାଇଁ ଟିମ ଇଣ୍ଡିଆରେ ଅଧିନାୟକ କରାଯାଇଛି। ଏହି ସିରିଜ ପାଇଁ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ଓ ଯୁବ ଖେଳାଳିଙ୍କୁ ମୌକା ମିଳିଛି।

ଧାୱନ ଏହା ପୂର୍ଵରୁ ମଧ୍ୟ ଭାରତୀୟ ଏକଦିବସିୟ ଟିମର ଅଧିନାୟକତ୍ୱ କରିସାରିଛନ୍ତି। ସେ ଏବେ ପର୍ଯ୍ୟନ୍ତ ୩ ଟି ଏକଦିବସିୟରେ ଅଧିନାୟକତ୍ୱ କରିଛନ୍ତି ଯେଉଁଥିରୁ ଟିମ ଇଣ୍ଡିଆ ଦୁଇଟି ମ୍ୟାଚ ଜିତିଥିବା ବେଳେ ଗୋଟେ ମ୍ୟାଚ ହାରିଯାଇଛି। ଅନ୍ୟ ପଟେ ୱେଷ୍ଟଇଣ୍ଡଜର ଅଧିନାୟକତ୍ୱ ନିକୋଲସ ପୁରନଙ୍କ ପାଖରେ ଅଛି। ସେ ୱେଷ୍ଟଇଣ୍ଡିଜର ନୂତନ ଅଧିନାୟକ ଅଟନ୍ତି। ସେ ଏବେ ପର୍ଯ୍ୟନ୍ତ ୧୧ ଟି ଏକଦିବସିୟରେ ଅଧିନାୟକତ୍ୱ କରିଛନ୍ତି ଯେଉଁଥିରୁ ୮ ଟି ପରାଜୟ ଓ ୩ ଟିରେ ବିଜୟ ମିଳିଛି।
ଏହି ରେକର୍ଡରୁ ଜଣାପଡୁଛି କି ଧାୱନଙ୍କ ବିଜୟ ପ୍ରତିଶତ ଅଧିକ ଅଟେ। ଏହି ବର୍ଷ ଟି-୨୦ ବିଶ୍ୱକପ ଓ ଆଗାମୀ ବର୍ଷ ଏକଦିବସିୟ ବିଶ୍ୱକପକୁ ଆଖିରେ ରଖି ଭାରତୀୟ ଟିମ ମ୍ୟାନେଜମେଣ୍ଟ ଲଗାତର ଯୁବ ଖେଳାଳିଙ୍କୁ ମୌକା ଦେଉଛି। ଏହା ପୂର୍ବରୁ ଆୟରଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ସିରିଜରେ ଯୁବ ଖେଳାଳି ଖେଳିଥିଲେ।

ୱେଷ୍ଟଇଣ୍ଡିଜର ରେକର୍ଡ ଭାରତ ସହ ଘରୋଇ ସିରିଜରେ ଭଲ ଅଟେ। ଦୁହିଁଙ୍କ ମଧ୍ୟରେ ଏବେ ପର୍ଯ୍ୟନ୍ତ ୩୯ ମ୍ୟାଚ ଖେଳାଯାଇଛି ଯେଉଁଥିରୁ ୱେଷ୍ଟଇଣ୍ଡିଜ ୨୦ ଓ ଭାରତ ୧୬ ମ୍ୟାଚ ଜିତିଛି ଓ ବାକି ୩ ଟି ମ୍ୟାଚରେ ରେଜଲ୍ଟ ଆସିପାରିନାହିଁ। ପୂର୍ଵ ୫ ଟି ମ୍ୟାଚ ଦେଖିବା ତ ଭାରତ ୪ ଟି ମ୍ୟାଚ ଜିତିଛି।
ଦୁଇ ଦେଶ ମଧ୍ୟରେ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ପରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଟି-୨୦ ସିରିଜରେ ରୋହିତ ଶର୍ମା ଅଧିନାୟକତ୍ୱ କରିବେ ଯେବେକି ବିରାଟ କୋହଲି, ଯଶପ୍ରୀତ ବୁମରା ଓ ୟୁଜବେନ୍ଦ୍ର ଚାହଲଙ୍କ ପରି ଖେଳାଳିଙ୍କୁ ଆରାମ ଦିଆଯାଇଛି।କୋହଲିଙ୍କ ଖରାପ ଫର୍ମ ଏବେ ମଧ୍ୟ ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର ବିଷୟ ଅଟେ।
ଶିଖର ଧାୱନ ଅଧିନାୟକତ୍ୱ ରୂପରେ ଯଦି ତିନୋଟି ଯାକ ଏକଦିବସିୟ ଜିତିଯିବେ ତେବେ ପୂର୍ଵ ଅଧିନାୟକ ରବି ଶାସ୍ତ୍ରୀଙ୍କୁ ପଛରେ ପକାଇଦେବେ। ଶାସ୍ତ୍ରୀ ଅଧିନାୟକ ରୂପରେ ୧୧ ଏକଦିବସିୟରୁ ୪ ଟି ଜିତିଥିଲେ ଓ ୭ ଟି ହାରିଥିଲେ। ପୂର୍ଵ କ୍ରିକେଟର କୃଷ୍ଣ ଶ୍ରୀକାନ୍ତ ଅଧିନାୟକ ରୂପରେ ଏକଦିବସିୟରେ ୪ ଟି ବିଜୟ ହାସଲ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।