ବ୍ୟୁରୋ ରିପୋର୍ଟ: ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ବାଙ୍ଗାଲୋରରେ ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଭାରତର ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ ବାଛିଥିଲେ। କିନ୍ତୁ ପ୍ରଥମ ଦିନ ହିଁ ଭାରତ ଅଲଆଉଟ ହୋଇଗଲା। ସାଧାରଣତଃ ବାଙ୍ଗାଲୋରର ପିଚ ତିନି ଦିନର ଭଲ ବ୍ୟାଟିଙ୍ଗ ପିଚ ହୋଇଥାଏ। ଏଥର ମଧ୍ୟ ଏକ୍ସପଟ ପିଚକୁ ନେଇ ଏହିପରି ମନ୍ତବ୍ୟ ଦେଇଥିଲେ। କିନ୍ତୁ ଯେବେ ମ୍ୟାଚ ଆରମ୍ଭ ହେଲା ସବୁ ବଦଳିଗଲା। କାରଣ ପ୍ରଥମ ହିଁ ଓଭରରୁ ହିଁ ବଲ ଜୋରଦାର ଟର୍ନ ହେବାରେ ଲାଗିଲା। ଏହାର ପରିଣାମ ଏହା ହେଲାକି ଭାରତ ପ୍ରଥମ ହିଁ ସେସନରେ ୧୦୦ ରନରେ ୪ ଟି ୱିକେଟ ହରାଇଦେଇଥିଲା।

ଏହା ପରେ ଶ୍ରେୟସ ଅୟର ଭାରତୀୟ ପାରିକୁ ସମ୍ଭାଳିଥିଲେ ଓ ଭାରତକୁ ୨୫୨ ରନରେ ସମ୍ମାନ ଜନକ ସ୍କୋରରେ ପହଁଞ୍ଚାଇଥିଲେ। ସେ ଶତକ ମାରିପାରିନଥିଲେ କିନ୍ତୁ ଏଭଳି ପିଚରେ ୯୨ ରନର ପାରି ଖେଳି କ୍ରିକେଟ ପ୍ରେମୀଙ୍କ ହୃଦୟ ଜିତିଥିଲେ।
ଶ୍ରେୟସ ଅୟର ପାରି ଆରମ୍ଭରୁ ସମ୍ଭାଳି କରି ଖେଳିଥିଲେ। ଯେଉଁ ପରି ପିଚରେ ସ୍ପିନରଙ୍କୁ ସାହାଯ୍ୟ ମିଳୁଥିଲା ଏହାକୁ ଦେଖି ଅୟୟ ନିଜ ଅନ୍ଦାଜ ପରିବର୍ତ୍ତନ କରିଥିଲେ ଓ ଟି-୨୦ ହିସାବରେ ଖେଳିଥିଲେ। ସେ ପ୍ରଥମେ ୱିକେଟ ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ସହ ୫ ମ ୱିକେଟ ପାଇଁ ୩୧ ବଲରେ ୪୦ ରନର ପାର୍ଟନରସିପ କରିଥିଲେ। ପନ୍ତ ୨୬ ବଲରେ ୩୯ ରନ କରି ଆଉଟ ହୋଇଯାଇଥିଲେ। ଏହାପରେ ଅୟର ଖୋଲିକି ଖେଳିଥିଲେ।

ଅୟର ଛକା ମାରି ଅର୍ଦ୍ଧଶତକ ପୁରା କରିଥିଲେ:
ଅୟର ୫୨ ବଲରେ ନିଜର ଅର୍ଦ୍ଧଶତକ ପୁରା କରିଥିଲେ। ସେ ଛକା ମାରି ନିଜ ଟେଷ୍ଟ କ୍ୟାରିଅରରେ ଦ୍ୱିତୀୟ ଅର୍ଦ୍ଧଶତକ ପୁରା କରିଥିଲେ ଓ ଟିମର ସ୍କୋର ୨୦୦ ରନ ପୁରା କରିଥିଲେ। ସେ ନିଜ ୫୦ ରନ ପୁରା କରିଥିବା ପାରିରେ ୬ ଟି ଚୌକା ଓ ୨ ଛକା ମାରିଥିଲେ। ଏହା ଏହି ଟେଷ୍ଟ ମ୍ୟାଚର ପ୍ରଥମ ଅର୍ଦ୍ଧଶତକ ଥିଲା।
ଅୟର ଖେଳିଥିଲେ ୯୨ ରନର ତୁଫାନି ପାରି ଖେଳିଥିଲେ:
ଅୟର ଅର୍ଦ୍ଧଶତକ ପୁରା କରିବା ପରେ ମଧ୍ୟ ତୁଫାନି ଅନ୍ଦାଜରେ ବ୍ୟାଟିଙ୍ଗ ଜାରି କରିଥିଲେ। ସେ ୯୮ ବଲରେ ୯୨ ରନର ପାରି ଖେଳିଥିଲେ। ଏଥିରେ ସେ ୧୦ ଟି ଚୌକା ଓ ୪ ଟି ଛକା ମାରିଥିଲେ। ମାନେ ଚୌକା ଓ ଛକା ଦ୍ଵାରା ସେ ୬୪ ରନ କରିଥିଲେ।
Well played, Shreyas Iyer – one of the finest knock in a turning pitch – India was 86 for 4 and then he scored 92 runs from 98 balls including 10 fours and 4 sixes at a strike rate of 93.88. pic.twitter.com/cROpK2U8mU
— Johns. (@CricCrazyJohns) March 12, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।