ବ୍ୟୁରୋ ରିପୋର୍ଟ: ଭାରତ ୱେଷ୍ଟଇଣ୍ଡିଜକୁ ତୃତୀୟ ଏକଦିବସିୟରେ ୯୬ ରନରେ ହରାଇଛି। ଏହା ସହିତ ଭାରତ ଏକଦିବସିୟ ସିରିଜକୁ କ୍ଲିନ ସୁଇପ କରିଛି ଓ ୩-୦ରେ ବିଜୟ ଲାଭ କରିଛି। ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ୨୬୫ ରନ କରିଥିଲା। ସିରିଜରେ ପ୍ରଥମ ମ୍ୟାଚ ଖେଳୁଥିବା ଶ୍ରେୟସ ଅୟର ୧୧୧ ବଲରେ ୮୦ ରନର ସୁନ୍ଦର ପାରି ଖେଳିଥିଲେ। ତାଙ୍କ ସହ ରିଷଭ ପନ୍ତ ମଧ୍ୟ ୫୬ ରନ କରିଥିଲେ। ଜବାବରେ ୱେଷ୍ଟଇଣ୍ଡିଜ ୩୭.୧ ଓଭରରେ ୧୬୯ ରନରେ ଅଲଆଉଟ ହୋଇଯାଇଥିଲା। ବାମହାତୀ ସ୍ପିନର କୁଲଦୀପ ଯାଦବ ଟିମକୁ ଫେରି ସୁନ୍ଦର ବୋଲିଙ୍ଗ କରି ୨ ଟି ୱିକେଟ ନେଇଥିଲେ। ରେଗୁଲାର ଅଧିନାୟକ ଭାବେ ସିରିଜରେ ପ୍ରଥମ ଥର ଅଧିନାୟକତ୍ୱ କରୁଥିବା ରୋହିତ ଶର୍ମା ବିଜୟ ସହିତ ଆରମ୍ଭ କରିଛନ୍ତି।

ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇ ୱେଷ୍ଟଇଣ୍ଡିଜ ଟିମ ଲଗାତର ତୃତୀୟ ମ୍ୟାଚରେ ଭଲ ଆରମ୍ଭ କରିପାରିନାହିଁ। ଟିମ ୨୫ ରନରେ ତିନୋଟି ୱିକେଟ ହରାଇଦେଇଥିଲା। ଓପନର ସାଇ ହୋପ ୫ ରନ କରି ମହମ୍ମଦ ସିରାଜଙ୍କର ଶିକାର ହୋଇଥିଲେ।ଏହା ପରେ ସିରିଜରେ ପ୍ରଥମ ମ୍ୟାଚ ଖେଳୁଥିବା ଦୀପକ ଚାହାର ୱେଷ୍ଟଇଣ୍ଡିଜକୁ ଲଗାତର ଦୁଇଟି ଝଟକା ଦେଇଥିଲେ। ଏହାପରେ ଡେରେନ ବ୍ରାଭୋ ୧୯ ରନ କରି ପ୍ରସିଦ୍ଧ କୃଷ୍ଣାଙ୍କ ବଲରେ ଆଉଟ ହୋଇଗଲେ।
୮୨ ରନରେ ହରାଇଲା ୭ ୱିକେଟ:
ୱେଷ୍ଟଇଣ୍ଡିଜର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିଲାନି ଓ ସ୍କୋର ୮୨ ରନରେ ୭ ଟି ୱିକେଟ ହୋଇଯାଇଥିଲା। କାୟରନ ପୋଲାଡ଼ଙ୍କ ଜାଗାରେ ଅଧିନାୟକତ୍ୱ କରୁଥିବା ନିକୋଲସ ପୁରନ ୩୪ ରନ କରି କୁଲଦୀପ ଯାଦବଙ୍କ ଶିକାର ହୋଇଯାଇଥିଲେ। ଓଡିୟନ ସ୍ମିଥ ୧୮ ବଲରେ ୩୬ ରନ କରି ଟିମର ସ୍କୋର ୧୨୦ ପାର କରିଥିଲେ। ସେ ନିଜ ପାରିରେ ୩ ଟି ଛକା ଓ ୩ ଟି ଚୌକା ମାରିଥିଲେ। ଏହାପରେ ଅଜଲରି ଜୋସେଫ ମଧ୍ୟ ୨୯ ରନ କରି ଟିମକୁ ବଡ଼ ପରାଜୟରୁ ବଞ୍ଚାଇଲେ। ଭାରତ ତରଫରୁ ସିରାଜ ଓ କ୍ରିଷ୍ଣା ୩-୩ ୱିକେଟ ନେଇଥିଲେ। ଏହା ଛଡା ଦୀପକ ଚାହାର ମଧ୍ୟ ଦୁଇଟି ୱିକେଟ ନେଇଥିଲେ।
India win the series 3-0 👏
They win the third match in Ahmedabad by 96 runs to complete a whitewash in the ODI series against West Indies 💪#INDvWI | 📝 https://t.co/Nj6NpGWSFV pic.twitter.com/S7a41drNAL
— ICC (@ICC) February 11, 2022
ଅୟର ଓ ପନ୍ତ ମାରିଲେ ଅର୍ଦ୍ଧଶତକ:
ଏହା ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ ନେଇଥିଲେ। ମ୍ୟାଚରେ ଇଣ୍ଡିଆ ୪ ଟି ପରିବର୍ତ୍ତନ କରିଥିଲା କିନ୍ତୁ ଭଲ ଆରମ୍ଭ କରିପାରିନଥିଲା। ଟିମ ୪୨ ରନରେ ତିନୋଟି ବଡ଼ ୱିକେଟ ହରାଇଦେଇଥିଲା। ରୋହିତ (୧୩), ଶିଖର ଧାୱନ(୧୦),ଓ କୋହଲି ଶୂନ୍ୟରେ ଆଉଟ ହୋଇଗଲେ। କୋହଲି ପୁରା ସିରିଜରେ ଅସଫଳ ରହିଲେ।
ଏହା ପରେ କରୋନା ପରେ ଖେଳୁଥିବା ଶ୍ରେୟସ ଅୟର (୮୦) ଓ ପନ୍ତ (୫୬) ରନ କରି ଚତ୍ରୁର୍ଥ ୱିକେଟ ପାଇଁ ୧୧୧ ରନର ପାର୍ଟନରସିପ କରିଥିଲେ। ଅୟର ୧୧୧ବଲର ସାମ୍ନା କରି ୯ ଟି ଚୌକା ମାରିଥିଲେ। ସେହିପରି ପନ୍ତ ୫୪ ବଲ ଖେଳି ଗୋଟେ ଛକା ଓ ୬ ଟି ଚୌକା ମାରିଥିଲେ।ଏହାପରେ ଦୀପକ ଚାହାର (୩୮), ସୁନ୍ଦର (୩୩), ରନର ପାରିଖେଳି ଟିମର ସ୍କୋର ୨୫୦ ପାର କରାଇଥିଲେ। ଚାହାର ୩୮ ବଲରେ ୪ ଟି ଚୌକା ଓ ୨ ଟି ଛକା ମାରିଥିଲେ। ୱେଷ୍ଟଇଣ୍ଡିଜ ତରଫରୁ ଯେସନ ହୋଲ୍ଡର ୩୪ ରନଦେଇ ୪ ଟି ୱିକେଟ ଅକ୍ତିଆର କରିଥିବା ବେଳେ ଆଲଜୋରି ଜୋସେଫ ଓ ହେଡନ ବାଲ୍ସ ଜୁନିଅର ୨-୨ଟି ୱିକେଟ ନେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।