କାର୍ତ୍ତିକ ନା ପନ୍ତ? କିଏ ପାଇବେ ପାକିସ୍ତାନ ବିରୋଧରେ ଚାନ୍ସ? ଜୋର ଧରିଲା ଖବର, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଭାରତର ପୂର୍ଵ କ୍ରିକେଟର ଓ ବରିଷ୍ଠ ଚୟନ ସମିତିର ପୂର୍ଵ ସଦସ୍ୟ ସବା କରିମ କହିଛନ୍ତି ଏସିଆ କପରେ ଭାରତର ଚୂଡାନ୍ତ ଏକାଦଶରେ ଦିନେସ କାର୍ତ୍ତିକଙ୍କ ଜାଗାରେ ରିଷଭ ପନ୍ତଙ୍କୁ ମୌକା ମିଳିବାର ସମ୍ଭାବନା ଅଧିକ। ବିରାଟ କୋହଲି ଓ କେ ଏଲ ରାହୁଲ ରବିବାରକୁ ଏସିଆ କପରେ ପାକିସ୍ତାନ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ। ଏହାର କାରଣ ଅଟେ ୱିକେଟ କିପିଙ୍ଗ ପାଇଁ ଗୋଟେ ସ୍ଲଟ ଫାଙ୍କା ଅଛି। ଯାହା ପାଇଁ କାର୍ତ୍ତିକ ଓ ପନ୍ତଙ୍କ ମଧ୍ୟରୁ ଜଣଙ୍କୁ ମୌକା ମିଳିପାରେ।

Google

କାର୍ତ୍ତିକଙ୍କୁ ମିଳିବ ନାହିଁ ଜାଗା:

‘ସ୍ପୋର୍ଟ ଓଭର ଦି ଟପ ସୋ”ରେ କରିମ କହିଛନ୍ତି,”ମୁଁ ନିଜେ ଏସିଆ କପ ଟିମରେ ଜଣେ ୱିକେଟ କିପର ବ୍ୟାଟ୍ସମ୍ୟାନଙ୍କୁ ବାଛିଥାନ୍ତି। କାରଣ ଯଦି ମତେ କୋହଲି ଓ ରାହୁଲ ମିଳୁଛନ୍ତି ମୋ ପାଖରେ କାର୍ତ୍ତିକ ଓ ପନ୍ତଙ୍କ ମଧ୍ୟରେ ଜଣଙ୍କୁ ମୌକା ଦେବାର ଜାଗା ଥାଆନ୍ତା, ମୁଁ ରିଷଭ ପନ୍ତଙ୍କ ସହିତ ଆଗକୁ ବଢ଼ିବା ପାଇଁ ଚାହିଁବି। କାରଣ ସେ ଭାରତ ପାଇଁ ଏକ ଏପରି ଏକ୍ସ ଫ୍ୟାକ୍ଟର ଅଟନ୍ତି ଯିଏକି ଏସିଆ କପରେ ଭାରତ ପାଇଁ ଭଲ ପ୍ରଦର୍ଶନ କରିପାରନ୍ତି”।

କାର୍ତ୍ତିକ କରିଛନ୍ତି ଭଲ ପ୍ରଦର୍ଶନ:

ଜୁନରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ଟିମକୁ ଫେରିବା ପରେ ଦିନେସ କାର୍ତ୍ତିକ ଟିମ ଇଣ୍ଡିଆ ପାଇଁ ଫିନିସର ରୋଲ ପାଳନ କରୁଛନ୍ତି। ରାଜକୋଟର କଠିନ ପିଚରେ ୨୭ ବଲରେ ୫୫ ଓ ତ୍ରିନିଦାଦର ୱେଷ୍ଟଇଣ୍ଡିଜ ବିରୁଦ୍ଧରେ କଠିନ ପରିସ୍ଥିତିରେ ୧୯ ବଲରେ ୪୧ ରନର ନଟ ଆଉଟ ପାରି କାର୍ତ୍ତିକଙ୍କ ସୁନ୍ଦର ପାରି ଅଟେ। ଜୁନରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜରୁ ପନ୍ତଙ୍କର ପ୍ରଦର୍ଶନ ଆଭରେଜ ରହିଛି। ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ସିରିଜରେ ପନ୍ତ ଓପନିଙ୍ଗ ମଧ୍ୟ କରିଥିଲେ। ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ଏହା ମଧ୍ୟରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଚତ୍ରୁର୍ଟ ଟି-୨୦ରେ ୪୪ ରନ ଥିଲା।

Google

ପାକିସ୍ତାନ ବିରୁଦ୍ଧରେ ପ୍ରଥମ ମ୍ୟାଚ:

ଭାରତ ଓ ପାକିସ୍ତାନ ରବିବାରକୁ ଦୁବାଇରେ ଏସିଆ କପରେ ଗ୍ରୁପ ଏ ରେ ଆରମ୍ଭ ମ୍ୟାଚ ଖେଳିବାର ଅଛି। ପୂର୍ଵ ବର୍ଷ ଟି-୨୦ ବିଶ୍ୱକପ ୨୦୨୧ ପରେ ଏହା ଦୁଇ ଦେଶ ମଧ୍ୟରେ ପ୍ରଥମ ମ୍ୟାଚ। ପୂର୍ବ ବର୍ଷ ବିଶ୍ୱକପର ସେହି ମ୍ୟାଚ ପାକିସ୍ତାନ ୧୦ ୱିକେଟରେ ଜିତିଥିଲା। ତାହା ବିଶ୍ୱକପରେ ଭାରତ ବିରୁଦ୍ଧରେ ପାକିସ୍ତାନର ପ୍ରଥମ ବିଜୟ ଅଟେ।

Leave a Reply

Your email address will not be published. Required fields are marked *