ଅଫ ସ୍ପିନର ୱାସିଙ୍ଗଟନ ସୁନ୍ଦର ହାମଷ୍ଟ୍ରିଙ୍ଗ ଆଘାତ କାରଣରୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ତିନୋଟି ମ୍ୟାଚର ଟି-୨୦ ସିରିଜରୁ ବାହାର ହୋଇଯାଇଛନ୍ତି। ସେ ଅଳ୍ପ ଦିନ ତଳେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟ ସିରିଜରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ଟି-୨୦ ସିରିଜରେ ତାଙ୍କ ଜାଗାରେ ବିସିସିଆଇ କୁଲଦୀପ ଯାଦବଙ୍କୁ ସାମିଲ କରିଛି। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ ଇଡେନ ଗାର୍ଡେନ କୋଲକତାରେ ଖେଳାଯିବାର ଅଛି।
🚨 NEWS 🚨: Washington Sundar ruled out of @Paytm #INDvWI T20I series.
The #TeamIndia all-rounder suffered a left hamstring muscle strain during fielding in the third ODI against the West Indies played at the Narendra Modi Stadium on Friday.
More Details 🔽
— BCCI (@BCCI) February 14, 2022
ସୁନ୍ଦର ଏହା ପୂର୍ବରୁ ଇଂଲଣ୍ଡ ସହ ଘରୋଇ ସିରିଜ ସମୟରେ ଆଘାତ ହୋଇଯାଇଥିଲେ। ଲମ୍ବା ସମୟ ପରେସେ ବିଜୟ ହଜାରେ ଟ୍ରଫିରେ ଫେରିଥିଲେ।ତାଙ୍କୁ ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜ ପାଇଁ ଚୟନ କରାଯାଇଥିଲା। କରୋନା ପିଜେଟିଭ କାରଣରୁ ସେ ବାହାର ହୋଇଗଲେ ଓ ତାଙ୍କ ଜାଗାରେ ଜୟନ୍ତ ଯାଦବଙ୍କୁ ଟିମରେ ସାମିଲ କରାଗଲା।ସୁନ୍ଦରଙ୍କ ପୂର୍ବରୁ ଅକ୍ଷର ପଟେଲ ସିରିଜରୁ ବାହାର ହୋଇଯାଇଥିଲେ। ଭାରତ ପାଖରେ ଏବେ ୟୁଜବେନ୍ଦ୍ର ଚହଲ ହିଁ ଫ୍ରଣ୍ଟଲାଇନ ସ୍ପିନର ଅଟନ୍ତି। ସୁନ୍ଦର ଅକ୍ଷର ପଟେଲ ଓ କେ ଏଲ ରାହୁଲଙ୍କ ସହ ଏନସିଏ ଯିବେ।
କେ ଏଲ ରାହୁଲ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୯ ଫେବୃଆରୀକୁ ଦ୍ୱିତୀୟ ଏକଦିବସିୟ ମ୍ୟାଚ ସମୟରେ ଫିଲଡିଙ୍ଗ କରିବା ସମୟରେ ଆଘାତ ହୋଇଯାଇଥିଲେ। ତାଙ୍କ ମାଂସପେଶୀ ଟାଣି ହୋଇଯାଇଥିବା ବେଳେ ଅକ୍ଷର ପଟେଲ ଫିଲଡିଙ୍ଗରେ ଲାଗିଥିବା ଆଘାତରୁ ପୁରା ଠିକ ହୋଇନାହାଁନ୍ତି।
ALERT: Kuldeep Yadav has replaced an injured Washington Sundar for the T20s against West Indies @imkuldeep18 #IndvsWI
— Vikrant Gupta (@vikrantgupta73) February 14, 2022
ଭାରତ ଓ ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ ସିଡ୍ୟୁଲ:
୧୬ ଫେବୃଆରୀ-ପ୍ରଥମ ଟି-୨୦-କୋଲକତା
୧୮ ଫେବୃଆରୀ-ଦ୍ୱିତୀୟ ଟି-୨୦- କୋଲକତା
୩୦ ଫେବୃଆରୀ-ତୃତୀୟ ଟି-୨୦-କୋଲକତା
ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ: ରୋହିତ ଶର୍ମା(ଅଧିନାୟକ), ଇସାନ କିସନ, ବିରାଟ କୋହଲି,ଶ୍ରେୟସ ଅୟର, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ(ଉପଅଧିନାୟକ), ଭେଙ୍କଟେସ ଅୟର, ଦୀପକ ଚାହାର, ସାରଦୁଲ ଠାକୁର,ରବି ବିସ୍ନୋଇ, ଅକ୍ଷର ପଟେଲ,ୟୁଜବେନ୍ଦ୍ର ଚହଲ,ମହମ୍ମଦ ସିରାଜ,ଭୁବନେଶ୍ୱର କୁମାର, ଆବେଶ ଖାନ,ହର୍ଷଲ ପଟେଲ,ଋତୁରାଜ ଗାୟକୱାଡ଼,ଦୀପକ ହୁଡା, କୁଲଦୀପ ଯାଦବ।

ଟି-୨୦ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ଦଳ:କାୟରନ ପୋଲାଡ଼(ଅଧିନାୟକ), ନିକୋଲସ ପୁରନ,ଫେବିୟନ ଏଲନ,ଡେରେନ ବ୍ରାଭୋ,ରୋଷ୍ଟେନ ଚେଜ,ସେଲ୍ଡନ କଟ୍ରେଲ,ଡୋମିନିକ ଡ୍ରିକ୍ସ,ଯେସେନ ହୋଲ୍ଡର, ସାଇ ହୋପ,ଅକିଲ ହୁସେନ,ବ୍ରେଡ଼ନ କିଙ୍ଗ,ରୋବମେନ ପାବେଲ,ରୋମାରିୟୋ ସେଫର୍ଡ,କାଇଲ ମାୟର୍ସ,ଓଡିୟନ ସ୍ମିଥ, ଓ ହେଡ଼ନ ବାଲ୍ସ ଜୁନିୟର।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।