ଭାରତୀୟ ଦଳ ରବୀନ୍ଦ୍ର ଜାଡେଜାଙ୍କ ଦମଦାର ବ୍ୟାଟିଂ ଏବଂ ପରେ ସୁନ୍ଦର ବୋଲିଂ ବଳରେ ଜିତିଛି ଦ୍ୱିତୀୟ ଟି-୨୦ ମ୍ୟାଚ। ବର୍ମିଂହମର ଏଜବେଷ୍ଟନରେ ଖେଳାଯାଉଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ଜାଡେଜାଙ୍କ ୪୬ ରନର ନଟ ଆଉଟ ପାରି ବଳରେ ଟିମ ଇଣ୍ଡିଆ ୮ଟି ୱିକେଟ ହରାଇ ୨୦ ଓଭରରେ କରିଥିଲା ୧୭୦ ରନ। ଏହାର ଜବାବରେ ଇଂଲଣ୍ଡ ଦଳ ୧୭ ଓଭରରେ ୧୨୧ ବନେଇ ଆଉଟ ହୋଇଯାଇଥିଲେ।

୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୨-୦ ରେ ହୋଇଛି ଆଗୁଆ। ଶେଷ ଟି-୨୦ ମ୍ୟାଚ ରବିବାରକୁ ଖେଳାଯିବାର ଅଛି।
ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୨୯ ବଲରେ ୫ଟି ଚୌକା ଲଗାଇ ୪୬ ରନର ନଟ ଆଉଟ ପାରି ଖେଳିଥିଲେ। ଅନୁଭବି ପେସର ଭୁବନେଶ୍ୱର କୁମାର ସୁନ୍ଦର ବୋଲିଂ କରିଥିଲେ। ସେ ୩ଟି ୱିକେଟ ଅକ୍ତିଆର କରିଥିଲେ। ବୁମରା ଓ ଚାହଲ ୨-୨ ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ହର୍ଷଲ ପଟେଲ ଓ ହାର୍ଦିକ ପାଣ୍ଡ୍ୟା ୧-୧ ୱିକେଟ ଅକ୍ତିଆର କରି ନେଇଥିଲେ।

ଭାରତୀୟ ଟିମରୁ କ୍ୟାପଟେନ ହିଟମାନ ୨୦ ବଲରେ ୩ଟି ଚୌକା ଓ ୨ଟି ଛକା ଲଗାଇଥିଲେ। ସେ ୩୧ କରିଥିଲେ। ଋଷଭ ପନ୍ତ ୧୫ ବଲରେ ୪ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ସେ ୨୬ ରନ କରିଥିଲେ।
ଶେଷ ଆଡେ ଜବରଦସ୍ତ ବ୍ୟାଟିଂ କରିଥିଲେ ରବୀନ୍ଦ୍ର ଜାଡେଜା। ସେ ଏହି ମ୍ୟାଚରେ ଟିମର ସ୍କୋରକୁ ୧୭୦ ନେବାରେ ସାହାଯ୍ୟ କରିଥିଲେ। ତେବେ ଭାରତୀୟ ଦଳ ଏହି ମ୍ୟାଚ ଜିତି ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୨-୦ ରେ ହୋଇଛି ଆଗୁଆ ଏବଂ ଜିତିଯାଇଛି ସିରିଜ।
.@BhuviOfficial put on an impressive show with the ball & bagged the Player of the Match award as #TeamIndia beat England by 49 runs to take an unassailable lead in the series. ? ?
Scorecard ▶️ https://t.co/e1QU9hlHCk #ENGvIND pic.twitter.com/LxyxgaKZnr
— BCCI (@BCCI) July 9, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।