ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟ ଓ ଟି-୨୦ ସିରିଜ ପାଇଁ ତ୍ରିନିଦାଦ ପହଁଚିଯାଇଛନ୍ତି। ଦୁଇ ଦେଶ ମଧ୍ୟରେ ଶୁକ୍ରବାରଠୁ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ହେବାର ଅଛି। ସିରିଜ ପାଇଁ ଭାରତୀୟ ଟିମ ଆଜି ତ୍ରିନିଦାଦର ପୋର୍ଟ ଅଫ ସ୍ପେନ ଷ୍ଟାଡିୟମରେ ଅଭ୍ୟାସ କରିଛି। ଏହି ସମୟରେ ତ୍ରିନିଦାଦରେ ପ୍ରବଳ ବର୍ଷ ହେଉଛି। ଏହି କାରଣ ରୁ ଖେଳାଳି ଗ୍ରାଉଣ୍ଡରେ ପହଁଚିପାରିନଥିଲେ। ନିଜର ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ପହଁଚିଥିବା ପ୍ରଶଂସଙ୍କଙ୍କୁ ସେଠାରେ ଅନେକ ସମୟ ଅପେକ୍ଷା କରିବାକୁ ପଡିଲା। ଏକ ଏପରି ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଶ୍ରେୟସ ଅୟରଙ୍କୁ ଦେଖିବାକୁ ଆସିଥିବା ଜଣେ ମହିଳା ପ୍ରସଂସକଙ୍କୁ ବାହାର ପାଖାପାଖି ଦୁଇ ଘଣ୍ଟା ଅପେକ୍ଷା କରିବାକୁ ପଡିଲା।

ଭାରତୀୟ ବ୍ୟାଟ୍ସମ୍ୟାନ ମଧ୍ୟ ତାଙ୍କୁ ନିରାଶ ନକରି ବ୍ୟାଟରେ ତାଙ୍କୁ ଅଟୋଗ୍ରାଫ ଦେଇଥିଲେ।ଶ୍ରେୟସଙ୍କ ଅଟୋଗ୍ରାଫ ପାଇ ମଧ୍ୟ ମହିଳା ଜଣକ ବହୁତ ଖୁସି ହେଇଥିଲେ। ପତ୍ରକାର ବିମଲ କୁମାରଙ୍କ ଦ୍ଵାରା ୟୁଟୁବରେ ପୋଷ୍ଟ ଏହି ଭିଡ଼ିଓରେ ମହିଳା ପ୍ରସଂସକ କହିଛନ୍ତି,”ମୁଁ ଶ୍ରେୟସଙ୍କ ସିଗନେଚର ପାଇ ବହୁତ ଖୁସିଅଛି। କିନ୍ତୁ ରୋହିତ ଶର୍ମା ଓ କେଏଲ ରାହୁଲ ଥିଲେ ଆହୁରି ଖୁସି ହୋଇଛନ୍ତି,ତାଙ୍କ ଅଟୋଗ୍ରାଫ ପାଇଁ ମୁଁ ବ୍ରାୟନ ଲାରା ଷ୍ଟାଡିୟମ ଯିବି”।
ୱେଷ୍ଟଇଣ୍ଡିଜ ସହିତ ସିରିଜରେ ଅନେକ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଏଥିରେ ରେଗୁରାଲ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି,କେ ଏଲ ରାହୁଲ, ରିଷଭ ପନ୍ତ,ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି। ଏକଦିବସିୟ ସିରିଜର ଆରମ୍ଭ ୨୨ ଜୁଲାଇରୁ ହେବାର ଅଛି।
Gearing up for ODI No.1 against the West Indies 💪
Here's @ShubmanGill giving a lowdown on #TeamIndia's 🇮🇳 first net session in Trinidad 🇹🇹#WIvIND pic.twitter.com/oxF0dHJfOI
— BCCI (@BCCI) July 21, 2022
ଏକଦିବସିୟ ସିରିଜ ପରେ ଦୁଇ ଦେଶ ମଧ୍ୟରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ହେବାର ଅଛି। ଟି-୨୦ ସିରିଜରେ ବୁମରାଙ୍କୁ ଛାଡି ଅନ୍ୟ ସବୁ ଖେଳାଳି ସାମିଲ ହେବେ। ଟି-୨୦ ସିରିଜର ପ୍ରଥମ ମ୍ୟାଚ ୨୯ ଜୁଲାଇରୁ ବ୍ରାୟନ ଲାରା ଷ୍ଟାଡିୟମରେ ଖେଳାଯିବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।