ଟିମ ଇଣ୍ଡିଆକୁ ନମ୍ବର ୩ ପାଇଁ ମିଳିଲା ଏହି ଜବରଦସ୍ତ ଖେଳାଳି! ୱେଷ୍ଟଇଣ୍ଡିଜ ବିରୁଦ୍ଧରେ କଲେ ଧମାଲ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ତୃତୀୟ ଏକଦିବସିୟରେ ୧୧୯ ରନରେ ଜିତିଯାଇଛି। ଏହା ସହିତ ୩ ଟି ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ କ୍ଲିନ ସୁଇପ କରିଛି। ଟିମ ଇଣ୍ଡିଆ ପ୍ରଥମ ଥର ୱେଷ୍ଟଇଣ୍ଡିଜରେ କ୍ଲିନ ସୁଇପ କରିଛି। ଏହି ସିରିଜରେ ଟିମ ଇଣ୍ଡିଆର ଜଣେ ଷ୍ଟାର ଖେଳାଳି ମ୍ୟାଚର ରୂପ ବଦଳାଇଦେଇଛନ୍ତି।

Google

ତୃତୀୟ ନମ୍ବର ପାଇଁ ବଡ଼ ଦାବିଦାର ହୋଇଛନ୍ତି ଏହି ଖେଳାଳି:

ବିରାଟ କୋହଲିଙ୍କୁ ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ଆରାମ ଦିଆଯାଇଛି। ତାଙ୍କ ଜାଗାରେ ଖେଳିବା ପାଇଁ ଓହ୍ଲାଇଥିବା ଶ୍ରେୟସ ଅୟର ସୁନ୍ଦର ଖେଳ ଦେଖାଉଛନ୍ତି। ସେ ଟିମ ଇଣ୍ଡିଆ ପାଇଁ ମ୍ୟାଚ ବିଜୟୀ ଖେଳାଳି ହୋଇ ଓହ୍ଲାଇଛନ୍ତି।ସେ ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ମିଳିଥିବା ମୌକାର ପୁରା ଫାଇଦା ଉଠାଇଛନ୍ତି। ତାଙ୍କ ଯୋଗୁ ଟିମ ଇଣ୍ଡିଆ ଏହି ସିରିଜ କ୍ଲିନ ସୁଇପ କରିପାରିଲା। ପ୍ରତି ଦିନ ସେ ନିଜ ଖେଳରେ ସୁଧାର କରିଛନ୍ତି।

ୱେଷ୍ଟଇଣ୍ଡିଜ ବିରୁଦ୍ଧରେ କଲେ ଦମଦାର ପ୍ରଦର୍ଶନ:

ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ପ୍ରଥମ ଏକଦିବସିୟରେ ସେ ୫୭ ବଲରେ ୫୪ ରନ କରିଥିଲେ। ଏହି ପାରିରେ ସେ ୯୪.୭୩ ଷ୍ଟାଇକରେଟରେ ୫ ଟି ଚୌକା ଓ ୨ ଟି ଛକା ଲଗାଇଥିଲେ। ଦ୍ୱିତୀୟ ଏକଦିବସିୟରେ ୭୧ ବଲରେ ୮୮.୭୩ ଷ୍ଟାଇକ ରେଟରେ ୬୩ ରନ କରିଥିଲେ। ଏହା ତାଙ୍କର ଲଗାତର ଦ୍ୱିତୀୟ ଅର୍ଦ୍ଧଶତକ ଥିଲା। ତୃତୀୟ ଏକଦିବସିୟରେ ସେ ୪୪ ରନର ପାରି ଖେଳିଥିଲେ। ସେ ଟିମ ଇଣ୍ଡିଆର ବ୍ୟାଟିଙ୍ଗ ଅର୍ଡରକୁ ମଜଭୁତ କରିଛନ୍ତି।

Google

ଟିମ ଇଣ୍ଡିଆକୁ ଜିତାଇଛନ୍ତି ଅନେକ ମ୍ୟାଚ:

ଶ୍ରେୟସ ଅୟର ନିଜ ଦମରେ ଟିମ ଇଣ୍ଡିଆକୁ ଅନେକ ମ୍ୟାଚ ଜିତାଇଛନ୍ତି। ତାଙ୍କ ପାଖରେ ଥିବା ଦକ୍ଷତା ମାତ୍ର କିଛି ବଲରେ ହାରୁଥିବା ମ୍ୟାଚକୁ ଜିତାଇପାରେ। ସେ ଏବେ ପର୍ଯ୍ୟନ୍ତ ଭାରତ ପାଇଁ ୨୯ ଏକଦିବସିୟରେ ୪୨.୫୬ ଔସତରେ ୧୦୬୪ ରନ କରିଛନ୍ତି। ସେ ୪୨ ଟି-୨୦ ମ୍ୟାଚରେ ୩୪.୪୮ ଔସତରେ ୯୩୧ ରନ କରିବାରେ ସଫଳ ରହିଛନ୍ତି। ସେହିପରି ଟିମ ଇଣ୍ଡିଆ ପାଇଁ ଟେଷ୍ଟରେ ସେ ୫ଟି ମ୍ୟାଚରେ ୪୨୨ ରନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *