ବ୍ୟୁରୋ ରିପୋର୍ଟ: ଭାରତ ଓ ପାକିସ୍ତାନ ମଧ୍ୟରେ ଯେ କୌଣସି ମ୍ୟାଚ ହୁଏ ତାହା ପ୍ରାୟ ରୋମାଞ୍ଚକର ହୁଏ। ଏବେ ପୁଣି ଦୁଇ ଦେଶ ମଧ୍ୟରେ ୨୮ ଅଗଷ୍ଟରୁ ଏସିଆ କପ ୨୦୨୨ର ଗ୍ରୁପ ଚରଣର ମ୍ୟାଚ ହେବାର ଅଛି। ଦୁଇ ଟିମ ସୁପର ୪ରେ ପୁଣିଥରେ ସାମ୍ନା ସାମ୍ନି ହୋଇପାରନ୍ତି। ଦୁଇ ଟିମଙ୍କ ପାଖରେ ଗୋଟେରୁ ବଡ଼ ଗୋଟେ ମ୍ୟାଚ ବିଜୟୀ ଖେଳାଳି ଅଟନ୍ତି।

ଭାରତୀୟ ପୂର୍ଵ ଅଧିନାୟକ ବିରାଟ କୋହଲି ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଜଣେ। ସେହିପରି ପାକିସ୍ତାନର ଅଧିନାୟକ ବାବର ଆଜମ ମଧ୍ୟ ଏହି ମାମଲାରେ ପଛରେ ନାହାଁନ୍ତି। ଆସନ୍ତୁ ଦୁହିଁଙ୍କର ପ୍ରଦର୍ଶନ ଉପରେ କିଛି ଜାଣିବା।
ବିରାଟ କୋହଲିଙ୍କର ୨୦୨୨ରେ ଟି-୨୦ରେ ପ୍ରଦର୍ଶନ:୪ଟି ମ୍ୟାଚରେ ୨୦.୨୫ ଔସତରେ ୮୨ ରନ ଓ ଏହି ସମୟରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୫୨ ରହିଛି।

ବାବର ଆଜମଙ୍କର ୨୦୨୨ରେ ଟି-୨୦ ପ୍ରଦର୍ଶନ:୧ଟି ମ୍ୟାଚରେ ୬୬ ଔସତରେ ୬୭ ରନ ଓ ଏହି ସମୟରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୬୬ ରହିଛି।
ବିରାଟ କୋହଲିଙ୍କର ପାକିସ୍ତାନ ବିରୁଦ୍ଧରେ ଟି-୨୦ରେ ପ୍ରଦର୍ଶନ:ପାକିସ୍ତାନ ବିରୁଦ୍ଧରେ ଟି-୨୦ରେ ୭ ଟି ମ୍ୟାଚରେ ୭୭.୭୫ ଔସତରେ ୩୧୧ ରନ କରିଛନ୍ତି ଓ ୩ଟି ଅର୍ଦ୍ଧଶତକ ଲଗାଇଛନ୍ତି।
ଵାବର ଆଜମଙ୍କର ଟି-୨୦ରେ ଭାରତ ବିରୁଦ୍ଧରେ ପ୍ରଦର୍ଶନ: ଗୋଟେ ମ୍ୟାଚରେ ୬୮ ଔସତରେ ୬୮ ରନ କରିଛନ୍ତି ଓ ଗୋଟେ ଅର୍ଦ୍ଧଶତକ ଲଗାଇଛନ୍ତି।

ବିରାଟ କୋହଲିଙ୍କର ଟି-୨୦ ଇଣ୍ଟରନେସନାଲରେ ମୋଟ ପ୍ରଦର୍ଶନ:
ବିରାଟ କୋହଲି ଟି-୨୦ ଇଣ୍ଟରନେସନାଲରେ ମୋଟ ୯୯ମ୍ୟାଚରେ ୫୦.୧୨ ଔସତରେ ୩୩୦୮ ରନ କରିଛନ୍ତି। ଏହି ସମୟରେ ସେ ୧୩୭ର ଷ୍ଟାଇକ ରେଟରେ ରନ କରିଛନ୍ତି ଓ ତାଙ୍କ ସର୍ବଶ୍ରେଷ୍ଠ ସ୍କୋର ୯୪ ନଟ ଆଉଟ ଅଟେ। ଏହା ସହ ସେ ୩୦ ଅର୍ଦ୍ଧଶତକ ଲଗାଇଛନ୍ତି।
ବାବର ଆଜମଙ୍କର ଟି-୨୦ ଇଣ୍ଟରନେସନାଲରେ ପ୍ରଦର୍ଶନ:
ବାବର ଆଜମ ଟି-୨୦ ଇଣ୍ଟରନେସନାଲରେ ୭୪ ମ୍ୟାଚରେ ୪୫.୫୨ ଔସତରେ ୨୬୮୬ ରନ କରିଛନ୍ତି। ଏହି ସମୟରେ ସେ ୧୨୯.୪୪ ଷ୍ଟାଇକରେଟରେ ରନ କରିଛନ୍ତି ଓ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୧୨୨ ଅଟେ। ସେ ଗୋଟେ ଶତକ ଓ ୨୬ ଅର୍ଦ୍ଧଶତକ ଲଗାଇଛନ୍ତି।

ଦୁହିଁଙ୍କ ମଜବୁତ ପକ୍ଷ କଥା କହିବା ତ ବିରାଟ ଷ୍ଟାଇକ ରୋଟେଟ କରିବାରେ ଓ ଗ୍ରାଉଣ୍ଡରେ ସର୍ଟସ ଲଗାଇବାରେ ମାହୀର। ସେ ପ୍ରେସର ନିଜ ଉପରକୁ ଆଣିନଥାନ୍ତି ଓ ପ୍ରେସର ସମୟରେ ମଧ୍ୟ ଭଲ ପ୍ରଦର୍ଶନ କରିଥାନ୍ତି। ବାବର ସ୍ପିନରଙ୍କ ବିରୁଦ୍ଧରେ ଆଗକୁ ଆସି ଭଲ ସର୍ଟସ ଖେଳିଥାନ୍ତି।ତାଙ୍କର କଭର ଡ୍ରାଇଭ ତାଙ୍କର ପସନ୍ଦର ସର୍ଟ ଅଟେ।
ଦୁହେଁ ଟିମକୁ ମ୍ୟାଚ ଜିତାଇବାରେ ମାହୀର ଅଟନ୍ତି କିନ୍ତୁ ବର୍ତ୍ତମାନର ଫର୍ମ ହିସାବରେ ବାବରଙ୍କ ପକ୍ଷ ଭାରି ଅଟେ। ଏହା କୋହଲିଙ୍କର ଟି-୨୦ ଇଣ୍ଟରନେସନାଲରେ ୧୦୦ ତମ ମ୍ୟାଚ ହେବ ତେଣୁ ସେ ଏହାକୁ ସ୍ମରଣୀୟ କରିବା ପାଇଁ ଚାହିଁବେ। ଏବେ ଏହା ୨୮ ଅଗଷ୍ଟକୁ ଜଣାପଡିବକି କିଏ ନିଜ ଟିମକୁ ଜିତାଇପାରୁଛନ୍ତି।