IND VS NZ: ନ୍ୟୁଜିଲାଣ୍ଡକୁ ୩-୦ କଲା ଟିମ ଇଣ୍ଡିଆ, ଖେଳାଳିଙ୍କ ଲଢ଼ୁଆ ପ୍ରଦର୍ଶନ ଫଳରେ ସିରିଜ ପୋଛିନେଲା ଟିମ ଇଣ୍ଡିଆ

ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ ରେ ସିରିଜ ପୋଛି ନେଇଛି ଟିମ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୧୮୪ ରନ କରିଥିଲା ଜବାବରେ ନ୍ୟୁଜିଲାଣ୍ଡ ୧୧୧ ରନରେ ଅଲଆଉଟ ହୋଇଯାଇଥିଲା।

ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ଇଶାନ କିଷାନ ସୁନ୍ଦର ଆରମ୍ଭ କରିଥିଲେ। ରୋହିତ ୩୧ ବଲରେ ୫୬ ବନାଇ ଆଉଟ ହୋଇଯାଇଥିଲେ। ତାଙ୍କ ପାରିରେ ସେ ୫ଟି ଚୌକା ଏବଂ ୩ଟି ଛକା ଲଗାଇଥିଲେ। ଇଶାନ କିଷାନ ୨୧ ବଲରେ ୨୯ ବନାଇଥିଲେ। ସୂର୍ଯ୍ୟକୁମାର ଯାଦବ ବିନା ରନ କରି ଆଉଟ ହୋଇଯାଇଥିଲେ। ଯେବେକି ଶ୍ରେୟାସ ଅୟର ୨୦ ବଲରେ ୨୫ କରିଥିଲେ।

ଦୀପକ ଚାହାର ଶେଷ ଆଡ଼କୁ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୮ଟି ବଲରେ ୨୧ ରନ କରିଥିଲେ। ଯେଉଁଥିରେ ୧ଟି ଛକା ଏବଂ ୨ଟି ଚୌକା ସାମିଲ ଥିଲା। ତାଙ୍କର ଷ୍ଟ୍ରାଇକ ରେଟ ୨୬୨.୫ ଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ ସେଣ୍ଟନର ୪ ଓଭର ବୋଲିଂ କରି ୨୭ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ। ଯେବେକି ଆଡ଼ମ ମିଲନେ, ବୋଲଟ, ଫରଗୁସନ ଏବଂ ଇସ ସୋଢି ୧ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ନ୍ୟୁଜିଲାଣ୍ଡ ପକ୍ଷରୁ ଗପିଟିଲ ଭଲ ପାରି ଖେଳିଥିଲେ। ସେ ୩୬ ବଲରେ ୪ଟି ଚୌକା ଏବଂ ୪ଟି ଛକା ଲଗାଇ ୫୧ ବନାଇ ଥିଲେ। ଓପ୍ନର ମିଚେଲ ୫ କରି ଆଉଟ ହୋଇଯାଇଥିଲେ। ଟିମ ସଇଫର୍ଟ ୧୭ ରନ ବନାଇଥିଲେ।

ଭାରତ ପକ୍ଷରୁ ଅକ୍ସର ପଟେଲ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ହରସଲ ପଟେଲ ୨ଟି ୱିକେଟ ନେଇଥିଲେ ଏବଂ ଦୀପକ ଚାହାର, ଭେଙ୍କଟେସ ଆୟର ,ୟୁଜବେନ୍ଦ୍ର ଚାହଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *