IND vs SA: ଭାରତ ୨୯ ବର୍ଷ ହେବ ଭାଙ୍ଗିପାରିନାହିଁ ଦକ୍ଷିଣ ଆଫ୍ରିକା ଦୃର୍ଗ! କଣ ବିରାଟ କୋହଲି ବଦଳାଇପାରିବେ ଇତିହାସ

ଭାରତୀୟ ଟିମ ଡିସେମ୍ବର ୨୬ ରୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବାର ଅଛି। ତିନୋଟି ମ୍ୟାଚ ବିଶିଷ୍ଟ ଏହି ସିରିଜ ଅଧିନାୟକ କୋହଲି ଓ ଭାରତୀୟ ଟିମ ପାଇଁ ମହତ୍ତ୍ୱପୂର୍ଣ୍ଣ ଅଟେ। କାରଣ ଦକ୍ଷିଣ ଆଫ୍ରିକା ଏକ ଏପରି ଜାଗା ଯେଉଁଠି ଆଜି ପର୍ଯ୍ୟନ୍ତ ଟିମ ଇଣ୍ଡିଆ ଟେଷ୍ଟ ସିରିଜ ଜିତିପାରିନାହିଁ। ଏହି ସିରିଜରେ ଏକଦିବସିୟ ଓ ଟି-୨୦ ଅଧିନାୟକ ରୋହିତ ଶର୍ମା, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା,ଶୁଭମନ ଗିଲ ଉପଲବ୍ଧ ରହିବେ ନାହିଁ। ଏହା ପରେ ମଧ୍ୟ ଟିମ ଇଣ୍ଡିଆ ଜିତିବାର କ୍ଷମତା ରଖିଛି।

Google

ଟିମ ଇଣ୍ଡିଆ ଅଧିନାୟକ ଅଜହରଦିନଙ୍କ ଅଧିନାୟକତ୍ୱରେ ୧୯୯୨ରେ ପ୍ରଥମ ଥର ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯାଇଥିଲା। ଚାରିଟି ଟେଷ୍ଟ ମ୍ୟାଚର ସିରିଜରେ ଭାରତକୁ ୧-୦ରେ ପରାଜୟର ସାମ୍ନା କରିବାକୁ ପଡିଲା। ସେବେ ଭାରତ ତିନୋଟି ମ୍ୟାଚ ଡ୍ର କରିବାରେ ସଫଳ ରହିଥିଲା। ଏହି ଟେଷ୍ଟ ସିରିଜ ପୂର୍ବରୁ ପ୍ରବୀଣ ଆମରେ ଟେଷ୍ଟରେ ଡେବ୍ୟୁ କରିଥିଲେ ଓ ପ୍ରଥମ ପାରିରେ ହିଁ ସୁନ୍ଦର ଶତକ ମାରିଥିଲେ।

ଦ୍ୱିତୀୟ ଥର ୧୯୯୭ରେ ଟିମ ଇଣ୍ଡିଆ ସଚିନ ଟେନ୍ଦୁଲକରଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯାଇଥିଲା। ସେହି ସମୟରେ ଭାରତକୁ ପ୍ରଥମ ଟେଷ୍ଟରେ ୩୨୮ ଓ ଦ୍ୱିତୀୟ ଟେଷ୍ଟରେ ୨୮୨ ରନରେ ପରାଜୟର ସାମ୍ନା କରିଥିଲା। ତୃତୀୟ ଟେଷ୍ଟରେ ରାହୁଲ ଦ୍ରାଭିଡ ସୁନ୍ଦର ପାରି ଖେଳି ମ୍ୟାଚ ଡ୍ର କରାଇଥିଲେ। ସେହି ମ୍ୟାଚରେ ସେ ପ୍ରଥମ ପାରିରେ ୧୪୮ ଓ ଦ୍ୱିତୀୟ ପାରିରେ ୮୧ ରନ କରିଥିଲେ।ସେହି ସିରିଜ ଭାରତ ୨-୦ରେ ହାରିଥିଲା।

Google

ତୃତୀୟ ଥର ଭାରତ ୨୦୦୧ରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଯାଇଥିଲା। ଏହି ଟେଷ୍ଟ ସିରିଜକୁ ଭାରତ ୧-୦ରେ ହାରିଥିଲା। ଏହି ଟେଷ୍ଟ ମ୍ୟାଚରେ ବିରେନ୍ଦ୍ର ସେହ୍ଵାଗ ଟେଷ୍ଟରେ ଡେଭ୍ୟୁ କରିଥିଲେ ଓ ପ୍ରଥମ ପାରିରେ ୧୦୫ ରନ କରିଥିଲେ।

ଚତ୍ରୁର୍ଥ ଥର ଟିମ ଇଣ୍ଡିଆ ୨୦୦୬-୨୦୦୭ରେ ରାହୁଲ ଦ୍ରାଭିଡଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଯାଇଥିଲା। ସେବେ ଭାରତ ଦକ୍ଷିଣ ଆଫ୍ରିକାରେ ପ୍ରଥମଥର ଟେଷ୍ଟ ମ୍ୟାଚ ଜିତିଥିଲା। ସେବେ ପ୍ରେସର ଶ୍ରୀଶାନ୍ତ ମ୍ୟାଚର ହିରୋ ଥିଲେ। ସେବେ ପ୍ରଥମ ଟେଷ୍ଟ ଜିତିବା ପରେ ଶେଷ ଦୁଇ ଟେଷ୍ଟ ଭାରତ ହାରିଯାଇଥିଲା।

Google

ଧୋନିଙ୍କ ଅଧିନାୟକତ୍ୱରେ ଦୁଇଥର ଭାରତ ଦକ୍ଷିଣ ଆଫ୍ରିକା ଗ୍ରସ୍ତ କରିଛି। ବର୍ଷ ୨୦୧୦-୧୧ ରେ ପ୍ରଥମ ଥର ଭାରତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଡ୍ର କରାଇଥିଲା। ସେବେ ଭାରତ ପ୍ରଥମ ମ୍ୟାଚ ହାରିଥିଲେ ମଧ୍ୟ ଦ୍ୱିତୀୟ ଟେଷ୍ଟରେ ସୁନ୍ଦର ବିଜୟ ହାସଲ କରିଥିଲା।

ଦ୍ୱିତୀୟ ଥର ଧୋନୀଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ବର୍ଷ ୨୦୧୩-୧୪ରେ ଦକ୍ଷିଣ ଆଫ୍ରିକା ଗ୍ରସ୍ତ କରିଥିଲା।ସେବେ ପ୍ରଥମ ଟେଷ୍ଟରେ ଭାରତ ସୁନ୍ଦର ସ୍କୋର କରିଥିଲା। ସେବେ ଚେତେଶ୍ୱର ପୂଜାରା ୧୧୯ ଓ ୯୬ ରନର ପାରି ଖେଳିଥିଲେ କିନ୍ତୁ ଦକ୍ଷିଣ ଆଫ୍ରିକା ଡୁ ପ୍ଲେସି ଓ ଡିଭିଲିୟର୍ସ ଦୁହିଁଙ୍କ ଶତକ ଦ୍ଵାରା ଏହି ଟେଷ୍ଟ ମ୍ୟାଚ ଡ୍ର କରାଇଥିଲା। ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଇଣ୍ଡିଆକୁ ୧୦ ୱିକେଟରେ ହରାଇଥିଲା।

Google

ଭାରତ ତିନିବର୍ଷ ପୂର୍ବେ ଶେଷ ଥର ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯାଇଥିଲା। ସେବେ ତିନୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତକୁ ୨-୧ରେ ପରାଜୟ ମିଳିଥିଲା। ତେବେ ଇତିହାସ ବଦଳାଇବା ପାଇଁ ବିରାଟ କୋହଲିଙ୍କୁ ସୁନ୍ଦର ଖେଳ ଦେଖାଇବାକୁ ପଡିବ। ବିରାଟ ଦକ୍ଷିଣ ଆଫ୍ରିକାରେ ୫ ଟି ଟେଷ୍ଟ ମ୍ୟାଚରେ ୫୫ ରୁ ଅଧିକ ଔସତରେ ୫୫୮ ରନ କରିଥିଲେ। ଏଠାରେ କୋହଲି ଦୁଇଟି ଶତକ ଓ ୨ ଟି ଅର୍ଦ୍ଧଶତକ ମାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *