ଭାରତ ପାଇଁ ସୃଷ୍ଟି ହେଲା କର ବା ମର ପରିସ୍ଥିତି! ଏମିତି ହେଲେ ହିଁ ସେମିକୁ ଯିବ ଭାରତ!

ବ୍ୟୁରୋ ରିପୋର୍ଟ: ICC ମହିଳା ବିଶ୍ୱକପର ସେମି ଫାଇନାଲରେ ପଂହଁଚିଲା ସାଉଥ ଆଫ୍ରିକା। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ବର୍ଷା ହୋଇଥିବା ପାଇଁ ସାଉଥ ଆଫ୍ରିକା ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। ମ୍ୟାଚ ନ ହେବା ଦ୍ଵାରା ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଂଟ ମିଳିଛି। ସାଉଥ ଆଫ୍ରିକାକୁ ୯ ଅଙ୍କ ୬ଟି ମ୍ୟାଚରେ ମିଳିଥିଲା। ସାଉଥ ଆଫ୍ରିକା ସହ ଅଷ୍ଟ୍ରେଲିଆ ସେମି ଫାଇନାଲରେ ଜାଗା ପକ୍କା କରିଛି।

ବର୍ଷା ହେବା ଫଳରେ ମ୍ୟାଚ ହୋଇନଥିଲା ଯାହା ଫଳରେ ଫାଇଦା ସାଉଥ ଆଫ୍ରିକାକୁ ମିଳିଛି। ୱେଷ୍ଟଇଣ୍ଡିଜର ଲିଗ ମ୍ୟାଚ ସରିଯାଇଛି। ୩ୟ ସ୍ଥାନରେ ଟିମ ଅଛି। ୭ଟି ମ୍ୟାଚରେ ୭ ଅଙ୍କ ପାଇଛି। ୱେଷ୍ଟଇଣ୍ଡିଜ ପ୍ରଥମେ ଫିଲଡିଙ୍ଗ କରିବାର ଫଇସଲା ନେଇଥିଲା। ଟିମ ପକ୍ଷରୁ ଚିନେଲି ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ୧୯ ରନ ଦେଇଥିଲେ। କୋନେଲ ୧ ଟି ୱିକେଟ ଅକ୍ତିଆର କରିଥିବା ବେଳେ ୧୮ ରନ ଦେଇଥିଲେ।

Google

ସାଉଥ ଆଫ୍ରିକା ସେମିରେ ପଂହଁଚିଯିବା ପରେ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି। ସେମି ଫାଇନାଲରର ଭାରତକୁ ପଂହଁଚିବାର ହେଲେ କୌଣସି ବି ପରିସ୍ଥିତିରେ ସାଉଥ ଆଫ୍ରିକାକୁ ପରାସ୍ତ କରିବାକୁ ହେବ। ୱେଷ୍ଟଇଣ୍ଡିଜ ଅପେକ୍ଷା ଭାରତର ସ୍କୋର ଭଲ ରହିଛି। ଟିମ ଇଣ୍ଡିଆ ୬ ଟି ମ୍ୟାଚରୁ ୩ଟି ରେ ବିଜୟ ହାସଲ କରିଥିବା ବେଳେ ଟିମର ସ୍କୋର ୬ ରହିଛି। ପଞ୍ଚମ ସ୍ଥାନରେ ଭାରତ ପଏଂଟସ ଟେବୁଲରେ ଅଛି। ଏମିତି କିଛି ସ୍ଥିତି ଇଂଲଣ୍ଡର ବି ଅଟେ କିନ୍ତୁ ରନରେଟରେ ଭାରତ ଠୁ ଇଂଲଣ୍ଡ ଆଗରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *