ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବର୍ତ୍ତମାନ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି। ଯାହାର ଆରମ୍ଭ ୨୫ ନଭେମ୍ବରରୁ ହୋଇଥିଲା। ଏହା ପୂର୍ବରୁ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ହୋଇଥିଲା ଯାହାକୁ ଭାରତ କ୍ଲିନ ସୁଇପ କରିଥିଲା। ଏହା ପରେ ପ୍ରଥମ ଟେଷ୍ଟ କାନପୁରରେ ୨୫-୨୯ ନଭେମ୍ବର ପର୍ଯ୍ୟନ୍ତ ଖେଳାଯାଇଥିଲା। ଏହି ପ୍ରଥମ ଟେଷ୍ଟରି ବହୁତ ରୋମାଞ୍ଚକ ରହି ଶେଷରେ ଡ୍ର ହୋଇଥିଲା। ଗୋଟେ ୱିକେଟ ନନେଇପାରି ଭାରତ ଏହି ମ୍ୟାଚ ଜିତିପାରିନଥିଲା।

ଏବେ ସିରିଜର ଦ୍ୱିତୀୟ ବା ଶେଷ ଟେଷ୍ଟ ୩ ନଭେମ୍ବରରୁ ମୁମ୍ବାଇର ୱାଖଡେ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଯେଉଁ ଟିମ ଜିତିବ ସେ ସସିରିଜ ନେବ। ଭାରତ ୨୦୧୨ରୁ ଏବେ ପର୍ଯ୍ୟନ୍ତ ଘରେ କୌଣସି ଟେଷ୍ଟ ସିରିଜ ହାରିନି। ନ୍ୟୁଜଲ୍ୟାଣ୍ଡ ଏବେ ପର୍ଯ୍ୟନ୍ତ ଭାରତରେ କୌଣସି ଟେଷ୍ଟ ସିରିଜ ଜିତିନି ତେଣୁ ନ୍ୟୁଜଲ୍ୟାଣ୍ଡ ପାଖରେ ଭଲ ମୌକା ଅଛି। ତେବେ ଆସନ୍ତୁ ଜାଣିବା କଣ ହୋଇପାରେ ଦୁଇ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ।
ଭାରତ କଥା କହିବାତ ପ୍ରଥମ ଟେଷ୍ଟରେ ଭାରତୀୟ ଖେଳାଳି ବହୁତ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ଶେଷରେ ଗୋଟେ ୱିକେଟ ନେଇପାରିନଥିଲେ ଓ ମ୍ୟାଚ ଡ୍ର ହୋଇଥିଲା। ଖାସ କରି ସେହି ମ୍ୟାଚରେ ଡେଭ୍ୟୁ କରିଥିବା ଶ୍ରେୟସ ଅୟର ସୁନ୍ଦର ପ୍ରଦର୍ଶନ କରିଥିଲେ। ଏହା ସହ ଭାରତୀୟ ସ୍ପିନର ସୁନ୍ଦର ପ୍ରଦର୍ଶନ କରିଥିଲେ। ଏହି ଟେଷ୍ଟ ସିରିଜରେ ଭାରତ ତିନୋଟି ସ୍ପିନରଙ୍କ ସହ ଓହ୍ଲାଇଛି। ଦୁଇ ପ୍ରେସରଙ୍କ ମଧ୍ୟରୁ ଇସାନ୍ତ ଶର୍ମା ପ୍ରଥମ ଟେଷ୍ଟର ଦୁଇଟି ଯାକ ପାରିରେ କୌଣସି ୱିକେଟ ନେଇପାରିନଥିଲେ।ତେଣୁ ତାଙ୍କ ଜାଗାରେ ମୁମ୍ବାଇ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ମୌକା ମିଳିପାରେ। ଏହା ସହ ଭାରତୀୟ ମିଡ଼ିଲ ଅର୍ଡରରେ ପୂଜାରା ଓ ରାହାଣେଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛି। ମୁମ୍ବାଇ ଟେଷ୍ଟରେ ବିରାଟ କୋହଲି ଆସିବା ପରେ ପୂଜାରାଙ୍କୁ ଜାଗା ନମିଳିପାରେ।

ନ୍ୟୁଜିଲ୍ୟାଣ୍ଡ ଟିମ କଥା କହିବାତ ନ୍ୟୁଜିଲ୍ୟାଣ୍ଡ ବହୁତ ସଂଘର୍ଷ କରି ପ୍ରଥମ ମ୍ୟାଚ ଡ୍ର କରାଇଥିଲା। ନ୍ୟୁଜିଲ୍ୟାଣ୍ଡର ଆରମ୍ଭ ଭଲ ରହୁଥିଲେ ମଧ୍ୟ ମଧ୍ୟକ୍ରମ ଏତେ ଭଲ ରହିନାହିଁ ଯାହା ଚିନ୍ତାର ବିଷୟ ପାଲଟିବାର କାରଣ ହୋଇପାରେ। ମୁମ୍ବାଇ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ପଟୁ ମଧ୍ୟ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ।
ଦଦୁଇ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ:
ଭାରତ: ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଅୟର, ଅଜିଙ୍କ୍ୟ ରାହାଣେ,କେ ଏସ ଭରତ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନୀ,ଉମେଶ ଯାଦବ।

ନ୍ୟୁଜିଲ୍ୟାଣ୍ଡ: ଟମ ଲାଥମ, ୟଂଗ ବିଲ,କେନ ୱିଲିୟମସନ, ରସ ଟେଲର, ଡାୟଲ ମିଚେଲ, ଗ୍ଲେନ ଫିଲିପ୍ସ, ଆର ରବିନ୍ଦ୍ର, ଟିମ ସାଉଦି, ଆଯାଜ ପଟେଲ,କାଇଲ ଯେମିସନ, ନେଲ ୱାଗନର।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।