ଛାଇଗଲେ ଭାରତୀୟ ମହିଳା! ସ୍ମୃତି ଏବଂ ହରମନପ୍ରୀତଙ୍କ ଆକର୍ଷଣୀୟ ଶତକ ବଳରେ ମଝଭୁତ ସ୍ଥିତିରେ ଭାରତ! ଇଣ୍ଡିଜକୁ ଦେଲା ୩୧୮ ରନର ଲକ୍ଷ୍ୟ

ବ୍ୟୁରୋ ରିପୋର୍ଟ: ମହିଳା ବିଶ୍ୱକପରେ ଭାରତ ରଚିଛି ଇତିହାସ। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଭାରତୀୟ ଦଳର ଦୁଇ ବ୍ୟାଟ୍ସମାନ ଲଗାଇଛନ୍ତି ଶତକ। ଟସ ଜିତି ଭାରତ ସୁନ୍ଦର ଆରମ୍ଭ କରିଥିଲା । ସ୍ମୃତି ଏବଂ ଭାଟିକା ସୁନ୍ଦର ବ୍ୟାଟିଂ କରିଥିଲେ। ଦୁହେଁ ୪୯ ରନର ପାର୍ଟନରସିପ କରିଥିଲେ।

ସ୍ମୃତି ଏକାକୀ ପାରି ସମ୍ଭାଳିବାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ୧୧୯ ବଲର ସାମ୍ନା କରି ୧୨୩ କରିଥିଲେ। ଯେଉଁଥିରେ ୨ଟି ଛକା ସହ ୧୩ ଟି ଚୌକା ସାମିଲ ଥିଲା। ଅନ୍ୟପକ୍ଷରେ ହରମନପ୍ରିତ ବି ଶତକ ଲଗାଇଥିଲେ। ସେ ୧୦ ଟି ଚୌକା ଲଗାଇବା ସହ ୨ ଟି ଛକା ବି ଲଗାଇଥିଲେ। ସେ ୧୦୯ ରନ ବନାଇଥିଲେ। ତାଙ୍କ କ୍ୟାରିଅରର ଏହା ଚତୁର୍ଥ ଶତକ ଅଟେ।

ଭାରତ ଏହି ମ୍ୟାଚରେ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରି ୩୧୭ ରନ ୫୦ ଓଭରରେ ବନାଇଛି। ଭାରତର ଏହା ବିଶ୍ୱକପର ସବୁଠୁ ଅଧିକ ରନ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *