ବ୍ୟୁରୋ ରିପୋର୍ଟ: ଏକ ଗୁରୁତ୍ୱପୂର୍ଣ୍ଣ ଲିଗ ମ୍ୟାଚରେ ଭାରତୀୟ ଦଳ ବାଂଗଲାଦେଶକୁ ହରାଇଦେଇଛି। ଭାରତୀୟ ଦଳ ବାଂଗଲାଦେଶକୁ ୧୧୦ ରନରେ ପରାସ୍ତ କରିଛି। ଟସ ଜିତି ଭାରତ ୫୦ ଓଭରରେ ୨୨୯ ରନ ବନାଇଥିଲା। ୧୧୯ ରନରେ ବାଂଲାଦେଶକୁ ରଖିଦେଇ ସୁନ୍ଦର ବିଜୟ ହାସଲ କରିଛି ଟିମ ଇଣ୍ଡିଆ।
ସ୍ମୃତି ମାନ୍ଧନାଙ୍କ ସହ ସେଫାଳି ଏବଂ ୟାସ୍ତିକା ସୁନ୍ଦର ପ୍ରଦର୍ଶନ କରିଥିଲେ। ୟାସ୍ତିକା ୫୦ କରିଥିବା ବେଳେ ସେଫାଳି ୪୨ ଏବଂ ମାନ୍ଧନା ୩୦ ବନାଇଥିଲେ। ଅପରପକ୍ଷରେ ରିଚା ଘୋଷ ୨୬ ଏବଂ ହରମନପ୍ରୀତ ୧୪ କରିଥିଲେ। ୨୨୯ ରନ ଟିମ ୭ ୱିକେଟରେ କରିଥିଲା।
A magnificent win for #TeamIndia 🙌
They beat Bangladesh by 110 runs to keep their semi-finals qualification hopes alive. #CWC22 pic.twitter.com/ix3xmjE41q
— ICC (@ICC) March 22, 2022
ବାଂଗଲାଦେଶ ପକ୍ଷରୁ ରିତୁ ମୋନି ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ମାହିଦା ଅଖତାର ୨ଟି ଏବଂ ୧ଟି ୱିକେଟ ଜାହାନାର ନେଇଥିଲେ।
ବାଂଲାଦେଶ ଏହି ଟାର୍ଗେଟର ପିଛା କରୁଥିବା ବେଳେ ଆରମ୍ଭ ରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ୬ ଜଣ ବ୍ୟାଟ୍ସମାନ ୨ ଅଙ୍କ ଛୁଇଁପାରିନଥିଲେ। ସଲମା ଖାତୁନ ୩୨ରନ ବନାଇଥିଲେ। ଭାରତର ଏହି ଜିତ ସହ ସେମି ଫାଇନାଲ ଖେଳିବା ଆଶା ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।