IND vs ENG: ଶେଷ ଟେଷ୍ଟର ପ୍ରତିଶୋଧ ନେଲା ଟିମ ଇଣ୍ଡିଆ! ଇଂଲଣ୍ଡକୁ ଇଂଲଣ୍ଡରେ ହରାଇଲା ସିରିଜ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ ୨-୨ରେ ରହିଥିଲା ବରାବର। ବିରାଟ କୋହଲିଙ୍କ ଭାରତକୁ ୨-୧ରେ ଆଗୁଆ ହୋଇଥିଲା। ହେଲେ ୫ମ ଟେଷ୍ଟରେ କ୍ୟାପଟେନ ହୋଇଥିଲେ ଯଶପ୍ରୀତ ବୁମରା ଏବଂ ଏହି ଟେଷ୍ଟ ଇଂଲଣ୍ଡ ଜିତି ଯାଇଥିଲା। ଯାହା ଫଳରେ ଟେଷ୍ଟ ସିରିଜ ୨-୨ ରେ ରହିଥିଲା ବରାବର।

Google

ଟି-୨୦ ସିରିଜରେ ଫେରିଥିଲେ ରୋହିତ ଶର୍ମା। ତାଙ୍କ କ୍ୟାପଟେନସିରେ ଦଳ ଇଂଲଣ୍ଡକୁ ୨-୧ ରେ ହରାଇବାରେ ସକ୍ଷମ ହୋଇଛି। ୩ଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ ରେ ଜିତି ନେଇଛି ଆମ ଭାରତ।

ଭାରତ ପାଇଁ ୩ୟ ଟି-୨୦ ରେ ଶତକ ଲଗାଇଥିଲେ ସୂର୍ଯ୍ୟ କୁମାର ଯାଦବ। ହେଲେ ଭାରତ ଏହି ମ୍ୟାଚ ଜିତି ପାରିନଥିଲା। ଦଳ ଏହି ମ୍ୟାଚରେ ଲଢ଼ୁଆ ପ୍ରଦର୍ଶନ କରିଥିଲେ। ସୂର୍ଯ୍ୟ କୁମାର ଯାଦବ ଶେଷ ଟି-୨୦ ରେ ୫୫ ବଲରେ ଲଗାଇଥିଲେ ୧୧୭। ତାଙ୍କର ଏହି ପାରିରେ ଷ୍ଟ୍ରାଇକ ରେଟ ଥିଲା ୨୧୨.୭୩। ସୂର୍ଯ୍ୟଙ୍କ ଏହି ଜବରଦସ୍ତ ପାରିରେ ସାମିଲ ଥିଲା ୧୪ ଟି ଚୌକା ଓ ୬ ଟି ଛକା।

Google

ସେ ଏକା ଗୋଟିଏ ପଟୁ ଲଢୁଥିଲେ। ସେ ଜବରଦସ୍ତ ବ୍ୟାଟିଂ କରିଥିଲେ। ତାଙ୍କର ଏହି ଦମଦାର ବ୍ୟାଟିଂ ବଳରେ ଭାରତର ଲକ୍ଷ୍ୟର ନିକଟତର ହୋଇପାରିଥିଲା।

ରୋହିତ ଶର୍ମା ୧୨ ବଲରେ ୧୧, ଋଷଭ ପନ୍ତ ୫ ବଲରେ ୧, ବିରାଟ କୋହଲି ୬ ବଲରେ ୧୧ କରି ଆଉଟ ହୋଇଯାଇଥିଲର। ଶ୍ରେୟସ ଅୟର ସୂର୍ଯ୍ୟ କୁମାରଙ୍କ ସହ କେତେ ସମୟ ବ୍ୟାଟିଂ କରିଥିଲେ। ହେଲେ ଅୟର ୨୪ ବଲରେ ୨୮ କରି ଆଉଟ ହୋଇଯାଇଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୨ଟି ଛକା। ଷ୍ଟ୍ରାଇକ ରେଟ ଥିଲା ୧୨୧.୭୪।

Google

ତେବେ ଏହି ସିରିଜକୁ ଭାରତ ୨-୧ ରେ ଜିତି ନେଇଛି। ଭାରତୀୟ ଦଳର ପେସର ଭୁବନେଶ୍ୱର କୁମାର ପ୍ଲେୟର ଅଫ ଦି ସିରିଜ ଆୱାର୍ଡ ଜିତିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *