ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ନିଜ ସ୍ଥିତି ମଜବୁତ କରିଦେଇଛି। ତୃତୀୟ ଦିନ ୨୪୦ ରନର ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଟିମ ୨ ୱିକେଟ ହରାଇ ୧୧୮ ରନ କରିନେଇଛି। ମାନେ ଟିମକୁ ଜିତିବା ପାଇଁ ୧୨୨ ରନର ଆବଶ୍ୟକତା ରହିଛି ଓ ହାତରେ ୮ ୱିକେଟ ଅଛି। ଅଧିନାୟକ ଡିନ ଏଲଗର ଏବେ ମଧ୍ୟ ୪୬ ରନ କରି ଖେଳୁଛନ୍ତି। ଏହା ପୂର୍ବରୁ ଟିମ ଇଣ୍ଡିଆ ଦ୍ୱିତୀୟ ପାରିରେ ୨୬୬ ରନ କରିଥିଲା। ରାହାଣେ ଓ ପୂଜାରା ଅର୍ଦ୍ଧଶତକ ମାରିଥିଲେ। ତିନୋଟି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତୀୟ ଟିମ ଏବେ ୧-୦ରେ ଆଗୁଆ ଅଛି।

ଟାର୍ଗେଟର ପିଛା କରିବାକୁ ଓହ୍ଲାଇ ଦକ୍ଷିଣ ଆଫ୍ରିକା ଭଲ ଆରମ୍ଭ କରିଲା। ଡିନ ଏଲଗର ଓ ଏର୍ଡନ ମାର୍କରମ ପ୍ରଥମ ୱିକେଟ ପାଇଁ ୪୭ ରନର ପାର୍ଟନରସିପ କରିଥିଲେ। ମାର୍କରମ ୩୮ ବଲରେ ୩୧ ରନ କରି ସାରଦୁଲ ଠାକୁରଙ୍କ ହାତରେ ଆଉଟ ହୋଇଗଲେ। ସେ ନିଜ ପାରିରେ ୬ ଟି ଚୌକା ମାରିଥିଲେ। ନମ୍ବର୩ରେ ବ୍ୟାଟିଙ୍ଗ କରିବାକୁଆସିଥିବା କିଗନ ପିଟରସନ ମଧ୍ୟ ଏଲଗରଙ୍କ ସହ ୪୬ ରନର ପାର୍ଟନରସିପ କରିଥିଲେ। ପିଟରସନ ୨୮ ରନ କରିଆରଅଶ୍ୱିନୀଙ୍କ ଶିକାର ହୋଇଯାଇଥିଲେ। ୯୩ ରନରେ ଦୁଇଟି ୱିକେଟ ଗଳିବା ପରେ ଅଧିନାୟକ ଏଲଗର ଓ ରାଶି ବାନ ଡର ହୁସେନ ଟିମକୁ ଆଉ ଝଟକା ଲାଗିବାକୁ ଦେଇନଥିଲେ। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ହୁସେନ ମଧ୍ୟ ୧୧ ରନ କରି ଖେଳୁଛନ୍ତି।
ଭଲ ଆରମ୍ଭ କରି ଟିମ ଖସିଲା:ଏହା ପୂର୍ବରୁ ଭାରତ ପାଇଁ ଦ୍ୱିତୀୟ ପାରିରେ ରାହାଣେ ଓ ପୂଜାରା ଭଲ ପ୍ରଦର୍ଶନ କରିଥିଲେ।ଦୁହେଁ ତୃତୀୟ ୱିକେଟ ପାଇଁ ୧୧୧ ରନର ପାର୍ଟନରସିପ କରିଥିଲେ। ପୂଜାରା ୧୦ ଟି ଚୌକା ସହ ୫୩ ରନ କରିଥିଲେ। ସେହିପରି ରାହାଣେ ୮ ଟି ଚୌକା ଓ ୧ ଟି ଛକାଦ୍ଵାରା ୫୮ ରନ କରିଥିଲେ। ତାଙ୍କ ଛଡା ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରିଲାନି। ଶେଷରେ ହନୁମା ବିହାରୀ ୪୦ ରନ କରି ଟିମର ସ୍କୋର ୨୫୦ ପାର କରିଥିଲେ। ସାରଦୁଲ ଠାକୁର ୨୮ରନର ମହତ୍ତ୍ୱପୂର୍ଣ୍ଣ ପାରି ଖେଳିଲେ ଯାହା ଦ୍ଵାରା ଟିମର ସ୍କୋର ୨୬୬ରେ ପହଁଚିଥିଲା।
That's Stumps on Day 3 of the second #SAvIND Test!
South Africa move to 118/2 at the close of play & need 122 runs more.
We will see you tomorrow for Day 4 action.
Scorecard ▶️ https://t.co/b3aaGXmBg9 pic.twitter.com/YhHvV165cY
— BCCI (@BCCI) January 5, 2022
ଦକ୍ଷିଣ ଆଫ୍ରିକା ପାଇଁ ଲିଙ୍ଗୀଏନଗିଡି, ମାର୍କୋ ଯେନସନ ଓ କଗୀସୋ ରବାଡ଼ା ୩-୩ ୱିକେଟ ଅକ୍ତିଆର କରିଥିଲେ। ଟିମ ଇଣ୍ଡିଆ ଏହି ଗ୍ରାଉଣ୍ଡରେ ପର୍ଯ୍ୟନ୍ତ ଗୋଟେ ମଧ୍ୟ ଟେଷ୍ଟ ହାରି ନାହିଁ। କିନ୍ତୁ ଏହି ମ୍ୟାଚରେ ଟିମ ଇଣ୍ଡିଆ ଉପରେ ପରାଜୟର ବିପଦ ଦେଖାଯାଉଛି। ଭାରତୀୟ ଟିମ ପ୍ରଥମ ପାରିରେ ୨୦୨ ଓ ଦକ୍ଷିଣ ଆଫ୍ରିକା ୨୨୯ ରନ କରିଥିଲା।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।