ବ୍ୟୁରୋ ନ୍ୟୁଜ: ହୁଏତ ଇଣ୍ଡିଆ ୨୦୨୧ ରେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଜିତିବାରେ ଅସମର୍ଥ ହୋଇଛି କିନ୍ତୁ ୨୦୨୧ ରେ ଭାରତ ପାଇଁ ଟେଷ୍ଟ କ୍ରିକେଟ ବେସ ସ୍ମରଣୀୟ ରହିବ। କେବଳ ପାକିସ୍ତାନକୁ ଛାଡ଼ିଦେଲେ ଅନ୍ୟ ସବୁ ଟିମ ବିପକ୍ଷରେ ବିଜୟ ଲାଭ କରିଛି। ପାକିସ୍ତାନ ବିପକ୍ଷରେ ଟିମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟେଷ୍ଟ ମ୍ୟାଚ ୨୦୨୧ ବର୍ଷରେ ଖେଳିନାହିଁ।

ସେଞ୍ଚୁରିଅନ ଟେଷ୍ଟରେ ଇଣ୍ଡିଆ ସାଉଥ ଆଫ୍ରିକା ବିପକ୍ଷରେ ୧୧୩ ରନ ବ୍ୟବଧାନରେ ବିଜୟ ହାସଲ କରିଛି। ବର୍ଷ ଆରମ୍ଭରେ ଇଣ୍ଡିଆ ଅଷ୍ଟ୍ରେଲିଆକୁ ତାରି ଘରେ ହରାଇ ବିଜୟ ଲାଭ କଲା। ଏହାପରେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଭଲ ବିଜୟ ହାସଲ କଲା। ଘରୋଇ ମାଟିରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ସାଉଥ ଆଫ୍ରିକାକୁ ତାରି ଘରେ ହରାଇଲା।ପେସ ବୋଲର ମାନଙ୍କ ସହିତ ସ୍ପିନର ମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କଲେ। ଭାରତର ବୋଲର ମାନେ ୨୦୨୧ ରେ ୧୪ଟି ଟେଷ୍ଟ ମ୍ୟାଚରେ ୨୪.୦୧ ଆଭରେଜରେ ୨୫୨ଟି ୱିକେଟ ଅକ୍ତିଆର କରିଛନ୍ତି।
୧୧ ଥର ଗୋଟିଏ ମ୍ୟାଚରେ ୫ ୱିକେଟ ଓ ଗୋଟିଏ ଥର ୧୦ ୱିକେଟ ଅକ୍ତିଆର କରିଛନ୍ତି। ସମୟ ଏପରି ଥଲା ଯେ ପୂର୍ବରୁ କିଛି ସ୍ପୀନର ମାନଙ୍କୁ ଛାଡ଼ିଦେଲେ ପେସ ବୋଲର ମାନେ ଏତେ ଖାସ ପ୍ରଦର୍ଶନ କରିପାରୁ ନଥିଲେ। ୨୦୨୧ ରେ ଭାରତର ୩ ପ୍ରେସର ୨୦ ରୁ ଅଧିକ ୱିକେଟ ଅକ୍ତିଆର କଲେ।

ମହମ୍ମଦ ସିରାଜ ୧୦ ମ୍ୟାଚରେ ୩୧ ଟେଷ୍ଟ ୱିକେଟ ଅକ୍ତିଆର କରିବାରେ ସଫଳ ରହିଛନ୍ତି। ସେହିପରି ଜସପ୍ରିତ ବୁମରା ବି ୯ ମ୍ୟାଚରୁ ୩୦ ୱିକେଟ ଅକ୍ତିଆର କରିଛନ୍ତି।ମହମ୍ମଦ ସାମି ୫ ଟି ମ୍ୟାଚରୁ ୨୩ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଛନ୍ତି। କ୍ୟାପଟେନ କୋହଲି ମଧ୍ୟ ସେଞ୍ଚୁରିଅନରେ ଦମଦାର ପ୍ରଦର୍ଶନ କରିଥିବା ସାମୀଙ୍କୁ ବେସ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ବିଶ୍ଵର ସର୍ବଶ୍ରେଷ୍ଠ ବୋଲର ମାନଙ୍କ ମଧ୍ୟରୁ ସେ ଗୋଟିଏ। ତେବେ ତାଙ୍କ ପାଇଁ ସେଞ୍ଚୁରିଅନ ଟେଷ୍ଟ ତାଙ୍କ ପାଇଁ ସ୍ମରଣୀୟ ରହିବ।
ଏହି ଟେଷ୍ଟରେ ଦୁଇଟି ପାରିକୁ ମିଶାଇ ସେ ମୋଟ ୮ ଟି ୱିକେଟ ଅକ୍ତିଆର କରିଛନ୍ତି। ଏହା ସହିତ ବିଶ୍ୱର ଅନ୍ୟ ଦେଶ ମାନଙ୍କୁ ଯଦି ଦେଖିବା ତେବେ ଇଂଲଣ୍ଡ ୧୫ ମ୍ୟାଚରେ ୨୨୯ ୱିକେଟ ଅକ୍ତିଆର କରିଛି। ଏହା ପରେ ୱେଷ୍ଟ ଇଣ୍ଡିଜ ୧୦ ମ୍ୟାଚରେ ୧୬୧ ୱିକେଟ ସହ ତୃତୀୟ ସ୍ଥାନରେ ରହିଛି। ପାକିସ୍ତାନ ୧୫୩ ୱିକେଟ ସହ ଚତୁର୍ଥ ସ୍ଥାନ ଓ ଅଷ୍ଟ୍ରେଲିଆ ୫ ମ୍ୟାଚରୁ ୮୯ ୱିକେଟ ସହ ନବମ ସ୍ଥାନରେ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।