IND vs WI ଧାୱନଙ୍କ କ୍ୟାପଟେନସି ପାରି ଦ୍ଵାରା ୱେଷ୍ଟ ଇଣ୍ଡିଜକୁ ୩ ରନରେ ହରାଇଲା ଟିମ ଇଣ୍ଡିଆ, ୧-୦ ରେ ଆଗୁଆ

ବ୍ୟୁରୋ ରିପୋର୍ଟକୁ: ଭାରତ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜରେ ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୩ ରନରେ ହରାଇଦେଇଛି। ପୋର୍ଟ ଅଫ ସ୍ପେନରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୩୦୯ ରନ ଲକ୍ଷ୍ୟ ରଖିଥିଲା। ଏହାର ଜବାବରେ ୱେଷ୍ଟଇଣ୍ଡିଜ ଟିମ ୫୦ ଓଭରରେ ୬ ୱିକେଟ ହରାଇ ୩୦୫ ରନ କରିପାରିଲା। ଏହି ମ୍ୟାଚରେ ୯୭ ରନର ପାରି ଖେଳିଥିବା ଭାରତୀୟ ଅଧିନାୟକ ଶିଖର ଧାୱନ ମ୍ୟାଚ ଅଫ ଦି ମ୍ୟାଚ ହୋଇଥିଲେ। ୱେଷ୍ଟଇଣ୍ଡିଜ ତରଫରୁ ରୋମାରିଓ ସେଫର୍ଡ (୩୯ ନଟଆଉଟ) ଓ ଅକୀଲ ହୁସେସ(୩୨ ନଟଆଉଟ) ୭ମ ୱିକେଟ ପାଇଁ ୫୩ରନର ପାର୍ଟନରସିପ କରି ଟିମକୁ ଜିତାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଭାରତୀୟ ଟିମ ଏହି ମ୍ୟାଚ ଜିତିଯାଇଥିଲା।

Google

ଏହା ପୂର୍ବରୁ ଶୁଭମନ ଗିଲ ଟିମକୁ ଫେରି ୬୪ ରନ କରିଥିଲେ ଓ ଅଧିନାୟକ ଧାୱନ ଶତକରୁ ମାତ୍ର ତିନି ରନ କମ ରହିଗଲେ। ଏହା ଦ୍ଵାରା ଭାରତ ୫୦ ଓଭରରେ ୭ ୱିକେଟ ହରାଇ ୩୦୮ ରନ କରିଥିଲା। ସେପ୍ଟେମ୍ବର ୨୦୨୦ ପରେ ପ୍ରଥମ ଏକଦିବସିୟ ଖେଳୁଥିବା ଗିଲ ୫୨ ବଲରେ ୬୪ ରନ କରିଥିଲେ ଯେବେକି ଧାୱନ ୯୯ ବଲରେ ୯୭ ରନ କରିଥିଲେ। ଶ୍ରେୟସ ଅୟର ୫୭ ବଲରେ ୫୪ ରନ କରିଥିଲେ। ଧାୱନ ଓ ଗିଲ ପ୍ରଥମ ୱିକେଟ ପାଇଁ ୧୦୬ ବଲରେ ୧୧୯ ରନର ପାର୍ଟନରସିପ କରିଥିଲେ। ଗିଲ ୧୮ ତମ ଓଭରରେ ଆଉଟ ହୋଇଥିଲେ କିନ୍ତୁ ଏହା ପୂର୍ବରୁ ନିଜ ପାରିରା ଅନେକ ଭଲ ସର୍ଟସ୍ ଖେଳିଥିଲେ।

ସେ ଅଲଜାରି ଜୋସେଫଙ୍କୁ ପ୍ରଥମେ ଛକା ଲଗାଇଥିଲେ ପୁଣି ଚୌକା। ଏହି ପାରିରେ ସେ ୬ ଟି ଚୌକା ଓ ଦୁଇଟି ଛକା ଲଗାଇଥିଲେ। ୱେଷ୍ଟଇଣ୍ଡିଜ ଅଧିନାୟକ ନିକୋଲସ ପୁରନ ତାଙ୍କୁ ରନ ଆଉଟ କରି ଦେଇଥିଲେ। ଗିଲଙ୍କର ଏହା ଏକଦିବସିୟ କ୍ରିକେଟରେ ପ୍ରଥମ ଅର୍ଦ୍ଧଶତକ ଅଟେ। ସେହିପରି କେବଳ ଏକଦିବସିୟ ଖେଳୁଥିବା ଧାୱନ ନିଜ ପାରିରେ ୧୦ ଟି ଚୌକା ତିନୋଟି ଛକା ଲଗାଇଥିଲେ। ଗୋଟେ ସମୟରେ ଭାରତ ୩୫୦ ରନ ପାର କଲା ଭଳି ଲାଗୁଥିଲା କିନ୍ତୁ ଧାୱନଙ୍କର ନର୍ଭସ ନାଇଣ୍ଟି କାରଣ ମଧ୍ୟକ୍ରମ ସଠିକ ରହିପାରିଲାନି।

Google

ଭାରତର ସ୍କୋର ଗୋଟେ ସମୟରେ ଗୋଟେ ୱିକେଟରେ ୨୧୩ ରନ ଥିଲା ଯାହା ୫ ୱିକେଟରେ ୨୫୨ ରନ ହୋଇଗଲା। ସଞ୍ଜୁ ସୈମସନ ମୌକା ହାତଛଡା କରିଦେଲେ ଓ ମାତ୍ର ୧୨ ରନ କରି ଆଉଟ ହୋଇଗଲେ। ସେହିପରି ସୂର୍ଯ୍ୟକୁମାର ଯାଦବ(୧୩) ମଧ୍ୟ ବଡ଼ ପାରି ଖେଳିପାରିନଥିଲେ। ଦୀପକ ହୁଡ୍ଡା ୨୭ ଓ ଅକ୍ସର ପଟେଲ ୨୧ ଷଷ୍ଠ ୱିକେଟ ପାଇଁ ୪୨ ରନ ଯୋଡି ଭାରତର ସ୍କୋର ୩୦୦ ରନ ପାର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *