IND vs ENG: ଟେଷ୍ଟ ପରାଜୟର ପ୍ରତିଶୋଧ T-20 ରେ ନେବ ଭାରତୀୟ ଦଳ! ଦେଖନ୍ତୁ ଦଳରେ କିଏ କିଏ ସାମିଲ

ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ଏବେ ଇଂଲଣ୍ଡ ବିରୁଦ୍ଧରେ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାର ଅଛି। ପ୍ରଥମ ଟି-୨୦ ସାଉଥଆମ୍ପଟନ ରୋସ ବାଉଲ ଷ୍ଟାଡିୟମରେ ୮ ଜୁଲାଇ ଗୁରୁବାରକୁ ଖେଳାଯିବାର ଅଛି। ଏଜବେଷ୍ଟନରେ ୫ମ ଟେଷ୍ଟରେ ପରାଜୟ ପରେ ଏବେ ଟିମ ଇଣ୍ଡିଆର ଲକ୍ଷ୍ୟ ଟି-୨୦ ସିରିଜ ଜିତିବା ଅଟେ।

ଭାରତୀୟ ଟିମକୁ ଏଜବେଷ୍ଟନ ଟେଷ୍ଟରେ ଇଂଲଣ୍ଡ ୭ ୱିକେଟରେ ହରାଇଥିଲା। ଏହା ସହ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ୫ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ ବରାବରୀ ହୋଇଛି। ଏହି ସିରିଜ ପୂର୍ଵ ବର୍ଷର ଅଟେ କିନ୍ତୁ କରୋନା ମାମଲା ବଢିବା କାରଣରୁ ଶେଷ ମ୍ୟାଚକୁ ସ୍ତଗୀତ କରାଯାଇଥିଲା।

କୋଭିଡ-୧୯ ସଂକ୍ରମଣ ହେବା ଦ୍ଵାରା ରୋହିତ ଶର୍ମା ଟେଷ୍ଟ ମ୍ୟାଚ ଖେଳିପାରିଲେନି। ଏବେ ଆଶା ଅଛିକି ସେ ଟି-୨୦ ଟିମରେ ଅଧିନାୟକତ୍ୱ କରିବେ। ଟେଷ୍ଟ ମ୍ୟାଚରେ ଅଧିନାୟକତ୍ୱ କରିଥିବା ବୁମରାଙ୍କୁ ପ୍ରଥମ ଟି-୨୦ ପାଇଁ ବିଶ୍ରାମ ଦିଆଯାଇଛି। ବିରାଟ କୋହଲିଙ୍କୁ ମଧ୍ୟ ପ୍ରଥମ ଟି-୨୦ ପାଇଁ ବିଶ୍ରାମ ଦିଆଯାଇଛି।

Google

ଋତୁରାଜ ଗାୟକୱାଡ଼ ଓ ଇସାନ କିସାନଙ୍କ ମଧ୍ୟରୁ ଜଣଙ୍କୁ ରୋହିତଙ୍କ ସହ ଓପନିଙ୍ଗ ପାଇଁ ମୌକା ମିଳିପରେ। ସଞ୍ଜୁ ସାମସନ ମଧ୍ୟ ଟି-୨୦ ଟିମରେ ଅଛନ୍ତି। ୱିକେଟକିପିଙ୍ଗର ଦାୟିତ୍ୱ ଦିନେସ କାର୍ତ୍ତିକ ସମ୍ଭାଳିପାରନ୍ତି। ରିଷଭ ପନ୍ତ ଟେଷ୍ଟ ଖେଳୁଥିଲେ ତେଣୁ ତାଙ୍କୁ ଆରାମ ଦିଆଯାଇପାରେ। ଉମରାନ ମଲ୍ଲିକ, ଅର୍ସଦୀପ ସିଂହ, ଆଭେଶ ଖାନ ଓ ହର୍ଷଲ ପଟେଲ ଟି-୨୦ ଟିମରେ ଅଛନ୍ତି।

ପ୍ରଥମ ଟି-୨୦ ପାଇଁ ଭାରତୀୟ ଟିମ:

ରୋହିତ ଶର୍ମା(ଅଧିନାୟକ),ଇସାନ କିସାନ, ଋତୁରାଜ ଗାୟକୱାଡ଼,ସଞ୍ଜୁ ସାମସନ, ସୂର୍ଯ୍ୟ କୁମାର ଯାଦବ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ,ଦିନେସ କାର୍ତ୍ତିକ (ୱିକେଟ କିପର),ହାର୍ଦିକ ପାଣ୍ଡ୍ୟା,ଭେଙ୍କଟେସ ଅୟର,ୟୁଜବେନ୍ଦ୍ର ଚାହଲ,ଅକ୍ସର ପଟେଲ, ରବି ବିସ୍ନୋଇ,ଭୁବନେଶ୍ୱର କୁମାର,ହର୍ଷଲ ପଟେଲ,ଆଭେସ ଖାନ, ଅର୍ସଦୀପ ସିଂ ଓ ଉମରାନ ମଲ୍ଲିକ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.