ଇଂଲଣ୍ଡ ଗ୍ରସ୍ତରେ ୫ ଟି ଉପଲବ୍ଧି ଯାହା ଜିତାଇବ ବିଶ୍ୱକପ! ସୂର୍ଯ୍ୟ କୁମାର ଏବଂ ପାଣ୍ଡ୍ୟା ଅଛନ୍ତି ସାମିଲ

ବ୍ୟୁରୋ ରିପୋର୍ଟ: ଭାରତର ଇଂଲଣ୍ଡ ଗ୍ରସ୍ତ ଶେଷ ହୋଇଯାଇଛି,ଏହି ଗ୍ରସ୍ତରେ ଭାରତ ପ୍ରଥମେ ପୂର୍ଵ ବର୍ଷର ବାକିଥିବା ଗୋଟେ ଟେଷ୍ଟ ମ୍ୟାଚ ଖେଳିଥିଲା। ଏହି ମ୍ୟାଚ ଟିମ ଇଣ୍ଡିଆ ହାରିଯାଇଥିଲା। ଏହା ପରେ ଦୁଇ ଦେଶ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଇଥିଲା। ଏହି ସିରିଜ ଭାରତୀୟ ଟିମ ୨-୧ରେ ଜିତିଥିଲା। ଏହା ପରେ ଭାରତୀୟ ଟିମ ୩ ଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ମଧ୍ୟ ୨-୧ରେ ଜିତିଥିଲା। ଇଂଲଣ୍ଡ ଗ୍ରସ୍ତରେ ଭାରତର ଏହି ଜବରଦସ୍ତ ପ୍ରଦର୍ଶନ ଆଗାମୀ ଟି-୨୦ ବିଶ୍ୱକପରେ ଭାରତୀୟ ଟିମର ଜିତିବା ଆଶା ବଢ଼ାଇଦେଇଛି। ଇଂଲଣ୍ଡ ସିରିଜରେ ସୁନ୍ଦର ପ୍ରଦର୍ଶନ ପରେ କୋଚ ଓ ଅଧିନାୟକଙ୍କ ଚିନ୍ତା ମଧ୍ୟ କମ ହୋଇଛି।

Google

ସୂର୍ଯ୍ୟ କୁମାର ନମ୍ବର ୪ ସ୍ଥାନ ପାଇଁ ଚିନ୍ତା କଲେଦୂର:

ସୂର୍ଯ୍ୟ କୁମାର ଯାଦବ ବର୍ତ୍ତମାନ ସୁନ୍ଦର ଫର୍ମରେ ଅଛନ୍ତି। ସେ ଇଂଲଣ୍ଡ ବିରୁଦ୍ଧରେ ଟି-2୦ ସିରିଜରେ ସୁନ୍ଦର ଶତକ ସହ ୧୭୧ ରନ କରିଥିଲେ। ସେ ଚତ୍ରୁର୍ଥ ନମ୍ବରରେ ବ୍ୟାଟିଙ୍ଗ କରି ଏହି ପାରି ଖେଳିଛନ୍ତି। ଏହା ସହ ସେ ଟିମ ଇଣ୍ଡିଆର ଚତ୍ରୁର୍ଥ ନମ୍ବରରେ ସମସ୍ୟା ଦୂର କରିଛନ୍ତି।

ହାର୍ଦିକ ପାଣ୍ଡ୍ୟା ପୁରା କଲେ ଅଲରାଉଣ୍ଡରର କମି:

ପୂର୍ଵ କିଛି ସମୟରେ ହାର୍ଦିକ ପାଣ୍ଡ୍ୟା ଆଘାତ କାରଣରୁ ଭଲ ଫର୍ମରେ ନଥିଲେ। କିନ୍ତୁ ପ୍ରଥମେ ଆଇପିଏଲ ୨୦୨୨ରେ ସୁନ୍ଦର ପ୍ରଦର୍ଶନ ଓ ଏବେ ସେ ଇଣ୍ଡିଆ ପାଇଁ ଇଂଲଣ୍ଡ ସିରିଜରେ ଅଲରାଉଣ୍ଡର ପ୍ରଦର୍ଶନ କରି ସମସ୍ତଙ୍କ ଚିନ୍ତା ଦୂର କରିଛନ୍ତି। ଆଗାମୀ ଟି-୨୦ ବିଶ୍ୱକପରେ ତାଙ୍କ ଠୁ ସମସ୍ତେ ସୁନ୍ଦର ପ୍ରଦର୍ଶନର ଆଶା କରିଛନ୍ତି।

Google

ସାର ରବିନ୍ଦ୍ର ଜାଡେଜା ମଧ୍ୟ ଆଶା ବଢ଼ାଇଲେ:

ମାନାଯାଇଥାଏ କି ଟିମରେ ଯେତେ ଅଧିକ ଅଲରାଉଣ୍ଡର ରହିବେ ଟିମ ସେତେ ଅଧିକ ଜବରଦସ୍ତ ହେବ। ବର୍ତ୍ତମାନ ଟିମ ଇଣ୍ଡିଆ ପାଖରେ ରବିନ୍ଦ୍ର ଜାଡେଜା ଓ ହାର୍ଦିକ ପାଣ୍ଡ୍ୟାଙ୍କ ରୂପରେ ଦୁଇ ମହାନ ଅଲରାଉଣ୍ଡର ଅଛନ୍ତି ଯିଏକି ବୋଲିଙ୍ଗ ଓ ବ୍ୟାଟିଙ୍ଗରେ ମ୍ୟାଚର ରୂପ ବଦଳାଇପାରନ୍ତି। ଜାଡେଜା ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟ ମ୍ୟାଚରେ ନିଜର ଜଲୱା ଦେଖାଇଥିଲେ। ଟି-୨୦ ଓ ଏକଦିବସିୟ ସିରିଜରେ ମଧ୍ୟ ଜାଡେଜା ସୁନ୍ଦର ଫର୍ମରେ ଥିଲେ।

କୋହଲିଙ୍କ ବିକଳ୍ପ ରୂପରେ ମିଳିଲେ ଦୀପକ ହୁଡା:

କୋହଲିଙ୍କର ଫର୍ମ ବର୍ତ୍ତମାନ ଭଲ ନାହିଁ। ସେ ପୂର୍ଵ ପାଖାପାଖି ୩ ବର୍ଷରୁ ଶତକ ଲଗାଇପାରିନାହଁନ୍ତି।କିନ୍ତୁ ଏବେ କୋହଲିଙ୍କ ଅନୁପସ୍ଥିତରେ ଦୀପକ ହୁଡ୍ଡା ସୁନ୍ଦର ପ୍ରଦର୍ଶନ କରିଛନ୍ତି। ସେ ଆୟରଲ୍ୟାଣ୍ଡ ବିରୁଦ୍ଧରେ ସୁନ୍ଦର ଶତକ ମାରିଥିଲେ ଓ ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଟି-୨୦ରେ ମଧ୍ୟ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ଏବେ କୋହଲିଙ୍କ ବିକଳ୍ପ ରୂପରେ ଅଛନ୍ତି।

Google

ପନ୍ତ ଅଛନ୍ତି ସବୁଠୁ ଉତ୍ତମ ଫର୍ମରେ:

ପନ୍ତଙ୍କୁ ଭାରତର ଭବିଷ୍ୟତ ମାନାଯାଇଥାଏ। ସେ ଇଂଲଣ୍ଡ ସହ ସିରିଜରେ ନିଜକୁ ସାବ୍ୟସ୍ତ ମଧ୍ୟ କରିଛନ୍ତି ଓ ନିଜ ପ୍ରଦର୍ଶନ ଦ୍ଵାରା ପ୍ରଭାବିତ କରିଛନ୍ତି। ସେ ବର୍ତ୍ତମାନ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି ଯାହା ଭାରତ ପାଇଁ ଭଲ ଖବର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *