ଏସିଆ କପର ଆରମ୍ଭ ହୋଇଯାଇଛି। ଅଗଷ୍ଟ ୨୮ ତାରିଖରେ ଭାରତ ତାର ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନ ଭାରତ ସହ ପ୍ରଥମ ମ୍ୟାଚ ଖେଳିବାର ଅଛି। ଉଭୟ ଦଳକୁ ଟି-ଟ୍ୱେଣ୍ଟି ଫର୍ମାଟରେ ଜବରଦସ୍ତ ଦଳ ଭାବରେ ଗଣା ଯାଉଥିବା ବେଳେ ଏହି ମ୍ୟାଚ ବହୁତ ରୋମାଞ୍ଚକର ହେବାକୁ ଯାଉଛି। କିନ୍ତୁ ଭାରତୀୟ ଦଳରେ ଏପରି ଖେଳାଳି ଅଛନ୍ତି ଯିଏ ସମ୍ପୂର୍ଣ୍ଣ ମ୍ୟାଚକୁ ପରିବର୍ତ୍ତନ କରି ଦେଇପାରିବେ। ଏହି ଖେଳାଳି ସବୁବେଳେ ପାକିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଥାନ୍ତି।

ବିରାଟ କୋହଲିଙ୍କ ରେକର୍ଡ ପାକିସ୍ତାନ ବିପକ୍ଷରେ ଅତ୍ୟନ୍ତ ଚମତ୍କାର ରହିଛି। ବିରାଟ କୋହଲି ଏକ ଲମ୍ବା ସମୟ ପରେ ଦଳକୁ ଫେରୁଛନ୍ତି। ପାକିସ୍ତାନ ବିପକ୍ଷରେ ରନ ବନାଇବା ପାଇଁ ତାଙ୍କୁ ବହୁତ ପସନ୍ଦ ଲାଗିଥାଏ। ସେ ଯେବେ ବି ପାକିସ୍ତାନ ବିପକ୍ଷରେ ଖେଳନ୍ତି , ଅତ୍ୟନ୍ତ ଜବରଦସ୍ତ ଖେଳନ୍ତି।
ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ୭ ଟି ମ୍ୟାଚ ଖେଳିଛନ୍ତି। ଏଥିରେ ସେ ତିନୋଟି ଅର୍ଦ୍ଧଶତକ ସହିତ ୩୧୧ ରନ କରିଛନ୍ତି। ଏହା ବ୍ୟତୀତ ଦିନିକିଆ ମ୍ୟାଚରେ ସେ ୧୩ ଟି ମ୍ୟାଚ ଖେଳି ୫୩୬ ରନ କରିଛନ୍ତି। ଏହି ମ୍ୟାଚ ବିରାଟ କୋହଲିଙ୍କ ପାଇଁ ସ୍ମରଣୀୟ ହେବାକୁ ଯାଉଛି କାରଣ ଏହା ତାଙ୍କର ୧୦୦ତମ ମ୍ୟାଚ ଅଟେ। ଏହି ମ୍ୟାଚକୁ ମିଶାଇ ସେ ତିନୋଟି ଫର୍ମାଟରେ ୧୦୦ ମ୍ୟାଚ ଖେଳିବାରେ ବିଶ୍ୱରେ ଦ୍ଵିତୀୟ ଏବଂ ପ୍ରଥମ ଭାରତୀୟ ହେବେ।

ଏସିଆ କପରେ ବିରାଟ କୋହଲିଙ୍କ ପ୍ରଦର୍ଶନ ବହୁତ ସୁନ୍ଦର ରହିଛି। ସେ ଚତୁର୍ଥ ଥର ପାଇଁ ଏସିଆ କପରେ ଖେଳିବା ପାଇଁ ଯାଉଛନ୍ତି। ସେ ଏସିଆ କପର ଦିନିକିଆ ଫର୍ମାଟରେ ୧୬ ଟି ମ୍ୟାଚ ଖେଳି ୬୩.୮୩ ଔସତ ରେ ୭୬୬ ରନ କରିଛନ୍ତି। ସେହିପରି ଟି-ଟ୍ୱେଣ୍ଟି ଫର୍ମାଟରେ ୭୬.୫୦ ଔସତ ରେ ୧୫୩ ରନ କରିଛନ୍ତି। ତାଙ୍କର କ୍ୟାରିୟରର ବେଷ୍ଟ ସ୍କୋର ୧୮୩ ରନ ରହିଛି ଯାହାକି ପାକିସ୍ତାନ ବିପକ୍ଷରେ ଏହି ଏସିଆ କପରେ ହିଁ କରିଥିଲେ।