ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ୱେଷ୍ଟଇଣ୍ଡିଜ ଗ୍ରସ୍ତ ଏବେ ପର୍ଯ୍ୟନ୍ତ ବହୁତ ଭଲ ରହିଛି। ଟିମରେ ରୋହିତ ଶର୍ମା,କେ ଏଲ ବିରାଟ କୋହଲି ଓ ଯଶପ୍ରୀତ ବୁମରାଙ୍କ ପରି ସିନିୟର ଖେଳାଳିଙ୍କ ଅନୁପସ୍ଥିତରେ ମଧ୍ୟ ଟିମର ପ୍ରଦର୍ଶନରେ କୌଣସି ପ୍ରଭାବ ପଡିନାହିଁ। ଟିମ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୩ ଟି ମ୍ୟାଚର ଏକଦିବସିୟ ସିରିଜରୁ ପ୍ରଥମ ଦୁଇଟି ମ୍ୟାଚ ଜିତି ସିରିଜ ହାତେଇ ନେଇଛି। ଶୁଭମନ ଗିଲଙ୍କୁ ଇସାନ କିସନ ଓ ଋତୁରାଜ ଗାୟକବାଡ଼ଙ୍କ ଜାଗାରେ ଓପନିଙ୍ଗ ମିଳିଥିଲା ଓ ସେ ପ୍ରଥମ ମ୍ୟାଚରେ ୬୪ ଓ ଦ୍ୱିତୀୟ ମ୍ୟାଚରେ ୪୩ ରନ କରି ଟପ ଅର୍ଡରରେ ରୋହିତ ଶର୍ମାଙ୍କ କମି ଅନୁଭବ ହେବାକୁ ଦେଇନାହଁନ୍ତି।

ସେହି ପରି ଶ୍ରେୟସ ଅୟର ତିନି ନମ୍ବରରେ ବିରାଟ କୋହଲି ଓ ଅକ୍ଷର। ପଟେଲ ଜାଡେଜାଙ୍କ କମି ଅନୁଭବ ହେବାକୁ ଦେଇନାହଁନ୍ତି। ଜଣେ ଖେଳାଳିଙ୍କର ଫର୍ମ ଆଗାମୀ ବର୍ଷ ହେବାକୁ ଥିବା ବିଶ୍ୱକପ ପୂର୍ବରୁ ଟିମର ଚିନ୍ତା ବଢ଼ାଇଦେଇଛି। ସେହି ଖେଳାଳି ଆଉ କେହି ନୁହେଁ ବରଂ ସୂର୍ଯ୍ୟ କୁମାର ଯାଦବ ଅଟନ୍ତି। ଯିଏକି ଟି-୨୦ରେ ହିଟ ଅଟନ୍ତି କିନ୍ତୁ ଏକଦିବସିୟରେ ଅନଫିଟ ନଜର ଆସୁଛନ୍ତି।

ସୂର୍ଯ୍ୟ କୁମାର ବାରମ୍ବାର ଗୋଟେ ପ୍ରକାର ଆଉଟ ହେଉଛନ୍ତି:
ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଦ୍ୱିତୀୟ ଏକଦିବସିୟରେ ସୂର୍ଯ୍ୟକାମର ୯ ରନ କରି ଆଉଟ ହୋଇଯାଇଥିଲେ। ଚିନ୍ତାର ବିଷୟ ଏହାକି ସେ ଯେଉଁଭଳି ଆଉଟ ହେଉଛନ୍ତି। ସେ ବାରମ୍ବାର ଗୋଟେ ପ୍ରକାର ଆଉଟ ହେଉଛନ୍ତି। ସେ ଅଫ ଷ୍ଟମ୍ପରେ ବାହାରକୁ ଯାଉଥିବା ବଲରେ କଟ ମାରିବାକୁ ଯାଇ ଆଉଟ ହେଉଛନ୍ତି। ଏହା ପ୍ରଥମ ଥର ନୁହେଁ ସେ ପୂର୍ଵ ୪ ଟି ପାରିରେ ଏକାପରି ଆଉଟ ହେଇଛନ୍ତି।
ପୂର୍ଵ ୫ ଟି ଏକଦିବସିୟ ପାରିରେ ଥରେ ୨୦ ରନରୁ ଅଧିକ ରନ କରିଛନ୍ତି:
ଏହି ମାସ ଆରମ୍ଭରେ ଇଂଲଣ୍ଡ ବିରୁଦ୍ଧରେ ଲର୍ଡ଼ସ ଏକଦିବସିୟ ମ୍ୟାଚରେ ମଧ୍ୟ ସେ ଏହିପରି ଅଫ ଷ୍ଟମ୍ପରୁ ବହାରେ ଯାଉଥିବା ବଲରେ ଆଉଟ ହୋଇଥିଲେ। ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ମଧ୍ୟ ଏହି କମଜୋରି ତାଙ୍କ ପିଛା ଛାଡିନଥିଲା। ପ୍ରଥମେ ଅକିଲ ହୁସେସ ଓ ପରେ ଫିର ମେୟର୍ସ ଏହାର ଫାଇଦା ଉଠାଇ ତାଙ୍କୁ ଆଉଟ କରିଥିଲେ। ସେ ପୂର୍ଵ ୫ ଟି ଏକଦିବସିୟ ପାରିରେ ଗୋଟେ ଥର ୨୦ ରନ ପାର କରିଛନ୍ତି। କିନ୍ତୁ ଟି-୨୦ରେ ତାଙ୍କ ପ୍ରଦର୍ଶନ ବହୁତ ସୁନ୍ଦର ରହିଛି।

ଟି-୨୦ରେ ହିଟ ଏକଦିବସିୟରେ ଫ୍ଲପ !:
ସୂର୍ଯ୍ୟକୁମାର ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ସିରିଜରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ନୋଟିଘଂମରେ ହୋଇଥିବା ଶେଷ ଟି-୨୦ରେ ୫୫ ବଲରେ ୨୧୨ ଷ୍ଟାଇକରେଟରେ ୧୧୭ ରନ କରିଥିଲେ। ପ୍ରଥମ ଟି-୨୦ରେ ମଧ୍ୟ ୩୯ ରନ କରିଥିଲେ। କିନ୍ତୁ ଇଂଲଣ୍ଡ ବିରୁଦ୍ଧରେ ତିନୋଟି ଏକଦିବସିୟରେ ୪୩ ରନ କରିଥିଲେ।
ମାନେ ଟି-୨୦ ରେ ସୂର୍ଯ୍ୟ କୁମାର ସୁନ୍ଦର ପ୍ରଦର୍ଶନ କରୁଛନ୍ତି କିନ୍ତୁ ଏକଦିବସିୟରେ ଫ୍ଲପ ରହିଛନ୍ତି। ସେ ଆଗାମି ବର୍ଷ ହେବାକୁ ଥିବା ବିଶ୍ୱକପ ପାଇଁ ଟିମରେ ଚୟନ ହେବାର ସମ୍ଭାବନା ଅଧିକ ତେଣୁ ତାଙ୍କୁ ନିଜର ଏହି କାମଜୋରି ଦୂର କରିବାକୁ ହେବ। କାରଣ ଶ୍ରେୟସ ଅୟର ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟ ସିରିଜରେ ପ୍ରଥମ ଦୁଇଟି ମ୍ୟାଚରେ ଦୁଇଟି ସୁନ୍ଦର ଅର୍ଦ୍ଧଶତକ ଲଗାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।