ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ ମ୍ୟାଚ ୫ ୱିକେଟରେ ହାରିଯାଇଛି। ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ପାଖାପାଖି ରାତି ୧୧ ଟାରେ ଆରମ୍ଭ ହୋଇଥିଲା। ଏହି କାରଣ ଅଟେକି ଖେଳାଳିଙ୍କ କିଟ ବ୍ୟାଗ ଠିକ ସମୟରେ ପହଁଚିପାରିନଥିଲା। ଏହା ୱେଷ୍ଟଇଣ୍ଡିଜର ସିରିଜରେ ପ୍ରଥମ ବିଜୟ ଅଟେ। ତୃତୀୟ ମ୍ୟାଚବି ୱାନର ପାର୍କରେ ୨ ଅଗଷ୍ଟ ମାନେ ଆଜି ଖେଳାଯିବାର ଅଛି।

ପ୍ରଥମ ମ୍ୟାଚରେ ଭାରତକୁ ସୁନ୍ଦର ବିଜୟ ମିଳିଥିଲା କିନ୍ତୁ ଖେଳାଳି ଲୟ ରଖିପାରିଲେନାହିଁ। ୱେଷ୍ଟଇଣ୍ଡିଜ ଓବେଡ଼ ମକାୟଙ୍କ ଦମଦାର ବୋଲିଙ୍ଗ ଓ ବ୍ରେଣ୍ଡନ କିଙ୍ଗ ଅର୍ଦ୍ଧଶତକ ଦ୍ଵାରା ଭାରତକୁ ହରାଇଲା। ଭାରତୀୟ ଟିମ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଙ୍ଗ କରି ୧୯.୪ ଓଭରରେ ୧୩୮ ରନରେ ଅଲଆଉଟ ହୋଇଯାଇଥିଲା। ଏହା ପରେ ଲକ୍ଷକୁ ୱେଷ୍ଟଇଣ୍ଡିଜ ୧୯.୨ ଓଭରରେ ୫ ୱିକେଟ ହରାଇ ହାସଲ କରିନେଇଥିଲା। ବ୍ରେଣ୍ଡନ କିଙ୍ଗ ୫୨ ବଲରେ ୬୧ ରନ କରିଥିଲେ ଯେଉଁଥିରେ ୮ ଟି ଚୌକା ଓ ୨ ଟି ଛକା ସାମିଲ ଥିଲା। ମକାୟ ୧୭ ରନ ଦେଇ ୬ ଟି ୱିକେଟ ନେଇଥିଲେ ଯାହା ଭାରତ ବିରୁଦ୍ଧରେ ଟି-୨୦ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ।
ଏବେ ସିରିଜର ତୃତୀୟ ଟି-୨୦ ମ୍ୟାଚରେ ଦୁଇ ଟିମ ସାମ୍ନା ସାମ୍ନି ହେବେ। ଦୁଇ ଟିମର ଲକ୍ଷ ଏହି ମ୍ୟାଚ ଜିତି ସିରିଜରେ ଆଗୁଆ ହେବାକୁ ରହିବ।ଏହି ମ୍ୟାଚ ୱାନର ପାର୍କ ଷ୍ଟାଡିୟମରେ ଖେଳାଯିବାର ଅଛି। ସମ୍ଭାବନା ଅଛିକି ଦ୍ୱିତୀୟ ଟି-୨୦ ପରି ତୃତୀୟ ଟି-୨୦ ମ୍ୟାଚରେ ମଧ୍ୟ ସେହି ପିଚରେ ବ୍ୟାଟିଙ୍ଗ କରିବା ସହଜ ହେବ ନାହିଁ। ବୋଲରଙ୍କୁ ଏହି ପିଚରେ ଅଧିକ ସାହାଯ୍ୟ ମିଳୁଛି। ତେଣୁ ଟସ୍ ଜିତିବା ୱାଲା ଟିମ ପ୍ରଥମେ ବୋଲିଙ୍ଗ ବାଛିବା।

ଦ୍ୱିତୀୟ ଟି-୨୦ରେ ପରାଜୟ ପରେ ଭାରତୀୟ ଟିମ ଖୁସି ନଥିବ ତେଣୁ ଅଧିନାୟକ ରୋହିତ ତୃତୀୟ ମ୍ୟାଚରେ ଦଳ ପରିବର୍ତ୍ତନ କରିବାପାଇଁ ଚାହିଁବେ। ୱେଷ୍ଟଇଣ୍ଡିଜ ଟିମରେ ପରିବର୍ତ୍ତନ କମ।ଭାରତୀୟ ଟିମରେ ଇସାନ କିସନ ଓ କୁଲଦୀପ ଯାଦବଙ୍କୁ ମୌକା ମିଳିବାର ସମ୍ଭାବନା ଅଛି।
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ),ଇସାନ କିସନ,ଦୀପକ ହୁଡ୍ଡା, ରିଷଭ ପନ୍ତ,ହାର୍ଦିକ ପାଣ୍ଡ୍ୟା, ଦିନେସ କାର୍ତ୍ତିକ,ଅକ୍ସର ପଟେଲ,ଭୁବନେଶ୍ୱର କୁମାର,କୁଲଦୀପ ଯାଦବ,ଅର୍ସଦୀପ ସିଂ, ଆଭେଶ ଖାନ।

ୱେଷ୍ଟଇଣ୍ଡିଜର ସମ୍ଭାବିତ ଚୂଡାନ୍ତ ଏକାଦଶ:
କାଇଲ ମାୟର୍ସ,ବ୍ରେଣ୍ଡନ କିଙ୍ଗ,ନିକୋଲସ ପୁରନ (ଅଧିନାୟକ), ଯେସନ ହୋଲ୍ଡର,ସିମରାନ ହେଟମାୟର,ରୋଭମ୍ୟାନ ପାୱେଲ,ଡେବୋନ ଥାମସ,ଅକିଲ ହୁସେନ,ଓଡ଼ିୟନ ସ୍ମିଥ,ଅଲଜରି ଜୋସେଫ ଓ ଓବେଡ଼ ମକାଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।