ଭଲ ଖେଳିବି ଧାୱନଙ୍କୁ କାହିଁକି ମିଳୁନି ଟି-୨୦ ଟିମରେ ସ୍ଥାନ? କଣ ବିଶ୍ୱକପରେ ଧାୱନଙ୍କୁ ଚାନ୍ସ ମିଳିବା ଦରକାର ?

ବ୍ୟୁରୋ ରିପୋର୍ଟ: ଅନୁଭବୀ ଓପନର ବ୍ୟାଟ୍ସମ୍ୟାନ ଶିଖର ଧାୱନ ଆଇପିଏଲର ପୂର୍ଵ ସିରିଜରେ ଭଲ ପ୍ରଦର୍ଶନ ପରେ ମଧ୍ୟ ରାଷ୍ଟ୍ରୀୟ ଟିମରେ ଜାଗା ପାଇପାରିନାହାଁନ୍ତି।ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସିରିଜରେ କିଛି ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା ଯେଉଁଥିରେ ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମରା ସାମିଲ ଥିଲେ ଯାହା ଦ୍ୱାରା ଯୁବ ଖେଳାଳିଙ୍କୁ ମୌକା ମିଳିଲା କିନ୍ତୁ ଶିଖର ଧାୱନଙ୍କୁ ଟିମରେ ସାମିଲ କରାଯାଇନଥିଲା।

Google

ଏହା ଦ୍ଵାରା ଲାଗୁଛି କି ଆଗାମୀ କିଛି ମାସ ମଧ୍ୟରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଟିମରେ ମଧ୍ୟ ଧାୱନଙ୍କୁ ଜାଗା ମିଳିବା କଷ୍ଟକର। ପୂର୍ଵ ଭାରତୀୟ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ମଧ୍ୟ ଧାୱନଙ୍କୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଦେଖୁନାହଁନ୍ତି। ସେ ଷ୍ଟାର ସ୍ପୋର୍ଟସକୁ କହିଛନ୍ତି,”ମତେ ଲାଗୁନାହିଁ କି ତାଙ୍କ ନାମ ଉପରେ ବିଚାର କରାଯାଉଥିବ। ଯଦି ତାଙ୍କୁ ମୌକା ମିଳିବାର ଥାନ୍ତା ତେବେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସିରିଜରେ ତାଙ୍କୁ ଚୟନ କରାଯାଇଥାନ୍ତା”।

ଗାଭାସ୍କର ଆଗକୁ କହିଛନ୍ତି,”ବହୁତ ଖେଳାଳି ଇଂଲଣ୍ଡ ଗ୍ରସ୍ତରେ ଯାଉଛନ୍ତି ଓ ଏଥିରେ ଧାୱନ ରହିପାରିଥାନ୍ତେ। ଯଦି ସେ ଏହି ଟିମରେ ନାହାଁନ୍ତି ତେବେ ମୁଁ ତାଙ୍କୁ ଟି-୨୦ ବିଶ୍ୱକପ ଟିମରେ ମଧ୍ୟ ଦେଖୁନାହିଁ”।

୩୬ ବର୍ଷୀୟ ଧାୱନ ପଞ୍ଜାଵ କିଙ୍ଗସ ପାଇଁ ଆଇପିଏଲ ୨୦୨୨ରେ ୧୨୨.୬୬ ଷ୍ଟାଇକରେଟରେ ୧୪ ମ୍ୟାଚରେ ୪୬୦ ରନ କରିଥିଲେ। ତାଙ୍କୁ ସୀମିତ ଓଭର ପାଇଁ ଭାରତୀୟ ଟିମରେ ବଡ଼ ପ୍ରତିଦ୍ୱନ୍ଦୀଙ୍କ ସାମ୍ନା କରିବାକୁ ପଡିଲା ତେଣୁ ତାଙ୍କୁ ମୌକା ମିଳିବା ସମ୍ଭାବନା କମ। ସେ ଶେଷ ଥର ଭାରତ ତରଫରୁ ଜୁଲାଇ ୨୦୨୧ରେ ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ମ୍ୟାଚ ଖେଳିଥିଲେ।

ଶିଖର ଧାୱନ ନିଜ କ୍ୟାରିୟରରେ ଏବେ ପର୍ଯ୍ୟନ୍ତ ୬୮ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଛନ୍ତି। ଏଥିରେ ସେ ୨୭.୯୨ର ଔସତ ଓ ୧୨୬.୩୬ ଷ୍ଟାଇକରେଟରେ ୧୭୫୯ ରନ କରିଛନ୍ତି। ଗାଭାସ୍କରଙ୍କ କହିବା ଅନୁସାରେ ଟି-୨୦ ବିଶ୍ୱକପରେ କେ ଏଲ ରାହୁଲ ଓ ରୋହିତ ଶର୍ମା ଓପନିଙ୍ଗ କରିବେ। ଭାରତୀୟ ଅଧିନାୟକ ରୋହିତଙ୍କୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସିରିଜରେ ବିଶ୍ରାମ ଦିଆଯାଇଥିଲା। ଇଂଲଣ୍ଡ ସହ ସିରିଜ ପାଇଁ ସେ ଟିମକୁ ଆସିଗଲେଣି। ଏହା ମଧ୍ୟରେ କେ ଏଲ ରାହୁଲ ଆଘାତ କାରଣରୁ ସିରିଜରେ ଖେଳିପାରିଲେ ନାହିଁ। ଏହା ମଧ୍ୟରେ ଇସାନ କିସାନ ଓପନିଙ୍ଗରେ ଭଲ ଖେଳ ଦେଖାଇଛନ୍ତି। ତେବେ ଆପଣଙ୍କ ଅନୁମାନ କଣ କମେଣ୍ଟ ବିଭାଗରେ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *