ବ୍ୟୁରୋ ରିପୋର୍ଟ: ଦକ୍ଷିଣ ଆଫ୍ରିକା ସହ ୫ ଟି ମ୍ୟାଚର ଟି-୨୦ ସିରିଜ ପରେ ଏବେ ଟିମ ଇଣ୍ଡିଆ ଆୟରଲ୍ୟାଣ୍ଡ ବିରୁଦ୍ଧରେ ୨୬ ଜୁନରୁ ଦୁଇଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାର ଅଛି। ଏହା ପାଇଁ ଅନେକ ଯୁବ ଖେଳାଳିଙ୍କୁ ଟିମରେ ସାମିଲ କରାଯାଇଛି। ତେଣୁ ଟିମ ମ୍ୟାନେଜମେଣ୍ଟ ଯୁବ ଖେଳାଳିଙ୍କୁ ମୌକା ଦେଇ ଦେଖିବାକୁ ଚାହିଁବେ। ଆୟରଲ୍ୟାଣ୍ଡ ବିରୁଦ୍ଧରେ ଚୟନ ହୋଇଥୁବା ଦୁଇ ଯୁବ ବୋଲର ଉମରାନ ମଲ୍ଲିକ ଓ ଅର୍ସଦୀପ ସିଂହ ଡେବ୍ୟୁ କରିପାରନ୍ତି। ଦୁହିଁଙ୍କୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସିରିଜରେ ଚୟନ କରାଯାଇଥିଲା କିନ୍ତୁ ଚୂଡାନ୍ତ ଏକାଦଶରେ ମୌକା ମିଳିନଥିଲା। ଏବେ କୋଚ ଭିଭିଏସ ଲକ୍ଷ୍ମଣ ତାଙ୍କୁ ମୌକା ଦେଇପାରନ୍ତି।

କହିରଖିବୁକି ଦୁଇ ବୋଲର ଆଇପିଏଲ ୨୦୨୨ରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ଅର୍ସଦୀପ ସିଂହ ପଞ୍ଜାଵ କିଙ୍ଗସ ତରଫରୁ ଖେଳି ଶେଷ ଓଭରରେ ବୁମରାଙ୍କ ପରେ ଦ୍ୱିତୀୟ ଭଲ ବୋଲର ସାବ୍ୟସ୍ତ ହୋଇଥିଲେ ସେହିପରି ଉମରାନ ମଲ୍ଲିକ ସନରାଇଜର୍ସ ହାଇଦ୍ରାବାଦ ଟିମରୁ ଖେଳି ନିଜ ଗତି ଦ୍ଵାରା ପ୍ରଭାବିତ କରିଥିଲେ। ଏହା ପରେ ମଧ୍ୟ ଦୁହେଁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସିରିଜରେ ଡେବ୍ୟୁ କରିପାରିନଥିଲେ।
ଦୁହିଁଙ୍କର ହୋଇପାରେ ଡେବ୍ୟୁ:
ଦୁଇ ଖେଳାଳିଙ୍କ ଡେବ୍ୟୁର ସ୍ୱପ୍ନ ଆୟରଲ୍ୟାଣ୍ଡ ବିରୁଦ୍ଧରେ ପୁରା ହୋଇପାରେ। ଏହା ଏଥିପାଇଁ କାରଣ ଏହି ସିରିଜ ଠିକ ପରେ ଭାରତୀୟ ଟିମ ଇଂଲଣ୍ଡ ସହ ୩-୩ ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଓ ଟି-୨୦ ସିରିଜ ଖେଳିବାର ଅଛି ତେଣୁ କୋଚ ଲକ୍ଷ୍ମଣ ପ୍ରମୂଖ ଖେଳାଳିଙ୍କୁ ଏହି ସିରିଜରେ ଓହ୍ଲାଇନପାରନ୍ତି।

ହର୍ଷଲ ପଟେଲ ଓ ଆଭେଶ ଖାନଙ୍କୁ ବିଶ୍ରାମ ଦିଆଯାଇପାରେ। ଆଗକୁ ଟି-୨୦ ବିଶ୍ୱକପ ପାଇଁ ଏହି ଦୁଇ ବୋଲରଙ୍କ ଦାୟୀତ୍ୱ ପ୍ରମୂଖ ହୋଇପାରେ।ଏଥିପାଇଁ ଉମରାନ ଓ ଅର୍ସଦୀପଙ୍କ ଡେବ୍ୟୁର ଅପେକ୍ଷା ପୁରା ହୋଇପାରେ।
ସାମସନଙ୍କ ପାଇଁ ରାସ୍ତା କଷ୍ଟ:
ବ୍ୟାଟିଙ୍ଗ କଥା କହିବା ତ ଋତୁରାଜ ଗାୟକୱାଡ଼ଙ୍କୁ ଚୂଡାନ୍ତ ଏକାଦଶରେ ଚୟନକୁ ନେଇ ପ୍ରଶ୍ନ ଅଛି କାରଣ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସିରିଜରେ ସେ ଏତେ ପ୍ରଭାବିତ କରିପାରିନଥିଲେ। ତାଙ୍କ ଛଡା ସାମସନଙ୍କ ପାଇଁ ମଧ୍ୟ ରାସ୍ତା କଷ୍ଟ ହୋଇପାରେ କାରଣ ଆୟରଲ୍ୟାଣ୍ଡ ବିରୁଦ୍ଧରେ ସିରିଜରେ ଯଦି ସାମସନ ଭଲ ରନ ନ କରିବେ ତାଙ୍କୁ ଟି-୨୦ ବିଶ୍ୱକପ ଟିମରେ ଜାଗା ମିଳିବା କଷ୍ଟକର ହୋଇପାରେ।

ରାହୁଲ ତ୍ରିପାଠୀଙ୍କୁ ମୌକା ମିଳିବା କଷ୍ଟକର:
ରାହୁଲ ତ୍ରିପାଠୀ ମଧ୍ୟ ଏପରି ଖେଳାଳି ଅଟନ୍ତି ଯାହାଙ୍କ ଉପରେ ନଜର ରହିପାରେ। ସେ କେବଳ ଋତୁରାଜ ଓ ସାମସନଙ୍କ ଜାଗାରେ ଖେଳିପାରିବେ ତେଣୁ ସେ ଖେଳିବାର ସମ୍ଭାବନା କଷ୍ଟକର। ମିଡ଼ିଲ ଅର୍ଡରର ସୂର୍ଯ୍ୟକୁମାର ଯାଦବ ଓ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ରହିପାରନ୍ତି। ମ୍ୟାଚ ଫିନିସ ପାଇଁ ଦିନେସ କାର୍ତ୍ତିକ ରହିପାରନ୍ତି। ତାଙ୍କ ପାଇଁ ମଧ୍ୟ ରନ କରିବା ଆବଶ୍ୟକ।
ଆୟରଲ୍ୟାଣ୍ଡ ବିରୁଦ୍ଧରେ ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ:
ଇସାନ କିସାନ, ଋତୁରାଜ ଗାୟକୱାଡ଼, ସଞ୍ଜୁ ସାମସନ/ରାହୁଲ ତ୍ରିପାଠୀ,ସୂର୍ଯ୍ୟ କୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଦିନେସ କାର୍ତ୍ତିକ,ଅକ୍ସର ପଟେଲ, ହର୍ଷଲ ପଟେଲ/ଅର୍ସଦୀପ ସିଂହ, ଆଭେଶ ଖାନ/ଉମରାନ ମଲ୍ଲିକ,ୟୁଜବେନ୍ଦ୍ର ଚାହଲ, ଭୁବନେଶ୍ୱର କୁମାର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।