IND vs SA: ଟିମ ଇଣ୍ଡିଆ ଓ ରାହୁଲଙ୍କୁ ବିଜୟ ପାଇଁ କରିବାକୁ ହେବ ଏହା! କଣ ହେବ ଏମିତି? ପଢନ୍ତୁ ପୁରା ଖବର

ଟିମ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଠୁ ପଛରେ ଦେଖାଯାଉଛି। ଟିମ ଦକ୍ଷିଣ ଆଫ୍ରିକା ସାମ୍ନାରେ ବିଜୟ ପାଇଁ ୨୪୦ ରନର ଲକ୍ଷ ରଖିଛି। ତୃତୀୟ ଦିନ ଖେଳ ଶେଷ ସୁଧା ଦକ୍ଷିଣ ଆଫ୍ରିକା ୨ ୱିକେଟ ହରାଇ ୧୧୮ ରନ କରିନେଇଛି ଓ ବିଜୟ ପାଇଁ ଆଉ ମାତ୍ର ୧୨୨ ରନର ଆବଶ୍ୟକତା ରହିଛି। କିନ୍ତୁ ଏବେ ପର୍ଯ୍ୟନ୍ତ ତିନୋଟି ଯାକ ଦିନକୁଦେଖିବା ତ ପ୍ରଥମ ସେସନରେ ୩-୪ ୱିକେଟ ଗଳିଛି। ଯଦି ଚତ୍ରୁର୍ଥ ଦିନ ଗୁରୁବାରକୁ ଭାରତୀୟ ବୋଲର ଏପରି କରିବାରେ ସଫଳ ରହିବେ ତେବେ ମ୍ୟାଚ କେଉଁ ଆଡ଼କୁ ମଧ୍ୟ ଯାଇପାର। ତିନୋଟି ମ୍ୟାଚର ସିରିଜରେ ଭାରତ ଏବେ ୧-୦ରେ ଆଗୁଆ ଅଛି।

ପ୍ରଥମ ଦିନର ଖେଳ କଥା କହିବାତ ଭାରତ ଲଞ୍ଚ ପର୍ଯ୍ୟନ୍ତ ୩ ଟି ୱିକେଟ ହରାଇ ୫୩ ରନ କରିଥିଲା। ମୟଙ୍କ ଅଗ୍ରୱାଲ, ଚେତେସ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ତିନିଜଣ ଯାକ ଅସଫଳ ରହିଥିଲେ। ଦ୍ୱିତୀୟ ଦିନ ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରଥମ ସେସନରେ ୩ ଟି ୱିକେଟ ହରାଇ ୬୭ ରନ କରିଥିଲା। ସେହିପରି ତୃତୀୟ ଦିନ ପ୍ରଥମ ସେସନରେ ଭାରତ ୧୦୦ରୁ ଅଧିକ ରନ କରି ୪ ଟି ୱିକେଟ ହରାଇଦେଇଥିଲା। ପୂଜାରା ଓ ରାହାଣେ ପ୍ରଥମ ୧୦ ଓଭରରେ ତୀବ୍ର ବେଗରେ ରନ କରି ୫୨ ରନ କରିଥିଲେ।

ମ୍ୟାଚରେ କେଏଲ ରାହୁଲ ଅଧିନାୟକତ୍ୱ କରୁଛନ୍ତି ତେଣୁ ଚତ୍ରୁର୍ଥ ଦିନ ତାଙ୍କର ମଧ୍ୟ ପରୀକ୍ଷା ହେବ। ଟିମକୁ ଚତ୍ରୁର୍ଥ ଦିନ ପ୍ରଥମ ସେସନରେ ୱିକେଟ ତ ନବାର ଅଛି ତାସହ ରନ ମଧ୍ୟ ଅଟକାଇବାକୁ ପଡିବ। ଦକ୍ଷିଣ ଆଫ୍ରିକାର ଅଧିନାୟକ ଡିନ ଏଲଗର ଏବେ ମଧ୍ୟ ବ୍ୟାଟିଙ୍ଗ କରୁଛନ୍ତି ଓ ସେ ଭାରତ ପାଇଁ ସବୁଠୁ ବଡ଼ ବିପଦ ଅଟନ୍ତି। ତେଣୁ ଭାରତୀୟ ବୋଲରଙ୍କୁ ତାଙ୍କ ଉପରେ ପ୍ରେସର ପକାଇବାକୁ ପଡିବ। ଯଦି ମ୍ୟାଚର ଚତ୍ରୁର୍ଥ ଦିନ ଏଲଗରଙ୍କ ୱିକେଟ ଜଲ୍ଦି ଗଳିବ ତେବେ ମ୍ୟାଚ ରୋମାଞ୍ଚକର ହେବ। ଦକ୍ଷିଣ ଆଫ୍ରିକାର ମଧ୍ୟକ୍ରମ ଏବେ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିପାରିନାହିଁ।

Google

ସାମୀ ଓ ସାରଦୁଲ ନେଇଛନ୍ତି ୧୦-୧୦ ୱିକେଟ:ମହମ୍ମଦସାମୀ ଏହି ସିରିଜରେ ଭାରତ ପକ୍ଷରୁ ସବୁଠୁ ଅଧିକ ୧୦ ୱିକେଟ ନେଇଥିବା ବୋଲର ଅଟନ୍ତି। ତାଙ୍କ ଉପରେ ସବୁଠୁ ଅଧିକ ଦାଇତ୍ୱ ରହିବ। ତାଙ୍କସହ ଏହି ଦ୍ୱିତୀୟ ଟେଷ୍ଟର ପ୍ରଥମ ପାରୀରେ ୭ ଟି ୱିକେଟ ନେଇଥିବା ସାରଦୁଲ ଠାକୁର ମଧ୍ୟ ଏହି ସିରିଜରେ ୧୦ ଟି ୱିକେଟ ନେଇସାରିଛନ୍ତି। ବୁମରା ଏବେ ପର୍ଯ୍ୟନ୍ତ ଖାସ କରିପାରିନାହାନ୍ତି କିନ୍ତୁ ସେ କୌଣସି ସମୟରେ ଟିମକୁ ଜିତାଇବାର ସଫଳ ହୋଇପାରନ୍ତି। ମହମ୍ମଦ ସିରାଜ ଆଘାତ କାରଣରୁ ପୁରା ଫିଟ ହୋଇନାହାଁନ୍ତି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *