ଜିମ୍ବାୱେ ଗ୍ରସ୍ତ ପୂର୍ବରୁ ଭାରତର ବଢ଼ିଲା ଚିନ୍ତା! ଏହି ଜବରଦସ୍ତ ଅଲରାଉଣ୍ଡର ହେଲେ ଆହତ

ବ୍ୟୁରୋ ରିପୋର୍ଟ: ୱାସିଙ୍ଗଟନ ସୁନ୍ଦର ରୟାଲ ଲଣ୍ଡନ କପରେ ଲଙ୍କାସାୟର ଓ ବାର୍କେଷ୍ଟରସାୟର ମଧ୍ୟରେ ଚାଲୁଥିବା ମ୍ୟାଚରେ ଆଘାତ ହୋଇଯାଇଛନ୍ତି। ସେ ଫିଲଡିଙ୍ଗ କରିବା ସମୟରେ ତାଙ୍କ ବାମକାନ୍ଧରେ ଆଘାତ ଲାଗିଛି। ୧୧ ଅଗଷ୍ଟକୁ ତାଙ୍କ ଟିମ ଲଙ୍କାସାୟର ଏହାର ସୂଚନା ସୋସିଆଲ ମିଡ଼ିଆରେ ଦେଇଛି। ତାଙ୍କ ଆଘାତ କେତେ ଗଭୀର ଏହା ଜଣାପଡିନାହିଁ କିନ୍ତୁ ଆଘାତ ସମସ୍ୟାକୁ ନେଇ ସୁନ୍ଦର ବହୁତ ସମୟରୁ ଅସୁବିଧାରେ ଦେଖାଯାଇଛନ୍ତି।

Google

ସୁନ୍ଦର ଶେଷ ଏକଦିବସିୟ ଫେବୃୟାରୀରେ ଖେଳିଥିଲେ:

ସୁନ୍ଦରକୁ ୧୮ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ତିନୋଟି ମ୍ୟାଚର ଏକଦିବସିୟ ସିରିଜ ପାଇଁ ଜିମ୍ବାୱେ ବିରୁଦ୍ଧରେ ଭାରତୀୟ ଟିମରେ ଚୟନ କରାଯାଇଛି। ସେ ନିଜ ଶେଷ ଏକଦିବସିୟ ମ୍ୟାଚ ଫେବୃୟାରୀରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଖେଳିଥିଲେ। ସେ ସେବେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ସବୁ ଏକଦିବସିୟ ଖେଳିଥିଲେ ହେଲେ ଆଘାତ କାରଣରୁ ଟି-୨୦ ସିରିଜ ଖେଳିପାରିନଥିଲେ।

ଟି-୨୦ ବିଶ୍ୱକପରେ ମଧ୍ୟ ବାହାର ହୋଇଯାଇଥିଲେ ସୁନ୍ଦର:

ଆଇପିଏଲ ୨୦୨୨ରେ ତାଙ୍କ ହାତରେ ଆଘାତ କାରଣରୁ ବାହାର ହୋଇଯାଇଥିଲେ। ଆଘାତରୁ ଠିକ ହେବା ପରେ ସେ କ୍ରାଉଁଟି କ୍ରିକେଟରେ ଲଙ୍କାସାୟର ସହ ଖେଳୁଛନ୍ତି। ସେ ଡିଭିଜନ ୧ରେ ୨ ପ୍ରଥମ ଶ୍ରେଣୀ ମ୍ୟାଚରେ ୮ ୱିକେଟ ନେଇଛନ୍ତି। ସେ ଟି-୨୦ ବିଶ୍ୱକପ ୨୦୨୧ରେ ଭାରତୀୟ ଟିମରେ ଚୟନ ଥିଲେ ହେଲେ ୟୁଏଇରେ ହୋଇଥିବା ଆଇପିଏଲରେ ଆଘାତ ପରେ ସେ ଟି-୨୦ ବିଶ୍ୱକପରୁ ମଧ୍ୟ ବାହାର ହୋଇଥିଲେ।

ଜିମ୍ବାୱେ ସିରିଜ ପାଇଁ ଭାରତୀୟ ଟିମ:

କେ ଏଲ ରାହୁଲ(ଅଧିନାୟକ),ରାହୁଲ ତ୍ରିପାଠୀ, ଋତୁରାଜ ଗାୟକୱାଡ଼,ଶିଖର ଧାୱନ(ଉପ ଅଧିନାୟକ), ଶୁଭମନ ଗିଲ,ଅକ୍ସର ପଟେଲ,ଦୀପକ ହୁଡ୍ଡା, ୱାସିଙ୍ଗଟନ ସୁନ୍ଦର,ଇସାନ କିସନ,ସଞ୍ଜୁ ସାମସନ, ଆଭେଶ ଖାନ,ଦୀପକ ଚାହାର,କୁଲଦୀପ ଯାଦବ,ମହମ୍ମଦ ସିରାଜ,ପ୍ରସିଦ୍ଧ କ୍ରିଷ୍ଣା, ସାରଦୁଲ ଠାକୁର।

ଜିମ୍ବାୱେ ଗ୍ରସ୍ତରେ ବଡ଼ ଖେଳାଳିଙ୍କୁ ଆରାମ ଦିଆଯାଇଛି। ଏଥିରେ ବିରାଟ କୋହଲି, ରୋହିତ ଶର୍ମା, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା ସାମିଲ ଅଛନ୍ତି। ଜିମ୍ବାୱେ ବିରୁଦ୍ଧରେ ସିରିଜ ୧୮,୨୦ ଓ ୨୨ ଅଗଷ୍ଟକୁ ଖେଳାଯିବାର ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *