ଆଗକୁ ଆସୁଛି ଟି-ଟ୍ୱେଣ୍ଟି ବିଶ୍ୱକପ। ନୂତନ ଅଧିନାୟକ, ନୂତନ କୋଚ୍, ଅନେକ ଯୁବ ଖେଳାଳିଙ୍କୁ ନେଇ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ। ଗତ କିଛି ସିରିଜରେ ଦଳର ପ୍ରତ୍ୟେକ ଖେଳାଳି ଉଭୟ ବ୍ୟାଟିଂ ଏବଂ ବୋଲିଂରେ ନିଜର ଜବରଦସ୍ତ ଖେଳ ଦେଖାଇଛନ୍ତି। ସମ୍ଭାବ୍ୟ ଏକାଦଶରେ ସ୍ଥାନ ପାଇବା ଲାଗି ଚାଲିଛି ବହୁଳ ମାତ୍ରରେ ପ୍ରତିଯୋଗିତା। ତେବେ କିଛି ଖେଳାଳିଙ୍କ ଇଂଜୁରୀ ଅବସ୍ଥା ଏବଂ କିଛି ଖେଳାଳିଙ୍କ ଖରାପ ଫର୍ମକୁ ଫେରିବା ନିତ୍ୟାନ୍ତ ଆବଶ୍ୟକ ଅଛି। ତେବେ ଦଳ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ବିଶ୍ୱକପ ଜିତିବା ପାଇଁ ଆଶା ରଖିଛି।

ଏଥିପାଇଁ ଅଧିନାୟକ ରୋହିତ ଶର୍ମା ଏବଂ କୋଚ ରାହୁଲ ଦ୍ରାଭିଡ଼ ନୂତନ ଗେମ ପ୍ଲାନ ନେଇ ଭାରତୀୟ ଦଳ ପ୍ରସ୍ତୁତ କରୁଛନ୍ତି। ତେବେ ଆସନ୍ତୁ ଜାଣିବା କଣ ହୋଇପାରେ ସମ୍ଭାବ୍ୟ ଭାରତୀୟ ଦଳ।
ସମ୍ଭାବ୍ୟ ଭାରତୀୟ ଚୂଡାନ୍ତ ଏକାଦଶ :- ରୋହିତ ଶର୍ମା, କେ ଏଲ ରାହୁଲ/ଇଶାନ କିଶାନ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ରିସବ ପନ୍ତ/ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ୟୁଜବେନ୍ଦ୍ର ଚାହଲ।

ବର୍ତ୍ତମାନ ଭାରତୀୟ ଦଳର ଓପନର କେ ଏଲ ରାହୁଲ ନିଜ ଇଂଜୁରୀ କାରଣରୁ ଭାରତୀୟ ଦଳ ତରଫରୁ ଖେଳୁ ନାହାନ୍ତି। ତେବେ ଯଥାଶୀଘ୍ର ସେ ଫେରିବା ନେଇ ଆଶା ରଖା ଯାଇଛି। ଅନ୍ୟପକ୍ଷରେ ବିରାଟ କୋହଲି ପୂର୍ବ ଭଳି ଫର୍ମକୁ ଫେରିବାକୁ ଅଛି କେତେକ କ୍ରିକେଟ ପ୍ରେମୀଙ୍କ ଆଶା। କିନ୍ତୁ ତାଙ୍କ ଅଭିଜ୍ଞତା ଭାରତୀୟ ଦଳ ପାଇଁ ନିଶ୍ଚିତ ଆବଶ୍ୟକ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।