ଇଂଲଣ୍ଡରେ ଭାରତ ୧୦ ରନରେ ଜିତିଲା। ଇଂଲଣ୍ଡରେ ପୁଣିଥରେ ଭାରତ ତ୍ରିରଙ୍ଗା ଜିତିଲା। ଏବେ ଆପଣ ଭାବୁଥିବେ ଇଂଲଣ୍ଡରେ ଭାରତ କେମିତି ମ୍ୟାଚ ଜିତି ପାରିଲା,ଏବେ ତ ଖାଲି ତୃତୀୟ ଦିନର ଖେଳ ସରିଛି।କିନ୍ତୁ ଆପଣଙ୍କୁ କହି ରଖୁଛୁ କି ଆମେ ଏଇଠି ଅଭ୍ୟାସ ମ୍ୟାଚ କଥା କହୁଛୁ,ଟେଷ୍ଟ ମ୍ୟାଚ ବିଷୟରେ ନୁହଁ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୨ୟ ମ୍ୟାଚରେ ଭାରତ ୧୦ ରନରେ ଜିତିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୧୪୯ ରନ ବନେଇଥିଲା।

ଭାରତ ତରଫରୁ ସବୁଠାରୁ ଅଧିକ ରନ ହରସଲ ପଟେଲ ବନେଇଛନ୍ତି। ହର୍ଷଲ ପଟେଲ ୫୪ ରନ ବନେଇଲେ ଆଉ ଯଦି ଆମେ ପ୍ରଥମ ଯୋଡ଼ି ବିଷୟରେ କହିବା ତା ହେଲେ,ସଞ୍ଜୁ ସାମସନ ପ୍ରଥମ ବଲରେ ଆଉଟ୍ ହୋଇଯାଇଥିଲେ ଆଉ ଇସାନ କିଶାନ ୧୬ ରନ ବନେଇଲେ, ରାହୁଲ ତ୍ରିପାଠୀ ୭ ରନ ବନେଇଲେ, ସୂର୍ଯ୍ୟ କୁମାର ଯାଦବ ୦ ରନରେ ଆଉଟ ହେଇଗଲେ। କ୍ୟାପଟେନ ଦିନେଶ କାର୍ତ୍ତିକ ୩୪ ରନ ବନେଇଥିଲେ ,ଭେଙ୍କଟେସ ଆୟର ୨୦ ରନ ବନେଇଥିଲେ।ଏମାନଙ୍କ ଏତେ ଭଲ ଖେଳ ପାଇଁ ଭାରତ ୧୪୯ ରନ ବନେଇଲା।
ରନ ଏତେ ଅଧିକ ମଧ୍ୟ ନଥିଲା କିନ୍ତୁ ଆମେ ଯଦି ଭାରତର ବୋଲର ମାନଙ୍କ କଥା କହିବା ତାହେଲେ, ବୋଲର ମାନେ ବହୁତ ଭଲ ବୋଲିଂ କରିଲେ ଯୋଉଥିପାଇଁ ଭାରତ ଇଂଲଣ୍ଡକୁ ୧୩୯ ରନରେ ରଖିଦେଲେ।
India manages to win the second warm-up match by 10 runs against Northamptonshire in the warm-up match. pic.twitter.com/ffxM7lpcE2
— CricTracker (@Cricketracker) July 3, 2022
ଭାରତ ତରଫ ରୁ ଅର୍ସଦୀପ ସିଂ, ଆଭେସ ଖାନ, ହର୍ଶଲ୍ ପଟେଲ, ୟୁଜି ଚାହଲଙ୍କ ୨ ଟି ଲେଖାଏଁ ୱିକେଟ ଆଉ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ୧ ୱିକେଟ, ଭେଙ୍କଟେସ ଆୟର ମଧ୍ୟ ଏହି ମ୍ୟାଚରେ ବୋଲିଂ କରିଥିଲେ ଆଉ ସେ ୨ ଓଭରରେ ୧୫ ରନ ଦେଇଥିଲେ ଆଉ ଗୋଟିଏ ୱିକେଟ ନେଇଥିଲେ।
ସବୁଠାରୁ ଭଲ ବୋଲିଂ କଲେ ଆଭେସ ଖାନ ଯିଏ କି ୩ ଓଭରରେ ୧୬ ରନ ଦେଲେ ଆଉ ୨ ଟି ୱିକେଟ ମଧ୍ୟ ନିଜ ନାମରେ କଲେ,ତାଙ୍କର ଇକୋନମୀ ରହିଲା ପାଖାପାଖି ୫.୩୦। ପ୍ରଥମ ମ୍ୟାଚରେ ମଧ୍ୟ ଭାରତ ବହୁତ ଭଲ ଭାବରେ ଜିତିଥିଲା ଆଉ ଏବେ ୨ୟ ମ୍ୟାଚରେ ମଧ୍ୟ ବହୁତ ସାନ୍ଦାର୍ ଭାବରେ ଜିତିଲା ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।