ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମରେ ଟି-୨୦ ସିରିଜରେ ଖରାପ ପ୍ରଦର୍ଶନ ଜାରି ଅଛି। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ରେ ଭାରତକୁ ୪ ୱିକେଟରେ ହରାଇଦେଇଛି। ଏବେ ୫ ଟି ମ୍ୟାଚ ବିଶିଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୨-୦ ରେ ଆଗୁଆ ହୋଇଯାଇଛି। ଏବେ ଭାରତକୁ ଏହି ସିରିଜ ଜିତିବା ପାଇଁ ହେଲେ ବାକି ୩ ଟି ଯାକ ମ୍ୟାଚ ଜିତିବାକୁ ପଡିବ। ତୃତୀୟ ମ୍ୟାଚ ୧୪ ଜୁନକୁ ବିଶାଖାପାଟଣାରା ଖେଳାଯିବାର ଅଛି। ରବିବାରକୁ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଟିମ ପ୍ରଥମେ ବ୍ୟାଟିଙ୍ଗ କରି ୬ ୱିକେଟ ହରାଇ ୧୪୮ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ହେନରିକ କ୍ଳାସେନଙ୍କ ୮୧ ରନର ଜବରଦସ୍ତ ପାରି ଦ୍ଵାରା ଲକ୍ଷ୍ୟକୁ ୧୯ ଓଭରରେ ହାସଲ କରିନେଲା। ସେ ପ୍ଲେୟର ଅଫ ଦି ମ୍ୟାଚ ହେଲେ। ଭାରତୀୟ ଟିମର ପରାଜୟର ଏହା ଅଟେ ୫ କାରଣ।

୧: ଟିମ ଭଲ ଆରମ୍ଭ କରିଥିଲା କିନ୍ତୁ ୭-୧୪ ଓଭର ମଧ୍ୟରେ ଟିମ ୪ ଟି ୱିକେଟ ହରାଇଦେଇଥିଲା। ଏହି କାରଣରୁ ବ୍ୟାଟ୍ସମ୍ୟାନ ପ୍ରେସରରେ ଆସିଗଲେ ଓ ବଡ଼ ସ୍କୋର ହୋଇପାରିଲାନି।
୨: ଦିନେସ କାର୍ତ୍ତିକ ଅକ୍ସର ପଟେଲଙ୍କ ପରେ ୭ମ ନମ୍ବରରେ ବ୍ୟାଟିଙ୍ଗ ଦିଆଗଲା। ପୂର୍ଵ ଖେଳାଳି ଗୌତମ ଗମ୍ଭୀର ଷ୍ଟାର ସ୍ପୋର୍ଟରେ କହିଛନ୍ତି ଏହା ଟିମ ମ୍ୟାନେଜମେଣ୍ଟର ଭୁଲ ନିଷ୍ପତ୍ତି ଥିଲା। ପୂର୍ଵ ଭାରତୀୟ ବ୍ୟାଟିଙ୍ଗ କୋଚ ସଂଜୟ ବାଂଗଡର ମଧ୍ୟ ଏହି ଫଇସଲା ଉପରେ ପ୍ରଶ୍ନ ଉଠାଇଛନ୍ତି। କାର୍ତ୍ତିକ ୨୧ ବଲରେ ୩୦ ରନର ନଟଆଉଟ ପାରି ଖେଳିଥିଲେ।

୩: ଦକ୍ଷିଣ ଆଫ୍ରିକାର ପେସ ବୋଲିଙ୍ଗ ସାମ୍ନାରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କର କୌଣସି ଜବାବ ନଥିଲା। କଗୀସୋ ରବାଡ଼ା ୪ ଓଭରରେ ମାତ୍ର ୧୫ ରନ ଦେଇଥିଲେ ଓ ଗୋଟେ ୱିକେଟ ନେଇଥିଲେ। ସେହିପରି ୱେନ ପାର୍ନେଲ ୨୩ ରନ ଦେଇ ଗୋଟେ ୱିକେଟ ନେଇଥିଲେ। ଏନରିକ ନୋର୍କିଆଙ୍କୁ ଦୁଇଟି ୱିକେଟ ମିଳିଥିଲା।
୪: ଟିମ ଇଣ୍ଡିଆକୁ ବୋଲିଙ୍ଗରେ ଭୁବନେଶ୍ୱର କୁମାର ଭଲ ଆରମ୍ଭ ଦେଇଥିଲେ ଓ ଟିମ ଇଣ୍ଡିଆ ପାୱାର ପ୍ଲେରେ ଦକ୍ଷିଣ ଆଫ୍ରିକାର ୩ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ। ଏହା ପରେ ବଭୁମା ଓ କ୍ଳାସେନ ଆଉଟ ହେଲେନି ଓ ସ୍ପିନରଙ୍କୁ ୱିକେଟ ମିଳିଲାନି।

୫: ଟିମର ୫ ମ ବୋଲର ବହୁତ ରନ ଦେଲେ। ଅକ୍ସର ପଟେଲ ଗୋଟେ ଓଭରରେ ୧୯ ରନ ଦେଇଥିବା ବେଳେ ହାର୍ଦିକ ପାଣ୍ଡ୍ୟା ୩ ଓଭରରେ ୩୧ ରନ ଦେଇଥିଲେ। ସ୍ପିନର ୟୁଜବେନ୍ଦ୍ର ଚାହଲ ୪ ଓଭରରେ ୪୯ ରନ ଦେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।