IND vs SA : କିଏ ଅଟେ ସେଂଚୁରିଆନ ବିଜୟର ହିରୋ? ବିରାଟ କୋହଲିଙ୍କ ଖେଳାଳିଙ୍କ ପ୍ରଶଂସା

ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟେଷ୍ଟ ମ୍ୟାଚରେ ୧୧୩ ରନରେ ହରାଇଦେଇଛି। ଏହି ବିଜୟ ସହିତ ଭାରତୀୟ ଟିମ ତିନୋଟି ମ୍ୟାଚର ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ସାଥି ଖେଳାଳିଙ୍କର ପ୍ରଶଂସା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି କେଉଁ କାରଣରୁ ଭାରତ ଦକ୍ଷିଣ ଆଫ୍ରିକା ଉପରେ ଭାରି ପଡିଲା।

Google

ବିରାଟ ବାହିନୀ ସେଂଚୁରିଆନ ଟେଷ୍ଟର ପ୍ରଥମ ପାରିରେ ୩୨୭ ରନ କରିଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମ ପାରିରେ ୧୯୭ ରନ କରିଥିଲା। ଏହା ପରେ ନିଜ ଦ୍ୱିତୀୟ ପାରିରେ ଭାରତ ୧୭୪ ରନ କରିଥିଲା ଯାହା ଦ୍ୱାରା ଦକ୍ଷିଣ ଆଫ୍ରିକା ସାମ୍ନାରେ ବିଜୟ ପାଇଁ ୩୦୫ ରନର ଟାର୍ଗେଟ ଥିଲା। ଟାର୍ଗେଟର ପିଛା କରିବାକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଟିମ ୧୯୧ ରନହିଁ କରିପାରିଥିଲା।

ବିରାଟ କୋହଲି ଏହି ବିଜୟ ପରେ କହିଛନ୍ତି,”ପୁରା ସଠିକ ଆରମ୍ଭ। ଏହା ମଧ୍ୟ ବୁଝିବାକୁ ହେବକି ମ୍ୟାଚର ଗୋଟେ ଦିନର ଖେଳ ହୋଇପାରିନଥିଲା। ଏହା ଦେଖାଉଛି କି ଟିମ ଇଣ୍ଡିଆ କେଉଁଭଳି ସୁନ୍ଦର ଖେଳ ଦେଖାଇଛି। ସେଂଚୁରିଆନରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଖେଳିବା ସର୍ଵଦା କଷ୍ଟକର ହୋଇଥାଏ କିନ୍ତୁ ଖେଳାଳି ଭଲ ଅନୁସାସନ ଦେଖାଇଛନ୍ତି”।

Google

ବିରାଟ କୋହଲି ବିଜୟର ପ୍ରଥମ କାରଣ ଟସ୍ ଜିତିବାକୁ କହିଛନ୍ତି। ଏହା ପରେ ସେ କେ ଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ପ୍ରଶଂସା କରିଛନ୍ତି ଜିଏକି ଟିମ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ।ବିରାଟ କହିଛନ୍ତି,”ବିଦେଶରେ ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବା କଷ୍ଟକର ଅଟେ। ଏହାର ଶ୍ରେୟ ରାହୁଲ ଓ ମୟଙ୍କଙ୍କୁ ଯାଉଛି ଯିଏକି ଭଲ ଆରମ୍ଭ କରିଥିଲେ। ଆମକୁ ଜଣାଥିଲା କି ଆମେ ୩୦୦-୩୨୦ କରିପାରିଲେ ଭଲ ରହିବ।ମତେ ଜଣାଥିଲାକି ବୋଲର ନିଜ କାମ ଭଲସେ କରିବେ”।

ବିରାଟ କୋହଲି ମହମ୍ମଦ ସାମୀଙ୍କୁ ବିଜୟର ବଡ଼ ହିରୋ କହିଛନ୍ତି। ସେ କହିଛନ୍ତି,”ମହମ୍ମଦ ସାମୀ ଜଣେ ୱାର୍ଡ଼ କ୍ଳାସ ଖେଳାଳି ଅଟନ୍ତି ଓ ମୋ ପାଇଁ ବର୍ତ୍ତମାନ ସେ ଦୁନିଆର ସର୍ବଶ୍ରେଷ୍ଠ ତିନି ବୋଲରଙ୍କ ମଧ୍ୟରୁ ଜଣେ। ତାଙ୍କର ଲଗାତର ଭଲ ଲାଇନ ,ଲେନଥ ଓ ସିନ ସେଂଚୁରିଆନରେ ପ୍ରଶଂସାର ଅଧିକାରୀ ଅଟନ୍ତି”।

Google

ସାମୀଙ୍କ ସହିତ ବିରାଟ ଯଶପ୍ରୀତ ବୁମରାଙ୍କର ମଧ୍ୟ ପ୍ରଶଂସା କରିଛନ୍ତି। କୋହଲି କହିଛନ୍ତି,”ବୁମରା ପ୍ରଥମ ପାରିରେ କମ ବୋଲିଙ୍ଗ କରିବା କାରଣରୁ ଦକ୍ଷିଣ ଆଫ୍ରିକାକୁ ୪୦ ରନ ଅଧିକ ମିଳିଗଲା। ଦ୍ୱିତୀୟ ପାରିରେ ସେ ସୁନ୍ଦର ପ୍ରଦର୍ଶନ କରିଥିଲେ। ଯେଉଁଭଳି ଦୁହେଁ ମିଶି ବୋଲିଙ୍ଗ କରିଥାନ୍ତି ତାହା କଠିନ ପରିସ୍ଥିତିରେ ମଧ୍ୟ ଲାଭଦାୟକ ହୋଇଥାଏ”। ଏହି ମ୍ୟାଚରେ ବୁମରା ୫ ଟି ଓ ସାମୀ ୮ ଟି ୱିକେଟ ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *