ବ୍ୟୁରୋ ରିପୋର୍ଟ: ଭାରତୀୟ ଅଣ୍ଡର-୧୯ ଟିମକୁ ବୁଧବାରକୁ ବିଶ୍ୱକପର ଦ୍ୱିତୀୟ ମ୍ୟାଚ ପୂର୍ବରୁ ବଡ଼ ଝଟକା ଲାଗିଲା। ଅଧିନାୟକ ଯସ ଢୁଲଙ୍କ ସହିତ ୬ ଖେଳାଳି କରୋନାରେ ସଂକ୍ରମଣ ହେବା ଦ୍ଵାରା ଏହି ମ୍ୟାଚ ଖେଳିପାରିଲେନି। ଏହା ପରେ ମଧ୍ୟ ଟିମ ଭଲ ପ୍ରଦର୍ଶନ କରିଥିଲା। ଭାରତୀୟ ଟିମ ଅଣ୍ଡର-୧୯ ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଆୟରଲ୍ୟାଣ୍ଡ ବିରୁଦ୍ଧରେ ୫ ୱିକେଟ ହରାଇ ୩୦୭ କରିବାରେ ସଫଳ ହେଲା। ଓପନର ବ୍ୟାଟ୍ସମ୍ୟାନ ହରନୁର ସିଂହ ଓ ଅଂଗାକ୍ରିସ ରଘୁବଂଶୀ ଅର୍ଦ୍ଧଶତକ ମାରିଥିଲେ। ଶେଷରେ ଆରଏସ ହୈଙ୍ଗରଗେକର ୩୯ ରନର ଆକ୍ରାମକ ପାରି ଖେଳି ସ୍କୋରକୁ ୩୦୦ ରନ ପାର କରିଦେଇଥିଲେ।

ମ୍ୟାଚରେ ଆୟରଲ୍ୟାଣ୍ଡ ଟସ୍ ଜିତି ବୋଲିଙ୍ଗର ଫଇସଲା କରିଥିଲା। ଓପନର ହରନୁର ସିଂହ ଓ ଅଂଗାକ୍ରିସ ଟିମକୁ ଭଲଆରମ୍ଭ ଦେଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୨୫.୪ ଓଭରରେ ୧୬୪ ରନର ପାର୍ଟନରସିପ କରିଥିଲେ। ଅଂଗାକ୍ରିସ ୭୯ ବଲରେ ୭୯ ରନ କରି ଆଉଟ ହୋଇଥିଲେ। ସେ ନିଜ ପାରିରେ ୧୦ ଟି ଚୌକା ଓ ୨ଟି ଛକା ମାରିଥିଲେ। ଏହା ସହିତ ହରନୁର ସିଂହ ମଧ୍ୟ ୧୦୧ ବଲରେ ୮୮ ରନ କରି ଆଉଟ ହୋଇଥିଲେ। ସେ ନିଜ ପାରିରେ ୧୨ ଟି ଚୌକା ମାରିଥିଲେ। ନମ୍ବର ୩ ରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ରାଜ ଅଂଗଦ ବାବା ୪୨ ଓ ଅଧିନାୟକ ନିଶାନ୍ତ ସିଂଧୁ ୩୬ ରନ କରିଥିଲେ।
ଶେଷ ଓଭରରେ ଭାରତ କରିଥିଲା ୨୩ ରନ:
ଟିମର ସ୍କୋର ୪୯ ଓଭରରେ ୪ ୱିକେଟରେ ୨୮୪ ଥିଲା। ତେଣୁ ୩୦୦ ରନ ପର୍ଯ୍ୟନ୍ତ ପହଁଚିବା ସହଜ ନଥିଲା। କିନ୍ତୁ ଆରଏସ ହୈଗରଗେକର ଶେଷ ଓଭରରେ ୩ ଟି ଛକା ଓ ଗୋଟେ ଚୌକା ସହିତ ୨୩ ରନ କରିଥିଲେ। ସେ ୧୭ ବଲରେ ୩୯ ରନ କରି ନଟଆଉଟ ରହିଥିଲେ। ସେ ନିଜ ପାରିରେ ଗୋଟେ ଚୌକା ଓ ୫ ଟି ଛକା ମାରିଥିଲେ। ମାନେ ସେ ୩୪ ରନ ବାଉଣ୍ଡରିରେ କରିଥିଲେ। ଆୟରଲ୍ୟାଣ୍ଡ ତରଫରୁ ମୁଜାମିଲ ୭୯ ରନ ଦେଇ ୩ ଟି ୱିକେଟ ନେଇଥିଲେ।
Tremendous show of character and maturity from the U-19 team. With just 11 players available for today's game, to go out and express themselves the way they did was phenomenal. Can't say how proud I am of them! The Ireland match is one they will cherish for life👌 #U19CWC pic.twitter.com/zCmuM8cQWg
— VVS Laxman (@VVSLaxman281) January 20, 2022
ଅଧିନାୟକଙ୍କ ସହିତ ୬ ଖେଳାଳି ଖେଳୁନଥିଲେ:
ଅଧିନାୟକ ୟସ ଢୁଲ ଓ ଉପଅଧିନାୟକ ଏସକେ ରାଶିଦଙ୍କ ସହିତ ଆରାଧ୍ୟ ଯାଦବ, ବାସୁ ବସଚ କରୋନାରେ ସଂକ୍ରମଣ ହେବା କାରଣରୁ ମ୍ୟାଚରେ ଖେଳୁନଥିଲେ। ସେ ଆଗାମୀ ମ୍ୟାଚରେ ମଧ୍ୟ ଓହ୍ଲାଇବା କଷ୍ଟକର ଅଟେ। ଟିମ ୧୭ ଖେଳାଳିଙ୍କ ସହିତ ଯାଇଥିଲା। ଏହି କାରଣରୁ ମାତ୍ର ୧୧ ଖେଳାଳି ହିଁ ଟିମ ପାଖରେ ଥିଲେ। ସେମାନେ ସମସ୍ତେ ହିଁ ମ୍ୟାଚରେ ଓହ୍ଲାଇଲେ। ଏହା ପୂର୍ବରୁ ଟିମ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ଭାରତ ସବୁଠୁ ଅଧିକ ୪ ଥର ଅଣ୍ଡର-୧୯ ବିଶ୍ୱକପ ଜିତିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।