ବ୍ୟୁରୋ ରିପୋର୍ଟ: ଭାରତୀୟ ଦଳ ଆଗାମୀ ସମୟରେ ସାଉଥ ଆଫ୍ରିକା ବିରୁଦ୍ଧରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି ୨୦ ଖେଳିବା ପାଇଁ ଯାଉଚି ଏହା ସହିତ ଏହି ଖେଳ ପାଇଁ ଦଳ ମଧ୍ଯ ଘୋଷଣା ହୋଇ ସାରିଛି। ଅନେକ ବଡ଼ ବଡ ଖେଳାଳି ଏହି ସିରିଜରେ ବିଶ୍ରାମ ନେଇଥିବା ବେଳେ ଅନେକ ଖେଳାଳିଙ୍କୁ ଏହି ମ୍ୟାଚରେ ଖେଳିବା ପାଇଁ ମଧ୍ୟ ସୁଯୋଗ ମିଳିଛି।ତେବେ ଏହି ଦଳରେ ମଧ୍ୟମ କ୍ରମରେ ହାର୍ଦିକ ପାଣ୍ଡ୍ୟା ଓ ରିଶଭ ପନ୍ତ ରହିଛନ୍ତି ତେବେ ସେମାନେ ଉଭୟ ଆଇପିଏଲରେ ବହୁତ ଭଲ ପ୍ରଦର୍ଶନ କରି ଥିବାରୁ ସେମାନେ ବର୍ତ୍ତମାନ ଆଗାମୀ ସିରିଜରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

ହାର୍ଦିକ ପାଣ୍ଡ୍ୟା ଏହି ଆଇପିଏଲ ସିଜିନରେ ଗୁଜରାଟ ଦଳର ଅଧିନାୟକ ଥିଲେ। ତେବେ ସେ ଗୁଜରାଟ ଦଳକୁ ଏହି ବର୍ଷ ଆଇପିଏଲ ଟ୍ରଫି ଜିତିବାର ମଧ୍ୟ ଅନେକ ଯୋଗଦାନ ଦେଇ ଥିଲେ। ତାଙ୍କ ପାଇଁ ଏହି ବର୍ଷ ଗୁଜରାଟ ଦଳ ଟ୍ରଫି ଜିତିବାରେ ସଫଳ ହୋଇ ପାରିଛି। ତେବେ ସେ ଏହା ପ୍ରମାଣ କରି ଦେଇଛନ୍ତି କି ସେ କୌଣସି ପରିସ୍ଥିତିରେ ଓ କୌଣସି ସ୍ଥାନରେ ମଧ୍ୟ ବ୍ୟାଟିଂ କରିବା ପାଇଁ ସକ୍ଷମ ଅଟନ୍ତି ଏହା ସହିତ ଏହି ବର୍ଷ ଯେଉଁ ସ୍ଥାନରେ ମଧ୍ୟ ତାଙ୍କର ଦଳ ଆବଶ୍ୟକ କରିଛି ସେ ସେହି ସ୍ଥାନରେ ଭଲ ବ୍ୟାଟିଂ ଓ ବୋଲିଙ୍ଗ କରି ନିଜର ଦଳକୁ ବିଜୟୀ କରିଛନ୍ତି।
ଯାହା ଫଳରେ ତାଙ୍କ ଉପରେ ବର୍ତ୍ତମାନ ଅନେକ ଲୋକ ଆଶା ରଖିଛନ୍ତି ତେବେ ଭାରତର ପୂର୍ବତନ ଖେଳାଳି ସୁନିଲ ଗାଭାଷ୍କର କହିଛନ୍ତି କି ହାର୍ଦିକ ଓ ରିଶଭ ଭାରତୀୟ ମଧ୍ୟମ ଦଳରେ ଖେଳି ଅନେକ ଭଲ ପ୍ରଦର୍ଶନ କରିବାକୁ ଯାଉଛନ୍ତି।

ଏହି ବର୍ଷ ଆଇପିଏଲରେ ହାର୍ଦିକ ବହୁତ ଭଲ ପ୍ରଦର୍ଶନ କରି ଥିଲେ। ଏହା ସହିତ ସେ ଏହା ପ୍ରମାଣ କରି ଦେଇଥିଲେ କି ଆଗାମୀ ସମୟରେ ସେ ଭାରତୀୟ ଦଳ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ହୋଇ ଖେଳିବେ। ଯାହା ଫଳରେ ଭାରତୀୟ ଦଳ ଉପରେ କୌଣସି ପ୍ରକାରର ଚାପ ରହିବ ନାହିଁ। ଏହା ସହିତ ସେ ମଧ୍ୟ କୌଣସି ପରିସ୍ଥିତିରେ ବ୍ୟାଟିଂ କରିବା ପାଇଁ ସକ୍ଷମ ଅଟନ୍ତି। ତେବେ ଦୁହେଁ ଜବରଦସ୍ତ ଖେଳାଳି ଅଟନ୍ତି। ପନ୍ତର ଦିଲ୍ଲୀର କ୍ୟାପଟେନ ଥିବା ବେଳେ ପାଣ୍ଡ୍ୟା ଗୁଜରାଟର କ୍ୟାପଟେନ IPL ରେ ଅଟନ୍ତି। ଦୁହେଁ ଉଚ୍ଚ କୋଟିର ଖେଳାଳି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।