IND vs ENG: ଭାରତୀୟ ବୋଲରଙ୍କ ଦମଦାର ବୋଲିଂର ପ୍ରଦର୍ଶନ! ପଛୁଆ ଇଂଲଣ୍ଡ, ୧୩୨ ରନରେ ଆଗୁଆ ଭାରତ

ବ୍ୟୁରୋ ରିପୋର୍ଟ: ଇଂଲଣ୍ଡ ବିପକ୍ଷରେ ୫ମ ଟେଷ୍ଟରେ ବୁମରାଙ୍କ କ୍ୟାପଟେନସିରେ ଦମଦାର ପ୍ରଦର୍ଶନ କରିଛି ଭାରତ। ଟିମ ଇଣ୍ଡିଆ ଇଂଲଣ୍ଡକୁ ପ୍ରଥମ ପାରିରେ ୨୮୪ ରନରେ କରିଛି ଅଲଆଉଟ। ଭାରତ ପକ୍ଷରୁ ସିରାଜ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ସେ ୪ଟି ୱିକେଟ ଅକ୍ତିଆର କରିଛନ୍ତି।

Google

ଅନ୍ୟ ବୋଲର ଭାବେ ବୁମରା ୩ଟି, ସାମୀ ୨ଟି ଏବଂ ସାରଦୁଲ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି। ଟିମ ଇଣ୍ଡିଆ ଆଗୁଆ ରହିଛି ୧୩୨ ରନରେ।

ସୂଚନାଯୋଗ୍ୟ ଭାରତ ପ୍ରଥମ ପାରିରେ ବନାଇଥିଲା ୪୧୬ ରନ। ଋଷଭ ପନ୍ତ ଏବଂ ରବୀନ୍ଦ୍ର ଜାଡେଜା ଖେଳିଥିଲେ ଜବରଦସ୍ତ ପାରି, ଲଗାଇଥିଲେ ଶତକ। ପନ୍ତ ୧୪୬ ଓ ଜାଡେଜା କରିଥିଲେ ୧୦୪।

Google

ତେବେ ଭାରତୀୟ ଦଳ ଏହି ସିରିଜରେ ୨-୧ ରେ ଅଛି ଆଗୁଆ। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ୨-୧ ରେ ହୋଇଥିଲା ଆଗୁଆ। ଭାରତକୁ ଏହି ଟେଷ୍ଟ ସିରିଜ ଜିତିବାକୁ ହେଲେ ଏହି ଶେଷ ଟେଷ୍ଟ ମ୍ୟାଚ ଜିତିବାକୁ ହେବ କିମ୍ବା ଡ୍ର କରିବାକୁ ହେବ। ଟିମ ଇଣ୍ଡିଆ ଏହି ଶେଷ ଟେଷ୍ଟରେ କରିଛି ଜବରଦସ୍ତ ପ୍ରଦର୍ଶନ।

ତେବେ ବ୍ୟାଟ୍ସମାନଙ୍କ ଜବରଦସ୍ତ ବ୍ୟାଟିଂ କରି ବୋଲର ମାନେ ବି କରିଛନ୍ତି ଦମଦାର ବୋଲିଂ। ଇଂଲଣ୍ଡ ପକ୍ଷରୁ ଜନି ଲଗାଇଥିଲେ ଶତକ। ସେ ୧୦୬ କରି ଆଉଟ ହୋଇଥିଲେ। ତାଙ୍କୁ ଆଉଟ କରିଥିଲେ ମହମ୍ମଦ ସାମୀ। ତାଙ୍କ ଛଡା ବେନ ଷ୍ଟୋକସ ୨୫, ବିଲିଙ୍ଗସ ୩୬ କରିଥିଲେ।

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *